ETV Bharat / state

ନନ୍ଦନବିହାର ଡକାୟତି ମାମଲା: ୨ କୋଟିକୁ ୯ ଭାଗରେ ବାଣ୍ଟିଥିଲେ ଲୁଟେରା, ବନ୍ଧା ହେଲେଣି 8 - ନନ୍ଦନବିହାର ଡକାୟତି ମାମଲାରେ ଅଭିଯୁକ୍ତ ଗିରଫ

ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ନନ୍ଦନବିହାରରେ ଘରେ ପଶିଥିଲେ ଏକ ବଡ ଧରଣର ଡକାୟତି ଘଟଣାରେ ଆଉ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ନନ୍ଦନବିହାର ଡକାୟତି ମାମଲା
8 ଅଭିଯୁକ୍ତ ଗିରଫ
author img

By ETV Bharat Odisha Team

Published : Aug 30, 2023, 11:48 AM IST

nandan bihar loot case

ଭୁବନେଶ୍ବର: ରାଜଧାନୀ ଚନ୍ଦ୍ରଶେଖରପୁର ଇନଫୋସିଟି ନନ୍ଦନବିହାର ଡକାୟତି ମାମଲାରେ ପୋଲିସକୁ ସଫଳତା ମିଳିଛି । ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ଘରେ ପଶିଥିଲେ । ଘର ଲୋକଙ୍କ ମୁହଁକୁ ବାନ୍ଧି ଲୁଟିଥିଲେ ୨ କୋଟି ଓ ଅଳଙ୍କାର । ଏହି ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗ୍‌ର ମୋଟ 8 ଜଣ କମିଶନରେଟ ପୋଲିସ ହାତରେ ଧରା ପଡ଼ିଛନ୍ତି । ପୂର୍ବରୁ 5 ଜଣ ଧରା ପଡିଥିବାବେଳେ ମଙ୍ଗଳବାର ଆଉ 3 ଜଣଙ୍କୁ ଗିରଫ କରିଛି ପୋଲିସ । 3 ଜଣଙ୍କ ଠାରୁ ୬୦ଲକ୍ଷ ୫୯ହଜାର ଟଙ୍କା ଜବତ ସହ ୨ଟି ସୁନା ଚେନ ସହ ୫ଟି ମୁଦି ଜବତ କରିଛି ପୋଲିସ । ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଏ ଯାଏ ଧରାପଡିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

3 ଜଣଙ୍କୁ ଗିରଫ କରିବା ପରେ ପୋଲିସ କହିଛି,'' ଡକାୟତି ପରେ ସେମାନେ ଉକ୍ତ ଟଙ୍କାକୁ ଅନୁଗୋଳର ରେଙ୍ଗାଲିର ଜଣଙ୍କ ଘର ଗ୍ୟାରେଜରେ 9 ଭାଗରେ ବାଣ୍ଟିଥିଲେ । ଏଯାବତ ୧ କୋଟି ୬୨ ଲକ୍ଷ ୫୯ହାଜାର ଟଙ୍କା ଜବତ ହୋଇଛି । ପ୍ରଥମେ 5 ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ଆଉ 3 ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କେନ୍ଦ୍ରାପଡାର ଏସ କେ ଲତିଫ ଓ ଜାହିର ଖାନ, ଭୁବନେଶ୍ୱର ହଳଦିପଡିଆର ଗଣେଶ ମଣ୍ଡଳ । ଲୁଟ ଘଟଣାରେ ଏଯାବତ 8ଜଣଙ୍କୁ ଗିରଫ କରାଯାଇଛି । ଡକାୟତି ପଛରେ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡ ବାଦଲ ଏବେ ବି ଫେରାର ରହିଛି ।''

ଏହା ବି ପଢନ୍ତୁ...ସିବିଆଇ ରେଡ ଆଳରେ ଲୁଟିଥିଲେ ୨ କୋଟି, ଗିରଫ କରି କୋଟିଏ ଟଙ୍କା ଜବତ କଲା କମିଶନରେଟ ପୋଲିସ

ବାଦଲ ନିବାରଣ ପାଣିଙ୍କ ଘରେ ଏତେ ପରିମାଣର ଟଙ୍କା ରହିଥିବା ଜାଣିଥିଲା । ଏହା ପରେ ଡାକାୟତି ପ୍ଲାନ ପ୍ରସ୍ତୁତ କରିଥିଲା । ଡକାୟତି ଯୋଜନାକୁ ସଫଳ କରିବାକୁ ଅନ୍ୟତମ ସହଯୋଗୀ ହେମନ୍ତ ଧିର ଓ ସନାତନ ନାହାକକୁ ସୂଚନା ଦେଇଥିଲା । ଯେଉଁମାନେ କି ଏଭଳି ଏକ ଡକାୟତି ଯୋଜନା ପ୍ଲାନ୍ କରିଥିଲେ । ଆଉ ଅନୁଗୋଳରୁ ୯ଜଣ ମିଶି ଭୁବନେଶ୍ବର ଇନଫୋସିଟି ଥାନା ଅଧିନ ନନ୍ଦନବିହାରର ଏକ ଗଳି ଭିତର କଲୋନୀ ପଶି ନିଜକୁ ସିବିଆଇ କହି ଘରେ ପଶିବା ସହ ଲୁଟପାଟ କରି ଚମ୍ପଟ ମାରିଥିଲେ‌ । ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ହେମନ୍ତ ଧିର ଜଣେ ବିଧାୟକଙ୍କ ସହଯୋଗୀ ଥିବା ବେଳେ ଏହା ପଛର ରାଜ୍ କଣ । ତା ନାଁରେ ଆଗରୁ କୌଣସି କ୍ରାଇମ୍ ରେକର୍ଡ ନଥିବା ବେଳେ ସେ ତା ନିଜ ଗାଡିରେ ଆସି କାହିଁକି ଏଭଳି ଡକାୟତି କରିବ ଏବଂ ପୋଲିସ କହିବାନୁସାରେ ତାର ମଧ୍ୟ ମୁଖ୍ୟ ଭୂମିକା ରହିଥିଲା । ଏହା ଉପରକୁ କେବେ ପର୍ଦ୍ଦା ହଟିବ ତାକୁ ଅପେକ୍ଷା ।

ବିଧାୟକଙ୍କ ସହଯୋଗୀ ଥିବା ଏହି ଅଭିଯୁକ୍ତର ରାଜନୈତିକ ଲିଙ୍କକୁ କାହିଁକି ଏଡାଉଛି ପୋଲିସ । ସେଭଳି କିଛି ନଥିବା ଏସିପି କହୁଥିବା ବେଳେ ବାସ୍ତବିକ ଏହା ପଛରେ ସତ କଣ କେଉଁ ଆଧାରରେ ପୋଲିସ ହେମନ୍ତ ପଲଟିକାଲ ଲିଙ୍କୁ କ୍ଲିନ୍ ଚିଟ୍ ଦେଇଛି ପୋଲିସ। କଣ ହେମନ୍ତ କଲ ଡିଟେଲ ଓ ଚାଟକୁ ନେଇ ପୋଲିସ ତଦନ୍ତ କରିଛି । ଯେଉଁ ହାଇଫାଇ ଗାଡିରେ ଡକାୟତି ହୋଇଥିଲା ସେ ଗାଡି ଗଲା କେଉଁଆଡେ । ଡକାୟତି କରିଥିବା ଏହି ଗ୍ୟାଙ୍ଗର ମୁହଁଙ୍କୁ ଘୋଡାଇ ବା ପଛର ସତ କଣ । ଅନେକ ଡକାୟତି ଓ ଲୁଟ୍ ଘଟଣାରେ ପୂର୍ବରୁ ଅନେକ ଅପରାଧୀଙ୍କ ଖୁଲମ ଖୋଲା ଫଟୋ ଆସିଥାଏ । ଏନେଇ ରାଜନୈତିକ ଲିଙ୍କ ଥିବାରୁ ହେମନ୍ତ ଓ ବିଧାୟକଙ୍କ ଲିଙ୍କ ସାମ୍ନା ଆସିଯିବା ଭୟ ବୋଲି ଚର୍ଚ୍ଚା ହେଉଛି । ଜଣଙ୍କ ଘରୁ ଦୁଇ କୋଟି କେଉଁଠୁ ଆସିଲା ଏଯାବତ ପୋଲିସ କହିପାରୁନାହିଁ । ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.