ETV Bharat / state

ନବୀନଙ୍କ ଦାବିକୁ ବିରୋଧୀଙ୍କ ଆକ୍ଷେପ - ବିରୋଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ବତନ୍ତ୍ର ଫୋକସ ଷ୍ଟେଟ୍ ଦାବି ଜଣାଇବା ପରେ ଜୋର ଧରିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ ।

ଫାଇଲ ଫଟୋ
author img

By

Published : Jun 13, 2019, 8:50 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ରାଜ୍ୟକୁ ବାରମ୍ବାର ବାତ୍ୟା ଓ ବନ୍ଯାର ମୁକାବିଲା କରିବାକୁ ପଡ଼ୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ୍ ମିଳିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏପରି ଦାବିକୁ ନେଇ ଏବେ ଜୋର ଧରିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦାବିକୁ ଆକ୍ଷେପ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ଯା ଫନି ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଜରୁରୀକାଳୀନ ଏକ ହଜାର ଟଙ୍କାର ସହାୟତା ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ପଠାଇ ପାରିଲେ ନାହିଁ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସ ଷ୍ଟେଟ ଦାବି ଏକ ପଲଟିକାଲ ଷ୍ଟଣ୍ଟ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବହୁ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସଦବୁଦ୍ଧି ଉଦୟ ହୋଇଛି । ସ୍ବତନ୍ତ୍ର ରାଜ୍ୟ ପାହ୍ଯା ମିଳିବନି ବୋଲି ମୁଖ୍ୟମନ୍ତ୍ରୀ ଜାଣିଥିଲେ କିନ୍ତୁ ନିର୍ବାଚନ ଥିବାରୁ ଏପରି ମିଥ୍ୟା ଦାବି କରିଆସୁଥିଲେ ।

ତେବେ ବିରୋଧୀଙ୍କ ଆକ୍ଷେପର ଜବାବ ଦେଇ ବିଜେଡ଼ି ନେତା ତଥା ମନ୍ତ୍ରୀ ନବ ଦାସ କହିଛନ୍ତି ରାଜ୍ୟ ତାହାର ହକ୍ ମାଗୁଛି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାର ନାର୍ଯ୍ୟ ଦାବିକୁ ପ୍ରଦାନ କରିବା ଉଚିତ । ସ୍ବତନ୍ତ୍ର ଫୋକସ ଷ୍ଟେଟର ମାନ୍ୟତା ମିଳିଲେ ରାଜ୍ୟକୁ ଅଧିକ ଆର୍ଥିକ ସହାୟତା ମିଳିବ ଫଳରେ ବତ୍ୟା ପ୍ରଭାବତି ଅଞ୍ଚଳର ଅଧିକ ବିକାଶ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.