ETV Bharat / state

Longest Serving CM: ଜ୍ୟୋତିଙ୍କୁ ଟପିଲେ ନବୀନ, ହେଲେ ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ - Jyoti Basu

ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ନବୀନ
ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ନବୀନ
author img

By

Published : Jul 22, 2023, 8:08 AM IST

Updated : Jul 22, 2023, 2:51 PM IST

Longest Serving CM

ଭୁବନେଶ୍ବର: ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ନାଁରେ ଯୋଡି ହୋଇଛି ନୂଆ ରେକର୍ଡ । ସେ ଦେଶର ଦ୍ଵିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି । ଦ୍ଵିତୀୟରେ ଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ଆଜି(ଶନିବାର) ସେ ପଛରେ ପକାଇଛନ୍ତି । ଏନେଇ ଦଳୀୟ ବିଧାୟକ ନବୀନଙ୍କୁ ଦେଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ 1997ରେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ବିଜୁ ଜନତା ଦଳ ଗଠନ କରି ବିଜୁ ବାବୁଙ୍କ ଉତ୍ତରାଧିକାରୀ ଭାବେ ସେ ରାଜନୀତି ମୈଦାନକୁ ଆସିଥିଲେ ।

Longest Serving CM
Longest Serving CM

ପାରିବାରିକ ଆସନ ଆସ୍କାରୁ ଲୋକସଭା ନିର୍ବାଚନ ଲଢ଼ି ଅଟଳ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ନବୀନ । 2000ରେ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିଲେ । 2000 ମାର୍ଚ୍ଚ 5 ତାରିଖରୁ ଆଜି ପର୍ଯ୍ୟନ୍ତ ସେ ଲଗାତାର 5 ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଆସିଛନ୍ତି । 2000, 2004, 2009, 2014, 2019ରେ କ୍ରମାଗତ ଭାବେ ଲୋକପ୍ରିୟତା ହାସଲ କରିଚାଲିଛନ୍ତି ନବୀନ । ଏହାରି ଭିତରେ ସେ ଅନେକ ରେକର୍ଡ ବନେଇଛନ୍ତି ଆଉ ଭାଙ୍ଗିଛନ୍ତି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ନମ୍ବର 1 ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପୁରସ୍କାର । କିନ୍ତୁ ଏବେ ସେ ଆଉ ଏକ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ।

Longest Serving CM
Longest Serving CM

ସିକିମର ମୁଖ୍ୟମନ୍ତ୍ରୀ ପବନ ସିଂ ଚାମଲିଂ ପରେ ସେ ଦ୍ଵିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ଗୌବର ଅର୍ଜନ କରିବାକୁ ଯାଉଛନ୍ତି । ଚାମଲିଂ ସିକମ ଡେମୋକ୍ରେଟିକ ଫ୍ରଣ୍ଟ ପକ୍ଷରୁ 12 ଡିସେମ୍ବର 1994ରୁ 27 ମାର୍ଚ୍ଚ 2019 ପର୍ଯ୍ୟନ୍ତ ଲଗାତାର ଭାବେ ସିକିମର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ । 24 ବର୍ଷ 16 ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସିପିଆଇ(ଏମ) ପକ୍ଷରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ 23 ବର୍ଷ 138 ଦିନ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ଜ୍ୟୋତି ବସୁ । ସେହିପରି ନବୀନ 22 ଜୁଲାଇ 2023ରେ ଜ୍ୟୋତିଙ୍କ ସମକକ୍ଷ ହୋଇଛନ୍ତି । 2024 ନିର୍ବାଚନରେ ନବୀନଙ୍କ ନେତୃତ୍ବାଧୀନ ବିଜେଡି ବିଜୟ ହୋଇ ସରକାର ଗଠନ କରେ ତେବେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ ସେ ।

ଏହାମଧ୍ୟ ପଢନ୍ତୁ: ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ଦାୟିତ୍ୱ ଦେଲା ବିଜେଡି ! ସାମନାରେ ପ୍ରଦୀପ ପାଣିଗ୍ରାହୀ

2024 ଅଗଷ୍ଟ ମାସରେ ନବୀନ ଏହି ରେକର୍ଡ ନିଜ ନାଁ'ରେ କରିନେବେ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି ନବୀନଙ୍କ ସହଯୋଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ସେ କହିଛନ୍ତି ଯେ, ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଭାରତବର୍ଷର ଅଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଭାବରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ଆମ ପାଇଁ ଏକ ନିଆରା ଅନୁଭୂତି । ଓଡ଼ିଶା ପାଇଁ ମଧ୍ୟ । ଓଡ଼ିଶାରେ କେବେ ବି ଏତେ ସମୟ ଧରି କୌଣସି ମୁଖ୍ୟମନ୍ତ୍ରୀ ରହିନଥିଲେ । ପରିବର୍ତ୍ତନକୁ ଲୋକେ ଗ୍ରହଣ କରିଛନ୍ତି । କେବଳ ରାଜନୈତିକ ପରିବର୍ତ୍ତନ ନୁହେଁ ଓଡ଼ିଶାର ବିକାଶରେ ଯେଉଁ ନୂତନତା ଆସିଛି ତାକୁ ଲୋକେ ଗ୍ରହଣ କରିଛନ୍ତି ।

ସେହିପରି ବିଧାୟକ ରାଜକିଶୋର ଦାସ କହିଛନ୍ତି, ‘ଆମ ପାଇଁ ଗର୍ବ ଓ ଗୌରବର କଥା । ମୁଖ୍ୟମନ୍ତ୍ରୀ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ ଜ୍ୟୋତି ବସୁଙ୍କ ରେକର୍ଡ ଭଙ୍ଗ କରିବେ । 6 ଥର ନିର୍ବାଚନ ଜିତିବା ପରେ ଆଉ ଜଣଙ୍କ ରେକର୍ଡ ମଧ୍ୟ ଭାଙ୍ଗିବେ । ରେକର୍ଡ ପ୍ରତିଷ୍ଠା କରି ଗୌରବ ଅର୍ଜନ କରିବାରେ ମୁଖ୍ୟମନ୍ତ୍ରୀଙ୍କ ତୁଳନା ନାହିଁ । ଭାରତର ସେ 1 ନମ୍ବର ମୁଖ୍ୟମନ୍ତ୍ରୀ ।’ ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ଭାବେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ । କେବଳ ଲମ୍ବା ସମୟ ନୁହେଁ, ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ଭୋକର ଭୂଗୋଳରୁ ଶସ୍ୟ ଶ୍ୟାମଳା ଓଡିଶା କରିପାରିଛନ୍ତି । ଓଡ଼ିଶା ଆଗକୁ ଆଗ ବଢୁଛି । ରାଜ୍ୟବାସୀଙ୍କ ଆଶା ଭରସା ପୂରଣ କରିବାରେ ନବୀନ ଆଗରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2023, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.