ETV Bharat / state

ଭୁବନେଶ୍ବର ଏୟାରପୋର୍ଟରେ ଉଦଘାଟନ ହେଲା ନୂଆ ATC କଣ୍ଟ୍ରୋଲ ରୁମ୍

author img

By ETV Bharat Odisha Team

Published : Oct 26, 2023, 10:22 PM IST

ଭୁବନେଶ୍ବର ବିମାନବନ୍ଦର ପରିସରରେ ଉଦଘାଟନ ହେଲା ନୂତନ ATC କଣ୍ଟ୍ରୋଲ ରୁମ୍ । ଏହି ନୂତନ ATC କଣ୍ଟ୍ରୋଲ ରୁମରେ କେବଳ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦେଶରେ ଏହା ପ୍ରଥମ ଭାବେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହିଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର ଏୟାରପୋର୍ଟରେ ଉଦଘାଟନ ହେଲା ନୂଆ ATC କଣ୍ଟ୍ରୋଲ ରୁମ୍
ଭୁବନେଶ୍ବର ଏୟାରପୋର୍ଟରେ ଉଦଘାଟନ ହେଲା ନୂଆ ATC କଣ୍ଟ୍ରୋଲ ରୁମ୍
ଭୁବନେଶ୍ବର ଏୟାରପୋର୍ଟରେ ଉଦଘାଟନ ହେଲା ନୂଆ ATC କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର: ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଉଦଘାଟନ ହେଲା ନୂତନ ATC କଣ୍ଟ୍ରୋଲ ରୁମ୍ । ଏହି ବିମାନବନ୍ଦର ଅନ୍ତର୍ଜାତିକ ବିମାନବନ୍ଦରର ଆଖ୍ୟା ପାଇଥିବା ବେଳେ ପୂର୍ବରୁ ପୁରୁଣା ATC କଣ୍ଟ୍ରୋଲ ରୁମ୍ ରେ କାମ ଚାଲୁଥିଲା । ଗତ ଏକ ମାସ ତଳୁ ଉଭୟ ପୁରୁଣା ଓ ନୂଆ କଣ୍ଟ୍ରୋଲ ରୁମ୍ ରେ ଅପରେଟିଂ ଚାଲୁଥିଲା । ତେବେ ଆଜି ବିମାନବନ୍ଦର ପରିସରରେ ଥିବା ନୂଆ AIR TRAFFIC SERVICE COMPLEX (ATC) ବିଲ୍ଡିଂ ଉଦଘାଟନ କରାଯାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଂଜୀବ କୁମାରଙ୍କ ଅଧ୍ୟକ୍ଷତାରେ ନୂଆ ATC ବିଲ୍ଡିଂ ଉଦଘାଟନ କରାଯାଇଛି ।

ଗତ ଅଗଷ୍ଟ 24 ତାରିଖରୁ ଟ୍ରାଏଲ୍ ରନ ଆରମ୍ଭ ହୋଇଥିବା ବେଳେ ଆଜି ATC ବିଲ୍ଡିଂ ଉଦଘାଟନ ହୋଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହା ତିଆରି ହୋଇଥିବା ବେଳେ ଏହି ବିଲ୍ଡିଂରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ସେଣ୍ଟର୍ ଗୁଡ଼ିକୁ ଅଧିକ ବ୍ୟାପକ କରାଯିବ । ସମଗ୍ର ଦେଶରେ ପ୍ରଥମ ଭାବେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି । ଭୁବନେଶ୍ବର ବିମାନ ବନ୍ଦରକୁ ପ୍ରତ୍ୟେକ ଦିନ ୯୦ ରୁ ୧୦୦ ଟି ବିମାନ ଚଳାଚଳ କରୁଛି । ତେବେ ଏହାକୁ କଣ୍ଟ୍ରୋଲ କରିବା ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା କରିଛି ଏୟାର ଟ୍ରାଫିକ ।

ତଥ୍ୟ ଉପରେ ନଜର ପକାଇଲେ ପୁରୁଣା ATC ର ଉଚ୍ଚତା ୨୩.୪୬ ମିଟର ଥିଲା ବେଳେ ନୂଆ ATC ର ଉଚ୍ଚତା ୪୪.୨ ମିଟର ରହିଛି । ୧୧ ମହଲା ବିଶିଷ୍ଟ ଏହି ଟାୱାର ରେ ୩ ଟି ସିଫ୍ଟ ରେ ୭୦ ଜଣ କର୍ମଚାରୀ କାମ କରିବେ । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହା ତିଆରି ହୋଇଥିବା ବେଳେ ଏହି ବିଲ୍ଡିଂରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ସେଣ୍ଟର୍ ଗୁଡ଼ିକୁ ଅଧିକ ବ୍ୟାପକ କରାଯାଇ ପାରିବ । ଟାୱାର ନିର୍ମାଣରେ ସର୍ବମୋଟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଯନ୍ତ୍ରପାତି ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଆଉ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

ବିମାନବନ୍ଦର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଏହି ଟାୱାରରେ ମୋଟ ୩ଟି ସ୍ତର ରହିଛି । ସର୍ବଉପରେ ତଥା ୧୧ ମହଲାରେ ରହିଛି କଣ୍ଟ୍ରୋଲ ଟାୱାର ଯାହା ବିମାନ ବନ୍ଦରରୁ ବିମାନ ଉଡାଣ ଓ ଅବତରଣକୁ ନିୟନ୍ତ୍ରଣ କରିବ । ଦ୍ଵିତୀୟ ସ୍ତର ତଥା ନବମ ମହଲାରେ ରହିଛି ଆଣ୍ଟି ହାଇଯାକିଂ କଣ୍ଟ୍ରୋଲ ରୁମ୍ ଏହା ସହ NSG କଣ୍ଟ୍ରୋଲ ରୁମ୍ ସହ ନେଗୋସିସନ ରୁମ୍ ଆଦି ରହିଛି । ଶେଷ ଅବା ତୃତୀୟ ସ୍ତର ତଥା ଦ୍ଵିତୀୟ ମହଲାରେ ରହିଛି ଏରିଆ ଆଣ୍ଡ ଆପ୍ରୋଚ କଣ୍ଟ୍ରୋଲ ରୁମ୍ ରହିଛି । ଏହି ଠାରୁ ହିଁ ବିମାନ ସହ ଯୋଗାଯୋଗ କରାଯିବ । ନୂଆ ATC ରେ ADVANCE SURFACE MOVEMENT GUIDANCE AND CONTROL SYSTEM ରହିଛି । ଯାହାଦ୍ଵାରା ଜିରୋ ଭିସିବିଲିଟିରେ ମଧ୍ୟ ବିମାନକୁ ଟ୍ରାକ କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: ବସ୍ ମାଲିକ ସଂଘରେ ଫାଟ, ଲକ୍ଷ୍ମୀ ବସକୁ ବାଲେଶ୍ଵର ମାଲିକ ସଂଘର ସମର୍ଥନ

ସୂଚନା ଅନୁଯାୟୀ, ଭୁବନେଶ୍ବର ଏୟାରପୋର୍ଟ ଠାରେ ବିମାନ ବନ୍ଦର ସହ ଜଡ଼ିତ କାର୍ଯ୍ୟକୁ ନିରବିଚ୍ଛିନ୍ନ କରିବା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାର ସମାନ୍ତରାଳ କାର୍ଯ୍ୟ ଆବଶ୍ୟକ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ସ୍ଥାପିତ ହୋଇଥିବା ନୂତନ ଏଟିସି ଟାୱାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ପୁରୁଣା ଏଟିସି ଟାୱାରକୁ ଭଙ୍ଗା ନଯାଇ ଏହାକୁ ବିକଳ୍ପ ଭାବରେ ରଖାଯିବ । ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ଟ୍ରାଏଲ୍ ରନ୍ ସମସ୍ତ ହେବା ସହ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହେବ । ଏଥିସହ ଏହି ନୂତନ ଏଟିସି ଟାୱାର ସ୍ୱାଧୀନ ଭାବରେ କାର୍ଯ୍ୟ କରିବ । ଅତ୍ୟାଧୁନିକ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ନୂତନ ଏଟିସି ଟାୱାର ଆତ୍ମନିର୍ଭର ଭାରତ ଅଭିଯାନର ଏକ ଉଦାହରଣ ହେବ । କାରଣ ଏହାର ନିର୍ମାଣରେ କେବଳ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ତେବେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ ଦେଶରେ ପ୍ରଥମ ଥର ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ନିର୍ମାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.