ETV Bharat / state

Assembly News: ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ, ଯୋଜନାବଦ୍ଧ ହତ୍ୟା କହିଲେ ତାରା - ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ

ବିଧାନସଭା ବଜେଟ ଅଧିବେଶନ ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

Budget Session
ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ
author img

By

Published : Feb 27, 2023, 1:43 PM IST

Updated : Feb 27, 2023, 3:12 PM IST

ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ
ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ସୁରୁଖୁରରେ ସରିବା ପରେ ଆରମ୍ଭ ହୋଇଥିଲା ଶୂନ୍ୟକାଳ । ବିଧାନସଭା ଶୂନ୍ୟକାଳରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଥିଲା । ପ୍ରସଙ୍ଗ ଉଠାଇ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି । ନବ ଦାସ ହତ୍ୟା ଏକ ପ୍ଲାନଡ (ଯୋଜନାବଦ୍ଧ) ବୋଲି କହିଛନ୍ତି ତାରା ।

ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ତାରା କହିଥିଲେ, ''ଏହା ଏକ ଯୋଜନାବଦ୍ଧ ହତ୍ୟା । କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ କରୁଛି ତାହା ଲୋକଙ୍କ ମନକୁ ଛୁଉଁନାହିଁ । ଲୋକଙ୍କ ପାଖରେ ତଦନ୍ତ ଅପଡେଟ ପହଞ୍ଚିବା ଦରକାର । ଗୋପାଳ କେବଳ ପାଗଳ କି ନୁହେଁ ତାର ତଦନ୍ତ ହେଉଛି । କିନ୍ତୁ ଗୋପାଳ କାହିଁକି ମାରିଲା ତାର ତଦନ୍ତ ହେଉନାହିଁ । ଏନେଇ ନିୟମିତ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖନ୍ତୁ ।'' ଗୃହ ରାଷ୍ଟ୍ରମନ୍ତ୍ରୀ ନିୟମିତ ତଥ୍ୟ ରଖିବା ନେଇ ବାଟସ୍ପତିଙ୍କ ରୁଲିଂ ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି ତାରା ।

ଏହା ବି ପଢନ୍ତୁ...Budget Session: ସ୍ବାଭାବିକ ପ୍ରଶ୍ନକାଳ, କାର୍ଯ୍ୟକ୍ଷମ ହେବ ବ୍ରିଟିଶ ଅମଳର 17ଟି ବ୍ରିଜ

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗରେରେ ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । 30 ଦିନ ପରେ ବି କ୍ରାଇମବ୍ରାଞ୍ଚ କାହିଁକି ହତ୍ୟା ଟେର ପାଉନାହିଁ । କ୍ରାଇମବ୍ରାଞ୍ଚକୁ କିଛି ସୁରାକ ମିଳୁନାହିଁ । ତାହା ଉପରେ ଆଉ ଭରସା ନାହିଁ । ନବଙ୍କ ପରିବାର ଲୋକ କହିଛନ୍ତି ଏହା ପଛରେ ଷଡଯନ୍ତ୍ର ରହିଛି । ହତ୍ୟା ରାଜନୈତିକ ନା ବ୍ୟବସାୟିକ ଉଦ୍ଦେଶ୍ୟ ତାହା ପଦାକୁ ଆସିବା ଦରକାର ।''

ସେ ଆହୁରି କହିଛନ୍ତି, ଖାକିର ତଦନ୍ତ ଖାକି କିପରି କରିବ । ନବଙ୍କ ସାମ୍ରାଜ୍ୟ ଦଖଲ ପାଇଁ ସେଠି ଗଣ୍ଡଗୋଳ ଚାଲିଛି । ବିଧାୟକ ସୁଶାନ୍ତ ସିଂ ଓ ନବ ଦାସ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଛି ।'' ସେହିପରି ଦେବଗଡ ବିଧାୟକ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନ ନବ ଝଡରେ କମ୍ପିଥିଲା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ । ଘଟଣାରେ 5ଟି ସଚିବ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଉଭୟଙ୍କ ଉପରେ ଆରୋପ ଲଗାଇଥିଲେ ଜୟନାରାୟଣ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Feb 27, 2023, 3:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.