ETV Bharat / state

ନୂଆ ବର୍ଷ ପୂର୍ବରୁ ଆରମ୍ଭ ହେବ ନୂଆ ବିମାନ ସେବା

author img

By ETV Bharat Odisha Team

Published : Dec 17, 2023, 7:11 AM IST

New Airline Service in Odisha: ନୂଆ ବର୍ଷ ପୂର୍ବରୁ ନୂଆ ବିମାନ ସେବା । ଆସନ୍ତା 26 ଏବଂ 27 ତାରିଖରୁ କଲିକତାରୁ ରାଉରକେଲା ଓ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ଉଡ଼ିବା ନେଇ ସୂଚନା । ଅଧିକ ପଢ଼ନ୍ତୁ

ନୂଆ ବର୍ଷ ପୂର୍ବରୁ ଆରମ୍ଭ ହେବ ନୂଆ ବିମାନ ସେବା
ନୂଆ ବର୍ଷ ପୂର୍ବରୁ ଆରମ୍ଭ ହେବ ନୂଆ ବିମାନ ସେବା

ଭୁବନେଶ୍ବର : ରାଜ୍ୟରେ ବିମାନ ସେବା ବିସ୍ତାର ହେବାର ଲାଗିଛି । ନୂଆ ବର୍ଷ ପୂର୍ବରୁ ଆରମ୍ଭ ହେବ ନୂଆ ବିମାନ ସେବା । ଆସନ୍ତା 26 ଏବଂ 27 ତାରିଖରୁ କୋଲକାତାରୁ ରାଉରକେଲା ଓ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ଉଡ଼ିବା ନେଇ ସୂଚନା ରହିଛି । ଏଥିପାଇଁ ସମସ୍ତ ପ୍ରକାରର ଆର୍ଥିକ ସହଯୋଗ କରିବେ ରାଜ୍ୟ ସରକାର ।

ରାଜ୍ୟରେ ବିମାନ ସେବା ବିସ୍ତାର ହେବାରେ ଲାଗିଛି । ରାଜ୍ୟ ତଥା ରାଜ୍ୟ ବାହାରର ସହର ସହିତ ସଂଯୋଗ କରିବାରେ ଆଉ ଏକ ପାଦ ଆଗକୁ ବଢ଼ିବ ଓଡ଼ିଶା । ଯାତ୍ରୀମାନେ କମ୍‌ ସମୟ ମଧ୍ୟରେ ଆକାଶ ପଥରେ କିଭଳି ସହଜରେ ଯାତ୍ରା କରିପାରିବେ ତାହାକୁ ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ରାଜ୍ୟ ବାହାରକୁ ବିମାନ ସେବା ଯୋଗାଇ ଦିଆଯିବ । ତେବେ ଆସନ୍ତା 26 ଏବଂ 27 ତାରିଖରୁ କଲିକତାରୁ ରାଉରକେଲା ଓ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ଉଡ଼ିବା ନେଇ ସୂଚନା ମିଳିଛି । କଲିକତାରୁ ରାଉରକେଲା ବିମାନ ସିଧାସଳଖ ସେବା ଯୋଗାଇବ । ଏହି ବିମାନ ସେବା ଡିସେମ୍ବର 26 ତାରିଖରୁ ଆରମ୍ଭ ହେବ । ସେହିଭଳି ସିଧାସଳଖ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା କରୁଥିବା ବିମାନ 27 ତାରିଖରେ ଆରମ୍ଭ ହେବ । ଏହି ସମସ୍ତ ବିମାନ ଉଡାଣର ଆର୍ଥିକ ସହାୟତା ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

କୋଲକାତାରୁ ରାଉରକେଲା ବିମାନ ସପ୍ତାହକୁ 3 ଦିନ ଉଡ଼ାଣ କରିବ । ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଚଳାଚଳ କରିବ । କୋଲକାତାରୁ ଏହି ବିମାନ ସକାଳ 8ଟା ସମୟରେ ବାହାରୀ ରାଉରକେଲାରେ ମଧ୍ୟାହ୍ନ 12ଟା 30 ମିନିଟରେ ପହଞ୍ଚିବ । ସେହିପରି ଭାବରେ ରାଉରକେଲାରୁ ଅପରାହ୍ନ 3ଟା 50 ମିନିଟରେ ଛାଡ଼ି କୋଲକାତାରେ ସନ୍ଧ୍ୟା 5ଟା 20 ମିନିଟରେ ପହଞ୍ଚିବ । ସେହିଭଳି ସିଧାସଳଖ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା କରିବ ଏଲିଆନ୍ସ ଏୟାର ବିମାନ । ତେବେ ଏହି ବିମାନ ସେବା ସପ୍ତାହକୁ 4 ଦିନ ଉଡ଼ାଣ କରିବ । ସୋମବାର, ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଚଳାଚଳ କରିବ । ତେବେ ଏହି ବିମାନଟି ଭୁବନେଶ୍ୱରରୁ ସନ୍ଧ୍ୟା 4ଟା 15ରୁ ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ 5ଟା 30 ମିନିଟରେ ପହଞ୍ଚିବ । ସେହିଭଳି ଭାବରେ ଝାରସୁଗୁଡ଼ାରୁ ସନ୍ଧ୍ୟା 5ଟା 55ରୁ ଉଡାଣ ଆରମ୍ଭ କରି ଭୁବନେଶ୍ବରରେ 7ଟା 5ରେ ପହଞ୍ଚିବ । ରାଜ୍ୟରେ ଭୁବନେଶ୍ୱର ସମେତ ଝାରସୁଗୁଡ଼ା ରାଉକେଲା, ଜୟପୁର ବିମାନ ବନ୍ଦରକୁ ଉଡ଼ାଣ କରୁଛି ବିମାନ । ତେବେ ଏହି ବିମାନ ବନ୍ଦରକୁ ବାଦ ଦେଲେ ରଙ୍ଗେଇଲୁଣ୍ଡା, ଉତ୍କେଲାକୁ ମଧ୍ୟ ବିମାନ ଉଡାଣ କରୁଛି ।

ବିମାନର ସମୟ ସୂଚି:

କୋଲକାତାରୁ ରାଉରକେଲା --- ରାଉରକେଲାରୁ କୋଲକାତା

ମଙ୍ଗଳବାର, ଗୁରୁବାର ଓ ଶନିବାର

କୋଲକାତାରୁ ରାଉରକେଲା : ସକାଳ 8ଟାରୁ ମଧ୍ୟାହ୍ନ 12ଟା 30 ମିନିଟ

ରାଉରକେଲାରୁ କୋଲକାତା: ଅପରାହ୍ନ 3ଟା 50 ମିନିଟରୁ ସନ୍ଧ୍ୟା 5ଟା 20 ମିନିଟ

ଭୁବନେଶ୍ୱରରୁ ଝାରସୁଗୁଡ଼ା --- ଝାରସୁଗୁଡ଼ାରୁ ଭୁବନେଶ୍ୱର

ସୋମବାର, ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର

ଭୁବନେଶ୍ୱରରୁ ଝାରସୁଗୁଡ଼ା : ସନ୍ଧ୍ୟା 4ଟା 15ରୁ 5ଟା 30 ମିନିଟ

ଝାରସୁଗୁଡ଼ାରୁ ଭୁବନେଶ୍ୱର : ସନ୍ଧ୍ୟା 5ଟା 55ରୁ 7 ଟା 05 ମିନିଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.