ETV Bharat / state

ରହସ୍ୟରେ କୁନ୍ଦୁଲି ରିପୋର୍ଟ; ସରକାରଙ୍କୁ ଦୋଷ ଦେଲେ ବିରୋଧୀ ଓ ପୀଡ଼ିତା ପରିବାର - କୁନ୍ଦୁଲି ତଦନ୍ତ କମିଶନ

ଆସିଲା କୁନ୍ଦୁଲି ରିପୋର୍ଟ । ହେଲେ ରହସ୍ଯ ଘେରରେ ରହିଲା ତଦନ୍ତ କମିଶନଙ୍କ ରିପୋର୍ଟ । ଏପଟେ ଅଧିକ ତଦନ୍ତ ଆବଶ୍ୟକ ବୋଲି କହିଛି କମିଶନ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରକୁ ସମାଲୋଚନା କରିଥିବାବେଳେ ଝିଅକୁ ସରକାର ମାରିଦେଇଥିବା କହିଛି ପୀଡ଼ିତାର ପରିବାର ।

ଡିଜାଇନ୍ ଫଟୋ
author img

By

Published : Aug 4, 2019, 9:45 PM IST

Updated : Aug 4, 2019, 10:01 PM IST

ଭୁବନେଶ୍ବର: କୁନ୍ଦୁଲି ପୀଡିତାର ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ । ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଅଧିକ ତଦନ୍ତ ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି । କୁନ୍ଦୁଲି ହାଟରେ ଥିବା ପୀଡ଼ିତାର ପ୍ରତିମୂର୍ତ୍ତି ହଟାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ସୁପାରିସକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଛନ୍ତି । ଯାହାକୁ ନେଇ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ କମିଶନଙ୍କ ରିପୋର୍ଟକୁ ନେଇ ମୁହଁ ଖୋଲିଲେ କୁନ୍ଦୁଲି ପୀଡିତାଙ୍କ ପରିବାର । ପୀଡ଼ିତାଙ୍କ ଖୁଡ଼ି କହିଛନ୍ତି, ଏହି ରିପୋର୍ଟ ସଠିକ ନୁହେଁ । ତଦନ୍ତ ଠିକ୍ ଭାବେ ହୋଇନାହିଁ । କୌଣସି ଅଧିକାରୀ ଆମ ଘରକୁ ଆସିନାହାଁନ୍ତି କିମ୍ବା ଆମ ମତାମତ ମଧ୍ୟ ନେଇନାହାଁନ୍ତି । ଏହାର ସାନି ତଦନ୍ତ ହେବା ସହିତ ସିବିଆଇ ଦ୍ବାରା ଉଚ୍ଚସ୍ତରୀୟ ତଦନ୍ତ ହେଲେ ଘଟଣା ଲୋକଲୋଚନକୁ ଆସି ପାରିବ ବୋଲି କହିଛନ୍ତି ପୀଡିତାଙ୍କ ଖୁଡି । କୋବ୍ରା ଯବାନ ହିଁ ଦୁଷ୍କର୍ମ କରିଛି ବୋଲି ଝିଅ ଆମକୁ କହିଛି । ସେହିପରି ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ହଟାଯିବାକୁ ନେଇ ବିରୋଧ କରିଛନ୍ତି ପରିବାର ଲୋକେ । ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ମୂର୍ତ୍ତି ହଟାଯିବ ନାହିଁ ବୋଲି କହିଛନ୍ତି ପୀଡିତାଙ୍କ ଖୁଡି ।

ଏହି ଘଟଣାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ । କମିଶନ ଏହି ଘଟଣାରେ 15 ଜଣ ସାକ୍ଷୀଙ୍କ ଜେରା କରିଛନ୍ତି । କିନ୍ତୁ ତଥାପି ରିପୋର୍ଟରେ ଚୂଡ଼ାନ୍ତ ତଥ୍ୟ ତଦନ୍ତ କମିଶନ ପ୍ରକାଶ କରିନାହାଁନ୍ତି । ରହସ୍ୟରେ ରହିଯାଇଛି ତଦନ୍ତ କମିଶନଙ୍କ ତଦନ୍ତ । ଯାହାକୁ ନେଇ ବିରୋଧି କଂଗ୍ରେସ ଓ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି ।

2017 ଅକ୍ଟୋବର 10 ତାରିଖ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମୂଷାଗୁଡା ଗାଁର ନାବାଳିକା ସହ ଘଟିଥିଲା ଅମାନୁଷିକ ଘଟଣା । ନାବାଳିକା ଜଣଙ୍କ କୁନ୍ଦୁଲି ହାଟରୁ ଫେରୁଥିବା ବେଳେ ଚାରିଜଣ କୋବ୍ରା ବାଟାଲିଆନର ଯବାନ ଉଠାଇନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯେଉଁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା । ସବୁଆଡ଼ୁ ସମାଲୋଚନାର ଶିକାର ହୋଇଥିଲେ ସରକାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କୁନ୍ଦୁଲି କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଏବେ ରହସ୍ୟମୟ ହୋଇଯାଇଛି । ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଅଧିକ ତଦନ୍ତ ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଯାହାକୁ ନରି ବିରୋଧୀ ଏବେ ଟାର୍ଗେଟ କରିଛନ୍ତି। କମିଶନ ବସାଗଲା ହେଲେ ନିର୍ଯ୍ୟାସ ବାହାରିଲା ନାହିଁ। ଉଭୟ କଂଗ୍ରେସ ଓ ବିଜେପି କଡା ସମାଲୋଚନା କରିଛନ୍ତି।Body:ଗତ 2017 ଅକ୍ଟୋବର 10 ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମୂଷାଗୁଡା ଗାଁର ଏକ ନାବାଳିକାଙ୍କୁ କୁନ୍ଦୁଲି ହାଟରୁ ଫେରୁଥିବା ବେଳେ ଉଠାଇନେଇ ଚାରିଜଣ କୋବ୍ରା ବଟାଲିଆନର ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ । କମିଶନ ଏହି ଘଟଣାରେ 15 ଜଣ ସାକ୍ଷୀଙ୍କ ଜେରା କରିଛନ୍ତି । ବିଜେଡି କହିଛି, କମିଶନଙ୍କ ତଦନ୍ତ କୁ ନେଇ ପ୍ରଶ୍ନବାଚୀ ଛିଡା କରିବା ଠିକ ନୁହେଁ।
ବାଇଟ ନିରଞ୍ଜନ ପଟ ନାୟକ, ପିସିସି ସଭାପତି
ବାଇଟ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା
ବାଇଟ ଶଃଶୀଭୂଷଣ ବେହେରା, ବିଜେଡି ବିଧାୟକConclusion:
Last Updated : Aug 4, 2019, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.