ETV Bharat / state

ରାଜଧାନୀରେ ନମନ ୨୦୨୩: ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ପୋଲିସ ବନ୍ଧୁ

author img

By ETV Bharat Odisha Team

Published : Dec 10, 2023, 9:26 AM IST

Naman 2023: ପୋଲିସ ଅଧିକାରୀଙ୍କ ନିଃସ୍ଵାର୍ଥ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରର ସପ୍ତମ ବାଟାଲିଅନ ଗ୍ରାଉଣ୍ଡରେ ଆୟୋଜିତ ହୋଇଯାଇଛି ନିଆରା କାର୍ଯ୍ୟକ୍ରମ "ନମନ-୨୦୨୩'' । ଅଧିକ ପଢନ୍ତୁ

ରାଜଧାନୀରେ 'ନମନ-୨୦୨୩' ଆୟୋଜିତ
ରାଜଧାନୀରେ 'ନମନ-୨୦୨୩' ଆୟୋଜିତ
ରାଜଧାନୀରେ 'ନମନ-୨୦୨୩' ଆୟୋଜିତ

ଭୁବନେଶ୍ବର: ପୋଲିସ ଅଧିକାରୀଙ୍କ ନିଃସ୍ଵାର୍ଥ ସେବାକୁ ସମ୍ମାନ ଜଣାଇ ଆୟୋଜିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ "ନମନ -୨୦୨୩" । ରାଜଧାନୀ ଭୁବନେଶ୍ୱରର ସପ୍ତମ ବାଟାଲିଅନ ଗ୍ରାଉଣ୍ଡରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ "ନମନ" ଫାଉଣ୍ଡେସନ ଆନୁକୂଲ୍ୟରେ ଶନିବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ବାଟାଲିୟନ ପରିସରରେ ଦ୍ବିତୀୟ ଥର ପାଇଁ ଏହି ନମନ କାର୍ଯ୍ୟକ୍ରମ କରାଯାଇଛି । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସେବାକୁ ସମ୍ମାନ ଜଣାଇବା ପାଇଁ ଏହା ଏକ ନିଆରା କାର୍ଯ୍ୟକ୍ରମ ଅଟେ ।

ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅହରହ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ଜୀବନକୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ ରଖିଥାନ୍ତି ପୋଲିସ କର୍ମଚାରୀ । ନିଃସ୍ଵାର୍ଥପର ଭାବେ ସେମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ବାର ମାସ ଅବିରତ ପରିଶ୍ରମ ସହ ଅନେକ ତ୍ୟାଗ କରିଥାନ୍ତି । ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି । ତେଣୁ କମିଶନରେଟ ପୋଲିସ ଓ ଅନ୍ୟ ସମସ୍ତ ପୋଲିସ ସହଯୋଗୀଙ୍କ ନିଃସ୍ଵାର୍ଥ ସେବାକୁ ହୃଦୟର ସହ ସମ୍ମାନ ଦେଇ ଏହି ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । 2022 ମସିହାଠାରୁ ଏହି ନମନ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି ।

ଏହାମଧ୍ୟ ପଢନ୍ତୁ... ସୁନ୍ଦରଗଡ଼ରେ ସରଗି ଫୁଲ୍, ପ୍ରତିଭା ଦେଖାଉଛନ୍ତି ଛାତ୍ରଛାତ୍ରୀ

ସେପଟେ ଚଳିତ ବର୍ଷ ନମନ ଦ୍ବିତୀୟ ସଂସ୍କରଣରେ ଓଲିଉଡ଼ ଓ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, କମେଡିଆନ, ଉପସ୍ଥାପକ ଯୋଗଦେଇ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ପୋଲିସ ଓ ସେମାନଙ୍କ ପରିବାରଙ୍କର ମନୋରଞ୍ଜନ କରିଥିଲେ । ନୃତ୍ୟ ଗୀତ ଓ କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଇବା ସହ ନିଜର କଳାକାରୀ ପ୍ରତିଭାରେ ଉପସ୍ଥିତ ଲୋକଙ୍କ ହୃଦୟ ଜିଣିଥିଲେ ଜଣାଶୁଣା ଓଲିଉଡ଼ କଳାକାର ।

ଏନେଇ ଓଲିଉଡ଼ ଷ୍ଟାର ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ସବ୍ୟସାଚୀ ମିଶ୍ର କହିଛନ୍ତି, "ପୋଲିସମାନଙ୍କ ପାଇଁ ଆମେ ସୁରକ୍ଷିତ ଅଛୁ । ସେମାନଙ୍କ ତ୍ୟାଗ, ବଳିଦାନ ଓ ସେବା ପାଇଁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ 'ନମନ' ଆୟୋଜନ କରାଯାଇଛି । ଏହି ନିଆରା କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଶୈଳୀରେ ଉପସ୍ଥାପନା କରିବା ପାଇଁ "ନମନ" ଫାଉଣ୍ଡେସନ ତା'ର ସମସ୍ତ ପ୍ରୟାସ ଜାରି ରଖିଛି । ଏଥିରେ ଉପସ୍ଥିତ ପୋଲିସ ଭାଇଭଉଣୀଙ୍କୁ ଭଲ ଲାଗିଛି । ଚଳିତ ବର୍ଷ ମହିଳା ପୋଲିସମାନଙ୍କୁ ସମ୍ମାନଜନକ ଅଭ୍ୟର୍ଥନା ଦିଆଯାଇଛି ।"

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.