ETV Bharat / state

ନବୀନ ସରକାରଙ୍କୁ ନରସିଂହଙ୍କ ଟାର୍ଗେଟ, 'ପ୍ରତିଶ୍ରୁତି ପାଳନରେ ଫେଲ୍ ରାଜ୍ୟ ସରକାର' - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Narasingha Targets State Govt: 'ରାଜ୍ୟରେ ଏମିତି ଏକ ସରକାର ରହିଛି, ଯିଏ ନିଜର ପ୍ରତିଶ୍ରୁତି କେବେ ବି ପୂରଣ କରେନାହିଁ '। ଶୂନ୍ୟକାଳରେ ତିନିଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ନବୀନ ସରକାରଙ୍କୁ ନରସିଂହଙ୍କ ଟାର୍ଗେଟ, ' ପ୍ରତିଶ୍ରୁତି ପାଳନରେ ଫେଲ୍ ରାଜ୍ୟ ସରକାର'

author img

By ETV Bharat Odisha Team

Published : Nov 24, 2023, 4:48 PM IST

Updated : Nov 24, 2023, 5:53 PM IST

ନବୀନ ସରକାରଙ୍କୁ ନରସିଂହଙ୍କ ଟାର୍ଗେଟ, ' ପ୍ରତିଶ୍ରୁତି ପାଳନରେ ଫେଲ୍ ରାଜ୍ୟ ସରକାର'

ଭୁବନେଶ୍ବର: ବିଧାନସଭାରେ ବିଜେଡି ସରକାରକୁ ଭେଟେରାନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ । ନରସିଂହ କହିଛନ୍ତି ଯେ, ବିଧାନସଭା ଶୂନ୍ୟକାଳରେ ୩ଟି ପ୍ରସଙ୍ଗ ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲି । 'ରାଜ୍ୟର ଏକ ସରକାର ରହିଛି ଯିଏ ତାର ପ୍ରତିଶ୍ରୁତି କେବେ ବି ପୂରଣ କରେନାହିଁ । ଏହାର ତିନିଟି ଉଦାହରଣ ଦେଇଛି' । ପଦ୍ମପୁର ନିର୍ବାଚନ ପୂର୍ବରୁ ଏହାକୁ ଜିଲ୍ଲା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଉପନିର୍ବାଚନ ଜିତିଲେ, ବିଧାନସଭାର କାର୍ଯ୍ୟକାଳ ସରିବାକୁ ବସିଲାଣି । ମୁଖ୍ୟମନ୍ତ୍ରୀ କହିଥିଲେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁର ହେବ ଜିଲ୍ଲା । କିନ୍ତୁ ଆଜି ନଭେମ୍ବର ସରି ଡିସେମ୍ବର ଆରମ୍ଭ ହେବାକୁ ଯାଉଛି । ହେଲେ ପଦ୍ମପୁର ଜିଲ୍ଲା ହେଲା ନାହିଁ ।

ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ଗଠନ କରିବା କଥା । ହେଲେ ଆଜି ପର୍ଯ୍ୟନ୍ତ ହେଲା ନାହିଁ । ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ପଦ୍ମପୁର ବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଅଗ୍ରିଆ ସଂପ୍ରଦାୟ ଏବଂ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ଦାବି ଦୋହରାଇଛନ୍ତି ନରସିଂହ ।

ଏହା ମଧ୍ଯ ପଢ଼ନ୍ତୁ: ନିଜ ଛେପ ଢୋକିଲେ ସରକାର, ତିନି ଦିନ ପରେ ସ୍ବାଭାବିକ ହେଲା ବିଧାନସଭା

ଏହା ମଧ୍ଯ ପଢ଼ନ୍ତୁ: ବିଧାନସଭା ସ୍ବାଭାବିକ: ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ମୁଲତବୀ ଆଲୋଚନା

ଗୃହରେ 'ଅଗ୍ରିଆ କମ୍ୟୁନିଟି' ପ୍ରସଙ୍ଗ ଉଠାଇଥିଲେ ନରସିଂହ ମିଶ୍ର । ଝାରସୁଗୁଡ଼ା ଉପ ନିର୍ବାଚନ ସମୟରେ ଭୁବନେଶ୍ବରରେ ଏକ ଅଫିସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସେମାନଙ୍କୁ ଲୋଭେଇବା ପାଇଁ ଘୋଷଣା କଲେ । ଅଧ ଏକର ଜମି ଦେବା ସହ ୩ କୋଟି ଟଙ୍କା ଦେବେ । ଅଗ୍ରିଆ ଭବନ ପ୍ରତିଷ୍ଠା ହେବ । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମି ଦେଇନାହାନ୍ତି । ନିର୍ବାଚନ ଜିତିଲେ, ଏହି ପ୍ରତିଶ୍ରୁତି ଭୁଲି ଗଲେ । ଅଗ୍ରିଆ କମ୍ୟୁନିଟି ଲୋକ ଏକ ଲିଖିତ ଅଭିଯୋଗ ଦେଇଥିବା ଗୃହରେ ନରସିଂହ ପ୍ରକାଶ କରିଛନ୍ତି । କୁଆଡେ ଗଲା ସେ ପ୍ରତିଶ୍ରୁତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କର ଜଣେ ସୁରକ୍ଷାକର୍ମୀ ଅଛନ୍ତି, ସେ ମଧ୍ୟ ଅଗ୍ରିଆ ସଂପ୍ରଦାୟରୁ । ତାଙ୍କର ଏକ ଅନୁଷ୍ଠାନ ଅଛି । ଯେଉଁ ଅଗ୍ରିଆ ମାନେ ଭୁବନେଶ୍ବରରେ ରହୁଛନ୍ତି, ତାଙ୍କର ଏହି ଅନୁଷ୍ଠାନ । ଏହି ଅନୁଷ୍ଠାନକୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେ ନିଷ୍ପତ୍ତି ଏ ଯାଏଁ କାର୍ଯ୍ୟକାରୀ କରିନାହାନ୍ତି । ହେଲେ ଏହି ନିଷ୍ପତ୍ତିକୁ ଅଗ୍ରିଆ ସମାଜ ବିରୋଧ କରିଥିଲେ । ଯେଉଁମାନଙ୍କୁ ଦିଆଯାଇଛି, ସେମାନେ ଏବେ ଭୁବନେଶ୍ବରର ବାସିନ୍ଦା ।

ପୁରୀ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗକୁ ଗୃହରେ ଉଠାଇଛନ୍ତି ନରସିଂହ । ଗୋଟିଏ ଦ୍ବାର ଖୋଲାଯାଉଥିବାରୁ ଅନେକ ସମସ୍ୟା ହେଉଛି । ଚାରି ଦ୍ବାର ଖୋଲିଲେ ଭକ୍ତ ଯାଇପାରିବେ ଏବଂ ସମସ୍ୟା ହେବନାହିଁ । ପ୍ରସଙ୍ଗରେ ଜନ ଅସନ୍ତୋଷ ବଢ଼ିଲାଣି । କଂଗ୍ରେସ ମଧ୍ୟ ଏକ ବିରାଟ ଜନ ଆନ୍ଦୋଳନ କରିଥିଲା । ଯେଉଁ ଦ୍ବାରରେ କାମ ହେଉନାହିଁ । ସେ ଦ୍ବାର ଖୋଳାଯାଉ ବୋଲି କହିଲେ କଂଗ୍ରେସ ବିଧାୟକ ଦଳ ନେତା । ନଚେତ ଅତି କମରେ ତିନି ଦ୍ବାର ଖୋଲିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 24, 2023, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.