ETV Bharat / state

ବିଜେଡି ନିଯୁକ୍ତି; ସିଦ୍ଧାର୍ଥ ସାଧାରଣ ସମ୍ପାଦକ, ରୋହିତ ଓ ମାନସ ଜିଲ୍ଲା ସଭାପତି - ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଜଣେ ସାଧାରଣ ସମ୍ପାଦକ ଓ ଦୁଇ ଜଳ ଜିଲ୍ଲା ସଭାପତି ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

ବିଜେଡି ନିଯୁକ୍ତି
ସିଦ୍ଧାର୍ଥ ସାଧାରଣ ସମ୍ପାଦକ, ରୋହିତ ଓ ମାନସ ଜିଲ୍ଲା ସଭାପତି
author img

By ETV Bharat Odisha Team

Published : Sep 26, 2023, 12:56 PM IST

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦୁଇ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଜଣେ ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ସିଦ୍ଧାର୍ଥ ଦାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି । ସେହିପରି ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଏବଂ ପୂର୍ବତନ ବିଧାୟକ ମାନସ ମାଡ଼କାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତି ଦଳ ପକ୍ଷରୁ ଜାରି ହୋଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ସଂଗଠନରେ ବଢ଼ୁଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ବିଜେଡି ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ଦଳୀୟ ସଭାପତିଙ୍କୁ ପରିବର୍ତ୍ତନ କରିଛି । ଗତ ଜୁନ ମାସରେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ୨୦୨୦ ମସିହାରୁ ସମ୍ବଲପୁରର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିବା ସିଦ୍ଧାର୍ଥ ଦାସଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ମାଲକାନଗିରି ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ହଟାଇ ଦିଆଯାଇଛି । ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ନିର୍ବାଚନ ପୂର୍ବରୁ ଟିକେଟ୍‌ ଆଶାୟୀଙ୍କ ଲମ୍ବା ତାଲିକା ବଢ଼ିବାରେ ଲାଗିଛି । ଏଥି ଯୋଗୁଁ ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ବିଜେଡିରେ ବଢ଼ୁଥିବା ଦଳୀୟ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାକୁ ପ୍ରଶମିତ କରିବାକୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । 3 ନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ଏହା ବି ପଢନ୍ତୁ...Assembly Monsoon Session: ମୁଖ୍ୟମନ୍ତ୍ରୀଙ୍କ ପାଲଟା ପ୍ରଶ୍ନ, ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି ?

ଅନ୍ୟପଟେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବିନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ସେହିପରି ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରକାଶ ପାଶ୍‌ୱାନଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.