ETV Bharat / state

ଯଦି ଜଗନ୍ନାଥ ସବୁ ଜାଣିଛନ୍ତି ଡିଜି କାହିଁକି ରହିବେ: ବିଜେପି - ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପିର ପ୍ରେସମିଟ

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଗତକାଲି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଦେଇଥିବା ମନ୍ତବ୍ୟକୁ କଡା ନିନ୍ଦା କରିବା ସବ ଡିଜିଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

ଯଦି ଜଗନ୍ନାଥ ସବୁ ଜାଣିଛନ୍ତି ଡିଜି କାହିଁକି ରହିବେ: ବିଜେପି

author img

By

Published : Feb 4, 2023, 8:26 PM IST

ଯଦି ଜଗନ୍ନାଥ ସବୁ ଜାଣିଛନ୍ତି ଡିଜି କାହିଁକି ରହିବେ: ବିଜେପି

ଭୁବନେଶ୍ବର: ରାଜର ଆଇନଶୃଙ୍ଖଳା ସ୍ଥିତି ଏକ ଗମ୍ଭୀର ପ୍ରସଙ୍ଗ । ରାଜ୍ୟରେ ଯଦି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ସାଧାରଣ ଲୋକଙ୍କ ସ୍ଥିତି କଣ ଥିବ । ପୋଲିସ ଜନତା ଓ ନେତା ମଧ୍ୟରେ ସୁସମ୍ପର୍କ ଓ ଭୟମୁକ୍ତ ସୌହାର୍ଦ୍ଦ ରହିବା ଦରଦାର । ଯଦି ଏଠି ପୋଲିସ ମନ୍ତ୍ରୀଙ୍କୁ ହତ୍ୟା କରୁଛି, ତାହା ଚିନ୍ତା ଜନକ । ରାଜ୍ୟ ସରକାର ପୁରା ଘଟଣାର ତଦନ୍ତ ଦାୟିତ୍ବ ସ୍ବାଧୀନ ସଂସ୍ଥାକୁ ଦିଅନ୍ତୁ । ଆଉ ନବ ଦାସଙ୍କ ହତ୍ୟା ପଛରେ ଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରନ୍ତୁ । ଆଜି ଭୁବନେଶ୍ବର ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଏଭଳି ଦାବି କରିଛନ୍ତି ।

ସେହିପରି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଗତକାଲି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଦେଇଥିବା ମନ୍ତବ୍ୟକୁ କଡା ନିନ୍ଦା କରିବା ସବ ଡିଜିଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଗୋଲକ କହିଛନ୍ତି, ‘‘ପୋଲିସ ଡିଜିଙ୍କ ନିରାଶବାଦୀ କଥା ରାଜ୍ୟ ପୋଲିସର ଅପରାଗତାକୁ ଦର୍ଶାଉଛି। ଗୁଇନ୍ଦା ବିଭାଗ ପାଖରେ କିଛି ସୂଚନା ନଥିଲା। ପୋଲିସ ବିଭାଗ କେବଳ ବିଜେଡିକୁ ନିର୍ବାଚନ ଜିତାଇବ । ଗୁଇନ୍ଦା ବିଭାଗର କାମ ବି ସମାନ । କେବଳ ଯେଉଁଠି ଉପନିର୍ବାଚନ ହେବ ସେଇଠି ପୋଲିସ ଏବଂ ଗୁଇନ୍ଦା ବିଭାଗ ବିଜେଡି ପାଇଁ କାମ କରିବ। ରାଜ୍ଯରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୟଙ୍କର ହେଲାଣି ତା ଉପରେ ନଜର ନାହିଁ। ପୋଲିସ ଡିଜି ନାଟକ କରୁଛନ୍ତି । କାହାକୁ ଭକୁଆ ବନାଉଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବୋଥ୍ରା ବାବୁ । ସାମାଜିକ ଗଣମାଧ୍ୟମ ଟିକିଏ ଦେଖନ୍ତୁ ଓଡିଶା ବାସୀ କଣ କହୁଛନ୍ତି । ଗପ ଉପରେ ଗପ କହୁଛନ୍ତି ଅରୁଣ ବୋଥ୍ରା ।’’ ଡିଜିଙ୍କୁ କଡା ସମାଲୋଚନା କରି ଗୋଲକ କହିଛନ୍ତି ଡିଜିଙ୍କ ହିସାବରେ ଯଦି ଜଗନ୍ନାଥ ସବୁ ଜାଣିଥିବେ ତେବେ ଡିଜି ୟୁନିଫର୍ମ ଖୋଲି ଦିଅନ୍ତୁ। ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ପଳାନ୍ତୁ । ଘଟଣା ପଛରେ ଆଉ କିଛି ଅଛି ନା ଡିଜି ପୋଲିସ ଆଉ କିଛି ଲୋକଙ୍କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଓଡିଶା ପୋଲିସ ଉପରେ ଲୋକଙ୍କ ବିଶ୍ୱାସ ଓ ଭରଷା ତୁଟିବାକୁ ବସିଲାଣି ।

ସେହିଭଳି ଆଜି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଦେଇଥିବା ମନ୍ତବ୍ୟ 'ଛୁଆ ମଲେ ମା କୁ ଅଧିକ କଷ୍ଟ ହୁଏ ନା ମାଉସୀ କୁ ହୁଏ' ର ଜବାବ ମଧ୍ୟ ଦେଇଛନ୍ତି ଗୋଲକ । କହିଛନ୍ତି ସରକାର ଆଉ ବିଜେଡି ନେତା ମା ମାଉସୀ କଥା ଛାଡନ୍ତୁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ।

ସୂଚନାଯୋଗ୍ୟଯେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ଏବେ ବିଜେଡି ବିଜେପି ମଧ୍ୟରେ ଜାରି ରହିଛି ବାକଯୁଦ୍ଧ । ବିଜେପି ପୋଲିସ ସହ ରାଜ୍ୟ ସରକାରଙ୍କୁ ଆକ୍ରମଣ କରି ଘଟଣାର ସିବିଆଇ ତଦନ୍ତ ଦାବି କରୁଛି । ବିଜେଡି କ୍ରାଇମବ୍ରାଞ୍ଚ ତଦନ୍ତରେ ସବୁ ଜଣାପଡିବ ବୋଲି କହୁଛି । ଯାହାକୁ ନେଇ ଏବେ ଉଭୟ ଦଳର ଲଢେଇ ଜୋରଦାର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.