ETV Bharat / state

ମୁମ୍ବାଇରେ ଠକି ଓଡ଼ିଶା ଲୁଚିଥିଲେ, ୨ ଠକଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ଥାନେ ପୋଲିସ

author img

By ETV Bharat Odisha Team

Published : Nov 24, 2023, 10:34 PM IST

୨ ଜଣ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କଲା ମୁମ୍ବାଇ ପୋଲିସ । ମହାରାଷ୍ଟ୍ରରେ ଚାକିରି ଆଳରେ ଠକେଇ କରି ଓଡ଼ିଶାରେ ଲୁଚିଥିଲେ ଠକ । ଅଧିକ ପଢନ୍ତୁ

job fraud
ଭୁବନେଶ୍ୱରରୁ 2 ଠକ ଗିରଫ
ଭୁବନେଶ୍ୱରରୁ 2 ଠକ ଗିରଫ

ଭୁବନେଶ୍ବର: ମୁମ୍ବାଇରେ ଠକୁଥିଲେ ଓଡ଼ିଶା ଲୁଚିଥିଲେ । ଏହି ୨ ଜଣ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କଲା ମୁମ୍ବାଇ ପୋଲିସ । ଶହୀଦନଗର ଅଞ୍ଚଳରୁ ଦୁଇ ଜଣଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ । ମହାରାଷ୍ଟ୍ରରେ ବଡ଼ ଧରଣର ଠକେଇ କରି ଓଡ଼ିଶାରେ ଲୁଚିଥିଲେ ଠକ । ଦୁହିଁଙ୍କ ନାଁ ରାଜେନ୍ଦ୍ର ମଲ୍ଲିକ ଓ ସଚିନ ଦିଗଲ ହୋଇଥିବାବେଳେ ସେମାନେ ଓଡିଶାର ବାସିନ୍ଦା ବୋଲି ଜଣାପଡିଛି ।

ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରେ ପହଞ୍ଚିଥିଲା ମୁମ୍ବାଇ ପୋଲିସ । ମହାରାଷ୍ଟ୍ରରେ ଠକେଇ ମାମଲାରେ ସମ୍ପୃକ୍ତ ଥିବା ୨ ଠକ ଶହୀଦନଗରରେ ଥିବାର ଖବର ପାଇ ରାତି ଅଧିଆ ରେଡ୍ କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ କାବୁ ପରେ ତାଙ୍କ ନିକଟରୁ ୩୭ଟି ମୋବାଇଲ, ୩୮ଟି ଏଟିଏମ୍‌ ଓ ୧୨ଟି ପ୍ୟାନ କାର୍ଡ଼ ସହ ୨୫ଟି ଏୟାରଟେଲ ସିମ୍‌ କାର୍ଡ଼, ୩ଟି ବ୍ୟାଙ୍କ ଚେକ ବୁକ୍‌, ପୁରୁଣା ସିମ କାର୍ଡ଼ ୩୨ଟି, ବିଭିନ୍ନ କମ୍ପାନୀର ଷ୍ଟାମ୍ପ୍‌ ପ୍ୟାଡ଼, ବ୍ୟାଙ୍କ ଜମା ଖାତା, ଗୋଟିଏ ଲାପଟପ୍‌, ଆଧାର କାର୍ଡ଼ ଓ ଭୋଟ ପରିଚୟପତ୍ର ଜବତ କରିଥିଲେ। ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବରି ଥାନା ରାମଚନ୍ଦ୍ରପୁର ଗାଁର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ମୁଣ୍ଡାଗାଁର ସଚିନ ଦିଗାଲ । ସେମାନଙ୍କ ନାଁରେ ପୂର୍ବରୁ ମାମଲା ରହିଥିବାବେଳେ ଗିରଫ କରିଥିଲା କମିଶନରେଟ ପୋଲିସ ।

ସୂଚନା ମୁତାବକ, ଏହି ଦୁଇ ଜଣ ମୁମ୍ବାଇ ବିମାନ ବନ୍ଦରର ଜାଲ ୱେବସାଇଟ ଖୋଲି ଅନେକ ଚାକିରି ଆଶାୟୀଙ୍କୁ ଅନଲାଇନରେ ବିଜ୍ଞାପନ ଦେଇଥିଲେ । ଶତାଧିକ ଆଶାୟୀ ସେହି ବିଜ୍ଞାପନ ଦେଖି ଆବେଦନ କରିଥିଲେ । କିଛି ଆବେଦନକାରୀଙ୍କୁ ତାଲିମ ଦେବା ସହ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିଭିନ ପର୍ଯ୍ୟାୟରେ ଆଳ ଦେଖାଇ ନେଇଥିଲେ । ଏହିପରି ଭାବେ ଅଭିଯୁକ୍ତମାନେ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏନେଇ ମୁମ୍ବାଇ ଥାନାରେ ଅଭିଯୋଗ କରିଥିଲେ ଠକାମୀର ଶିକାର ବ୍ୟକ୍ତି । ଥାନେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ସେହିଦିନ ଠାରୁ ଅଭିଯୁକ୍ତ ୨ଜଣ ଫେରାର ରହିଥିଲେ । ସେମାନଙ୍କୁ ଧରିବା ପାଇଁ ଥାନେ ପୋଲିସ ତନାଘନା କରିବା ପରେ ଗତ ଦୁଇ ଦିନ ହେବ ଭୁବନେଶ୍ବରରେ ଡେରା ପକାଇଥିଲା ।

ଏହା ବି ପଢନ୍ତୁ...ଲୋଭନୀୟ ଅଫର ଦେଖାଇ ଠକେଇ, ୮ ଅଭିଯୁକ୍ତଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କମିଶନରେଟ ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ଥାନେ ପୋଲିସ । କୋର୍ଟରେ ହାଜର କରିବା ପରେ ସେମାନଙ୍କୁ ଟ୍ରାନଜିଟ ରିମାଣ୍ଡରେ ମୁମ୍ବାଇ ନେଇଛି ପୋଲିସ । ଅଭିଯୁକ୍ତ ରାଜେନ୍ଦ୍ରକୁ ଏକ ଠକେଇ ମାମଲାରେ ନୂଆପଲ୍ଲୀ ଥାନା ପୋଲିସ ପୂର୍ବରୁ ଗିରଫ କରିଥିଲା । ସେତେବେଳେ ତା ଠାରୁ ଅନେକ ବ୍ୟାକ ଆକାଉଣ୍ଟ ସହ ଅନେକ ଏଟିଏମ୍ କାର୍ଡ ମଧ୍ୟ ଜବତ କରିଥିଲା। ସେହିପରି କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (STF) ନିଶା କାରବାର ମାମଲାରେ ସଚିନ ଦିଗଲକୁ ଗିରଫ କରିଥିଲା । ତେବେ ଉଭୟେ କିପରି ଏକାଠି ହୋଇ ଏହି ସିଣ୍ଡିକେଟ ଚଳାଉଥିଲେ ସେନେଇ ତଦନ୍ତ ଜାରି ରଖିଛି ମୁମ୍ବାଇ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.