ETV Bharat / state

ରାଜଧାନୀରେ ଜାତୀୟ ହସ୍ତତନ୍ତ ମେଳା ଉଦଘାଟିତ

author img

By ETV Bharat Odisha Team

Published : Sep 12, 2023, 10:13 PM IST

ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ଜାତୀୟ ହସ୍ତତନ୍ତ ମେଳା । ଓଡିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ବୟନିକା ଦ୍ୱାରା ଏହି ମେଳା ସୋମବାର ଠାରୁ ଆରମ୍ଭ ହୋଇଯାଇଛି ।

National Handicrafts Fair inaugurated
National Handicrafts Fair inaugurated
National Handicrafts Fair inaugurated

ଭୁବନେଶ୍ବର: ରାଜଧାନୀରେ ବିଂଶତମ ଜାତୀୟ ହସ୍ତତନ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ 3 ଇଡ଼କୋ ପଦର୍ଶନୀ ପଡିଆରେ ଏହି ମେଳା ଆରମ୍ଭ ହୋଇଛି । ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପଦର୍ଶିତ କରିବା ସହ ବୁଣାକାର ମାନଙ୍କ ପ୍ରତିଭା ପଦର୍ଶନ ଓ ରାଜ୍ୟଗୁଡ଼ିକର କଳା ସଂସ୍କୃତିର ପ୍ରଚାରପ୍ରସାର ପାଇଁ ମେଳାର ଆୟୋଜନ କରାଯାଇଛି। ଗତ ସନ୍ଧ୍ୟାରେ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଅତିଥି ଭାବେ ଯୋଗ ଦେଇ ଜାତୀୟ ହସ୍ତତନ୍ତ ମେଳାକୁ ଉଦଘାଟନ କରିଥିଲେ। ଆସନ୍ତା ଅକ୍ଟୋବର 8 ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ଏହି ମେଳା ଖୋଲାରହିବ। ଦିନ ୧୧ଟା ୩୦ ରୁ ରାତି ୯ ଟା ୩୦ ମିନିଟ ପର୍ଯ୍ୟନ୍ତ ମେଳା ଖୋଲାରହିବ ବୋଲି ବୟନିକା ପକ୍ଷରୁ ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ-ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷର ବ୍ୟବସାୟ

ମେଳାରେ 170 ଟି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ଦେଶର କୋଣାନୁକୋଣରୁ ବ୍ୟବସାୟୀ ମାନେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ରାଜସ୍ଥାନ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ହରିୟାଣା, ପୁଡୁଚେରୀ ଓ ଓଡ଼ିଶାର ୩୦ ଟି ଜିଲ୍ଲାରୁ ବୁଣାକାରମାନେ ଆସି ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନକୁ ପଦର୍ଶିତ କରିଛନ୍ତି । ମେଳାରେ ବିଭିନ୍ନ ରାଜ୍ୟର ଶାଢ଼ୀ ଓ ଘରକରଣା ବିକ୍ରି ହେଉଥିବା ବେଳେ ଓଡ଼ିଶାର ବାନ୍ଧବସ୍ତ୍ର ବିଶେଷ ଭାବେ ଉପଲବ୍ଧ ରହିଛି। ଏହା ଗ୍ରାହକଙ୍କୁ ବେଶ ଆକର୍ଷିତ କରିବା ସହ ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ବୟନିକା ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ମେହେର ।

ଏହା ମଧ୍ୟ ପଢନ୍ତୁ-ପୁରୀରେ ହସ୍ତତନ୍ତ ମେଳା ଉଦଘାଟିତ, ସମ୍ବଲପୁରୀ ବସ୍ତ୍ରାଳୟ ପ୍ରଚାର ପ୍ରସାର ଲକ୍ଷ୍ୟ

ପଦ୍ମଶ୍ରୀ ସୁଦର୍ଶନ ସାହୁ କହିଛନ୍ତି ଯେ, ବାନ୍ଧବସ୍ତ୍ର ଓଡ଼ିଶାର ପରିଚୟ ସହ ଜଗନ୍ନାଥଙ୍କର ପ୍ରିୟ ବସ୍ତ୍ର । ଏହାର ପ୍ରସ୍ତୁତି ପାଇଁ ବୁଣାକାର ମାନକୁ ଆବଶ୍ୟକ ପାଟ ସୁତା ମିଳୁନାହିଁ। ଅଫିସରମାନେ ଏହାକୁ ଅନ୍ୟତ୍ର ବିକ୍ରି କରିଦେଉଛନ୍ତି । ତେଣୁ ସରକାରଙ୍କୁ ମୋର ବୁଣାକାରମାନଙ୍କ ଦୁଃଖ ବୁଝନ୍ତୁ ଓ କଞ୍ଚାମାଲ ଯୋଗାଇଦିଅନ୍ତୁ । ତେବେ ଯାଇ ବୁଣାକାରମାନଙ୍କ ଦ୍ୱାରା ଆମ କଳା ସଂସ୍କୁତି ପ୍ରଚାରପ୍ରସାର ସହ ସେମାନେ ରୋଜଗାର ପାଇପାରିବେ, ଆଉ ନିଜେ ବିକଶିତ ହେବେ ଓ ରାଜ୍ୟର ବିକାଶରେ ସହଭାଗିତା ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.