ETV Bharat / state

ଟାର୍ଗେଟରେ ୟୁଥ ଭୋଟର, 2024 ଲଢେଇ ପାଇଁ ବିଜେପିର ଅସ୍ତ୍ର 'ନମୋ ଆପ୍'

BJP NaMo App: 2024 ନିର୍ବାଚନ ଲଢେଇକୁ ନଜରରେ ରଖି ୟୁଥ ଭୋଟର ପାଇ ପଦ୍ମ କ୍ୟାମ୍ପର ମାଷ୍ଟରପ୍ଲାନ । ଏକ କୋଟି ଯୁବ ଭୋଟର ନିଜ ସପକ୍ଷରେ ନେବା ପାଇଁ ବିଜେପି କରିବ କ୍ୟାମ୍ପେନ। ଅଧିକ ପଢନ୍ତୁ

ନମୋ ଆପ
ନମୋ ଆପ
author img

By ETV Bharat Odisha Team

Published : Jan 8, 2024, 10:07 PM IST

ନମୋ ଆପ

ଭୁବନେଶ୍ବର: ଆସୁଛି ସାଧାରଣ ନିର୍ବାଚନ 2024 । ଯୁବ ଭୋଟବ୍ୟାଙ୍କ ହାତେଇବାକୁ ରାଜ୍ୟର ପ୍ରମୁଖ ଦଳମାନେ ଯୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହାରି ଭିତରେ ବିଜେପି ଟାର୍ଗେଟରେ ୟୁଥ ଭୋଟର । 2024 ନିର୍ବାଚନ ଲଢେଇକୁ ନଜରରେ ରଖି ୟୁଥ ଭୋଟର ପାଇ ପଦ୍ମ କ୍ୟାମ୍ପର ମାଷ୍ଟରପ୍ଲାନ । ଏକ କୋଟି ଯୁବ ଭୋଟର ନିଜ ସପକ୍ଷରେ ନେବା ପାଇଁ ବିଜେପି କରିବ କ୍ୟାମ୍ପେନ । ଏହାକୁ ନେଇ ୧୦୦ ଦିନିଆ ଟାସ୍କ ଦେଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ନମୋ ଆପ ମାଧ୍ୟମରେ ଯୋଡିବା ପାଇଁ ଆଜିଠୁ ଆରମ୍ଭ ହେଲା ସୋସିଆଲ ମିଡିଆ କ୍ୟାମ୍ପେନ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନମୋ ଆପର ଜାତୀୟ ଆବାହକ କୁଲଜିତ ସିଂ ଚହଲ ଉପସ୍ଥିତିରେ ବୈଠକ ବସିଥିଲା । ନମୋ ଆପ ବିକଶିତ ଭାରତ ଆମ୍ବାସଡ଼ର ଅଭିଯାନରେ ଓଡିଶାର ୧୪୭ ବିଧାନସଭା କ୍ଷେତ୍ରର ଯୁବ ପିଢ଼ିଙ୍କୁ ନମୋ ଅପା ସମ୍ପର୍କରେ ସୂଚନା ଦିଆଯାଇଛି । ଦେଶ ଶହେ ତମ ସ୍ୱାଧୀନତା ଦିବସ ପାଳନ ଅବସରେ ଯୁବ ପିଢ଼ି ବିକଶିତ ଭାରତକୁ ଆଗକୁ ନେବେ । ନିକଟରେ ନିର୍ବାଚନ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମୋଦିଙ୍କ ଗ୍ୟାରେଣ୍ଟିକୁ ୩ ରାଜ୍ୟରେ ସ୍ବୀକାର କରିଛନ୍ତି । ଓଡିଶାରେ ୩୦ଲକ୍ଷ ବିଭିନ୍ନ କ୍ଷେତ୍ରରେ ପେଶାଗତ ଭାବେ କାର୍ଯ୍ୟ କରୁଥିବା ଯୁବ ପିଢ଼ିଙ୍କୁ ଏହି ନମୋ ଆପରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡି ହେବେ । ଏଥି ସହିତ ୨୪ ଓଡ଼ିଶାରେ ବିଜେପି ସରକାର କରିବା ସହ ଲୋକ ସଭାରେ ସମସ୍ତ ସିଟ ଦଖଲ କରିବ ବୋଲି ବିଜେପି ସମ୍ଭୋକ୍ତି ବାଢିଛି ।

ଏହା ମଧ୍ୟ ପଢ଼ନ୍ତୁ......ଖରିଫ ଧାନ କିଣା ବ୍ୟାପକ ଦୁର୍ନିତି ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି କଲା କୃଷକ ମୋର୍ଚ୍ଚା

ଏହି ଅବସରରେ କୁଲଜିତ ସିଂ ଚହଲ କହିଛନ୍ତି, "2047 ଦେଶ ଶହେ ତମ ସ୍ୱାଧୀନତା ଦିବସ ପାଳନ ଅବସରେ ଯୁବ ପିଢ଼ି ବିକଶିତ ଭାରତକୁ ଆଗକୁ ନେବେ । ନମୋ ଆପ୍ ମାଧ୍ୟମରେ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଯିବ । ଓଡିଶାରେ ୩୦ ଲକ୍ଷ ନମୋ ଆପ୍‌-ବିକଶିତ ଭାରତ ଆମ୍ବାସଡର ଏହି କାର୍ଯ୍ୟରେ ସାମିଲ ହୋଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଯିବ । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ ବିଜେପି ସରକାର କରିବାକୁ ଯାଉଥିବା ବେଳେ ଓଡିଶାରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ । ଓଡିଶାରେ ମୋଦିଙ୍କ ଗ୍ୟାରେଣ୍ଟିକୁ ଘର ଘର ପହଞ୍ଚା ଯିବ । ଏହି ୩୦ ଲକ୍ଷ “ନମୋ ଆପ୍‌-ବିକଶିତ ଭାରତ” ଆମ୍ବାସଡର ବଡ ଭୂମିକା ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.