ETV Bharat / state

କଳା ବଞ୍ଚିଲେ କଳାକାର ବଞ୍ଚିବ, ଦୈନିକ ଜୀବନରେ ହସ୍ତତନ୍ତକୁ ସାମିଲ କରନ୍ତୁ: ଶାସନ ସଚିବ

author img

By

Published : Aug 8, 2023, 4:52 PM IST

ଭୁବନେଶ୍ବରେ ନାବାର୍ଡ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି । ହସ୍ତତନ୍ତ ପ୍ରଚାରପ୍ରସାର ପାଇଁ ହ୍ୟାଣ୍ଡଲୁମ ବସ୍ତ୍ର ପିନ୍ଧି ରାମ୍ପ ୱାକରେ ଚାଲିଛନ୍ତି ମଡେଲ । ଅଧିକ ପଢ଼ନ୍ତୁ

national handloom day
ଜାତୀୟ ହସ୍ତତନ୍ତ ଦିବସ
ଜାତୀୟ ହସ୍ତତନ୍ତ ଦିବସ

ଭୁବନେଶ୍ବର: ସାରା ଦେଶ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ । ସବୁଠି ସେଲିବ୍ରେଶନ ଚାଲିଥିବା ବେଳେ ନାବାର୍ଡ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । ହସ୍ତତନ୍ତ ପ୍ରଚାରପ୍ରସାର ପାଇଁ ହ୍ୟାଣ୍ଡଲୁମ ବସ୍ତ୍ର ପିନ୍ଧି ରାମ୍ପ ୱାକରେ ଚାଲିଛନ୍ତି ମଡେଲ। କିଏ ଶାଢ଼ୀ ତ ଆଉ କିଏ ସଲୱାର୍ କମିଜ ପିନ୍ଧି କରୁଛନ୍ତି ହସ୍ତତନ୍ତ କଳାର ପଦର୍ଶନ । କିନ୍ତୁ ସୂତା ଖିଅରେ ଝୁଲୁଛି ବୁଣାକାରଙ୍କ ଭାଗ୍ୟ । କାରଣ ଐତିହ୍ୟ ସମ୍ପନ୍ନ ବୟନ କଳାକୁ ଯୁଗଯୁଗ ଧରି ବଞ୍ଚାଇ ଆସିଥିବା ବୁଣାକାର ଆଜି ଦାରିଦ୍ର୍ୟର କଷାଘାତରେ ଜର୍ଜରିତ । ସେମାନଙ୍କ ମୌଳିକ ବିକାଶ କେବଳ ଦିବସରେ ସୀମିତ । ନା ସେମାନଙ୍କ ହାତ ତିଆରି ବୁଣା ସାମଗ୍ରୀ ବିକ୍ରି କରିବା ପାଇଁ ରହିଛି ଉପଯୁକ୍ତ ଖୋଲା ବଜାର, ନା ମିଳୁଛି ସରକାରୀ ପ୍ରୋତ୍ସାହନ । ଏଭଳି ସ୍ଥିତିରେ ବୁଣାକାର ନିଜର କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ।

ହସ୍ତତନ୍ତ ଦିବସ ଅବସରରେ ବୟନିକା ପକ୍ଷରୁ ଆରମ୍ଭ ହୋଇଛି ୭ ଦିନିଆ ପ୍ରଦର୍ଶନୀ । ଯେଉଁଠି ବୁଣାକାର ମାନେ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରିବା ସହ ବିକ୍ରିବଟା କରିପାରିବେ । ଜିଆଇ ଗବେଷକ ଅନିତା ସାବତଙ୍କ କହିବା ମୁତାବକ, "କେବଳ ପ୍ରଦର୍ଶନୀ ନୁହେଁ ବରଂ ବୁଣାକାରଙ୍କ ପାଇଁ ଖୋଲା ବଜାର ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବିକ୍ରିବଟାର ସୁଯୋଗ ସୃଷ୍ଟି କରାଗଲେ ବୁଣାକାର ନିଜର ପେଟ ପୋଷିବା ପାଇଁ ସକ୍ଷମ ହେବା ସହ ସଂସ୍କୃତିର ଏକ ଅନନ୍ଯ ପରିଭାଷା ସାଜିଥିବା ହସ୍ତତନ୍ତ ଦେଶ ବିଦେଶରେ ପରିଚୟ ଲାଭ କରିପାରିବ।"

ଏହା ମଧ୍ୟ ପଢ଼ନ୍ତୁ: National Handloom Day: ସାରା ବିଶ୍ବରେ ଚମକୁଛି ଓଡ଼ିଶାର ହସ୍ତତନ୍ତ

ଅନ୍ୟପଟେ ସମ୍ବଲପୁରୀ ବାନ୍ଧ ଶାଢ଼ୀ, କୋଟପାଡ଼ ହସ୍ତତନ୍ତ, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଓ ଫେବ୍ରିକ୍ସ, ଗୋପାଳପୁର ଟସର, ଧଳାପଥର ପରଦା, ବମକେଇ ଶାଢ଼ି, ହବସପୁରୀ ଶାଢ଼ୀ, ବ୍ରହ୍ମପୁର ପାଟଶାଢ଼ୀ ଓ ଯୋଡ଼ ଆଦି ରାଜ୍ୟର ୯ ହସ୍ତତନ୍ତକୁ ଜିଆଇ ଟ୍ୟାଗ୍‌ ମିଳିଛି । ଓଡ଼ିଶା ଓ ବି‌ଦେଶ ବଜାରରେ ଓଡ଼ିଶା ହସ୍ତତନ୍ତର ଚାହିଦା ବି ଦିନକୁ ଦିନ ବଢ଼ିବାରେ ଲାଗିଛି । ହେଲେ ଜିଆଇ ମାନ୍ୟତା ପାଇ ସୁଦ୍ଧା ଖୋର୍ଦ୍ଧାର ‘ଧଳାପଥର ପରଦା’ ଓ କଳାହାଣ୍ଡିର ‘ହବସପୁରୀ ଶାଢ଼ୀ’ ଏବେ ସମୟ ସ୍ରୋତରେ ହଜିଯିବାକୁ ବସିଲାଣି । ସରକାରୀ ପ୍ରୋତ୍ସାହନ, କଞ୍ଚାମାଲ ଓ ପ୍ରଶିକ୍ଷଣର ଅଭାବ ତଥା ବଜାର ସୃଷ୍ଟି ନହେବା ଯୋଗୁଁ ଓଡ଼ିଶାର ଏହି ଦୁଇ ନିଆରା ହସ୍ତତନ୍ତ ସାମଗ୍ରୀ ନାମ ବି ଅନେକ ଲୋକ ଏବେ ଜାଣିନାହାନ୍ତି । ଏପରିକି ଏହି ଦୁଇ ହସ୍ତତନ୍ତ ସାମଗ୍ରୀ ବଜାରରେ ମିଳିବା କଷ୍ଟ ହୋଇଗଲାଣି । ଏମାନଙ୍କ ମଧ୍ୟରୁ ଅନେକ ବୃତ୍ତି ବଦଳାଇଥିବା ବେଳେ କିଛି ପଟ୍ଟଚିତ୍ର ଓ ବାନ୍ଧ କାମ କରୁଛନ୍ତି । ରାଜ୍ୟରେ ହସ୍ତତନ୍ତ ଓ ଏହାର ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । କିନ୍ତୁ ଚାହିଦା ମୁତାବକ ଭରଣା ହୋଇ ପାରୁନଥିବା କହିଛନ୍ତି ବୟନିକା ନିର୍ଦ୍ଦେଶିକା । ତେଣୁ ଆହୁରି କଞ୍ଚାମାଲ ଯୋଗାଇ ଦେବା ସହ ସହାୟତା ରାଶି ଘୋଷଣା କରାଯିବାର ଆବଶ୍ୟକତା ରହିଛି l ଜିଆଇ ମାନ୍ୟାତା ପାଇବା ପରେ ମଧ୍ୟ ଧଳାପଥର ପରଦା ଓ ହବସପୁରୀ ଶାଢୀ ପରି ଲୋକପ୍ରିୟ ଶାଢ଼ୀର ଚାହିଦା କମିଛି ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟରେ ଓ ବାହାରେ ହସ୍ତତନ୍ତ ଅନେକ ସୋ ରୁମ ମଧ୍ୟ ଖୋଲାଯିବାର ଯୋଜନା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ସେପଟେ ହସ୍ତତନ୍ତ ଦିବସକୁ ନେଇ ମୂଖ୍ୟ ଶାସନ ସଚିବ କହିଛନ୍ତି, "ଏହି କଳାକୁ ପରିଶ୍ରମ କରି ବଞ୍ଚେଇ ରଖିଥିବା କାରିଗରଙ୍କୁ ସମ୍ମାନ ଜଣାଉଛୁ । ହସ୍ତତନ୍ତ ହେଉଛି ଜଳବାୟୁ
ବନ୍ଧୁତ୍ୱପୂର୍ଣ୍ଣ ଉତ୍ପାଦ । ତେଣୁ ପରିବେଶକୁ ବଞ୍ଚାଇ ରଖିବାକୁ ବୁଣାକାରଙ୍କୁ ରୋଜଗାର ଦେବାପାଇଁ ଆମକୁ ମାସରେ ଗୋଟିଏ କିମ୍ବା ଦୁଇ ଦିନ ହେଉ ହସ୍ତତନ୍ତର ବସ୍ତ୍ର ପିନ୍ଧିବାର ଆବଶ୍ୟକ ରହିଛି । ବ୍ୟବହାର ବଢିଲେ ପ୍ରୋତ୍ସାହନ ବଢିବ । ଶସ୍ତା ଓ ମେସିନ ବସ୍ତ୍ର ପଛରେ ନ ଗୋଡେଇ ନିଜ ମାଟିର ବୁଣାକାରଙ୍କ ବସ୍ତ୍ର ପିନ୍ଧିଲେ ସେମାନେ ଲାଭବାନ ହେବା ସହ ନିଜ ବୃତ୍ତିରେ ବଞ୍ଚିକି ରହିବେ ।" କଳା ଓ କଳାକାର ବଞ୍ଚିଲେ ହସ୍ତତନ୍ତ ଓ ବୟନଶିଳ୍ପର ବିକାଶ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.