ETV Bharat / state

ରାଜଧାନୀ ଦେଖିବ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ - championship

ଉଭୟ ରେଲୱେ ଓ ସହିଦ ନଗର ଇନଡୋର ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଖେଳାଯିବ 33ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ। ସାରାଦେଶରୁ ପ୍ରାୟ 600 ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ।

badminton
badminton
author img

By

Published : Dec 16, 2019, 11:26 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି 33ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ। ଯେଉଁଥିରେ ସାରାଦେଶର ବିଭିନ୍ନ ପ୍ରଦେଶରୁ ପାଖାପାଖି 600 ପ୍ରତିଯୋଗୀ ଭାଗ ନେବେ। ଭାରତୀୟ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା 100 ଖେଳାଳି ଏଠାରେ ଆସି ଖେଳିବେ।

ଆସନ୍ତାକାଲି ଏହି ଚମ୍ପିଆନସିପ୍‌ର ଉଦ୍‌ଘାଟନ ହେବ। ଏହି ପ୍ରତିଯୋଗିତା ଉଭୟ ରେଲୱେ ଓ ସହିଦ ନଗର ଇନଡୋର ଷ୍ଟାଡିୟମରେ ଖେଳାଯିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ରୋହିତ ପୂଜାରୀ ଜଣାଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ସିଙ୍ଗଲ,ଡବଲ୍ସ ଓ ମିକ୍ସଡ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ପ୍ରତିଯୋଗିତା ପାଇଁ 10 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବାବେଳେ ସମ୍ପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଥିବ ସେ ଜଣାଇଛନ୍ତି।

ଆସନ୍ତାକାଲି ଠାରୁ ରାଜଧାନୀରେ ଆରମ୍ଭ ହେବ 33 ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌

ଏଭଳି ପ୍ରତିଯୋଗିତା ଆୟୋଜନ ପାଇଁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗ କରିଛନ୍ତି । ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବାକୁ ଚାହୁଁଥିବା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ପ୍ରେରଣା ଯୋଗାଇଥିବା ସେ କହିଛନ୍ତି। ଆଜିର ଏହି ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ଆବାହକ ରାଜେଶ ପାଟିଲ, ଜାତୀୟ ଦଳର କୋଚ୍‌ ମୁରଲୀ କ୍ରିଷ୍ଣା ଓ ରାଜ୍ୟ ସଙ୍ଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି 33 ତମ ଜାତୀୟ ସବ ଜୁନିଅର ବ୍ୟାଡମିଣ୍ଟନ ଚାମ୍ପିୟାନସିପ।ଯେଉଁଥିରେ ସାରାଦେଶର ବିଭିନ୍ନ ପ୍ରଦେଶରୁ ପାଖାପାଖି 600 ପ୍ରତିଯୋଗୀ ଭାଗ ନେଉଥିବା ଜଣାପଡ଼ିଛି।ଯେଉଁଥିରେ ଭାରତୀୟ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା 100 ଖେଳାଳି ଏହିଠାରେ ଆସି ଖେଳିବେ ବୋଲି ସୂଚନା ମିଳିଛି।

Body:ଆସନ୍ତାକାଲି ଏହି ଚମ୍ପିୟାନସିପ ର ଉଦ୍ଘାଟନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ପ୍ରତିଯୋଗିତା ଉଭୟ ରେଲୱେ ଇନଡୋର ଷ୍ଟାଡିୟମ ଓ ସହିଦ ନଗର ଇନଡୋର ଷ୍ଟାଡିୟମରେ ଖେଳାଯିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ରୋହିତ ପୂଜାରୀ ପ୍ରକାଶ କରିଛନ୍ତି।ଏହି ପ୍ରତିଯୋଗୀତା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ସିଙ୍ଗଲ,ଡବଲସ ଓ ମିକ୍ସଡ଼ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।ସମ୍ପୂର୍ଣ୍ଣ ପ୍ରତିଯୋଗିତା ପାଇଁ 10 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବାବେଳେ ସମ୍ପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଥିବ ଶ୍ରୀଯୁକ୍ତ ପୂଜାରୀ ପ୍ରକାଶ କରିଛନ୍ତି।
ଏଭଳି ପ୍ରତିଯୋଗିତା ଆୟୋଜନ ପାଇଁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗ କରୁଥିବା ବେଳେ ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବାକୁ ଚାହୁଁଥିବା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ପ୍ରେରଣା ଯୋଗାଇଥିବା ସେ କହିଛନ୍ତି।ଆଜିର ଏହି ପ୍ରେସ ମିଟ ରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର କନଭେନର ଶ୍ରୀଯୁକ୍ତ ରାଜେଶ ପାଟିଲ ,ଜାତୀୟ ଦଳର କୋଚ ମୁରଲୀ କ୍ରିଷ୍ଣା ଓ ରାଜ୍ୟ ସଙ୍ଘର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ବାଇଟ-ରୋହିତ ପୂଜାରୀ-ସଭାପତି
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.