ETV Bharat / state

OTP Sharing Scam: ଆଉ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ATS

author img

By

Published : Jul 9, 2023, 10:29 PM IST

OTP ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ଜେରା କରାଯାଇଛି। OTP ସେୟାରିଂ ସ୍କାମ୍ ଘଟଣାରେ କିଭଳି ଅଧିକରୁ ଅଧିକ ତଥ୍ୟ ମିଳିବ ସେଥିପାଇଁ ATS ଓ STF ପକ୍ଷରୁ ପ୍ରୟାସ ଜାରି ରହିଛି।

ତଥ୍ୟ ଲିକ୍ ଘଟଣାର ଖୋଳତାଡ
ତଥ୍ୟ ଲିକ୍ ଘଟଣାର ଖୋଳତାଡ

ତଥ୍ୟ ଲିକ୍ ଘଟଣାର ଖୋଳତାଡ

ଭୁବନେଶ୍ବର: ATS ପଞ୍ଝାରେ OTP ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେର । ତେବେ ଏହି ଘଟଣାରେ ପୂର୍ବରୁ ୫ ଜଣ ଗିରଫ ହୋଇସାରିଥିବାବେଳେ ଏବେ ପୁଣି ଅଭିଜିତକୁ ତଦନ୍ତ ପରିସରଭୁକ୍ତ କରାଯାଇଛି l ସାକ୍ଷ୍ୟ ପ୍ରମାଣ ସହ ପୁନେରୁ ଅଭିଜିତକୁ ଜୁଲାଇ ମାସ 1 ତାରିଖରେ ଗିରଫ କରିଥିଲା STF । ଗିରଫ ପରେ ମୁମ୍ବାଇର ଅଭିଜିତକୁ ୪ ଦିନିଆ ରିମାଣ୍ଡରେ ଆଣିଛି ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ l

ଅଭିଜିତ ସଞ୍ଜୟ ଜୁମ୍ବେରକୁ ପୁନେରୁ ଅଣାଯିବା ପରେ ମାରାଥନ ଜେରା କରାଯାଇଥିବା ଜଣାପଡିଛି । ତେବେ ଆଜି ୨ ଦିନରେ ପହଞ୍ଚିଥିଲା ଅଭିଜିତର ମାରାଥନ ଜେରା । STF ଓ ATS ମିଳିତ ଭାବେ ଅଭିଜିତକୁ ପଚରାଉଚରା କରୁଛନ୍ତି । ପୋଲିସର ସୂଚନା ଅନୁସାରେ, ୨୦୧୮ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ଅଭିଜିତ ଜରିଆରେ ଆଇଏସ ଆଇ ଫଣ୍ଡିଂ ହେଉଥିବା ଜଣାପଡିଛି । ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଜଣ ଅଭିଯୁକ୍ତ ପାଖକୁ ଟଙ୍କା ଆସିଥିବାର ମଧ୍ୟ ସୁରାକ ମିଳିଛି l ଏପରିକି ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ହେଉଥିଲା l ଗୋଟିଏ ସିମ୍‌କାର୍ଡକୁ ୩ରୁ ଆରମ୍ଭ କରି ୩୦ ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି କରାଯାଉଥିଲା l ପାକିସ୍ତାନର ଇଣ୍ଟଲିଜେନ୍ସି ଆର୍ମି ଅଫିସର ସହ କଥା ହୋଇ ଅଭିଜିତ ଏଭଳି କାରବାର ଚଳାଇଥିଲା l ତେବେ ଅଭିଜିତକୁ ମିଶାଇ ମୋଟ 5 ଜଣଙ୍କୁ OTP ସେୟାରିଂ ସ୍କାମ୍‌ ମାମଲାରେ ଗିରଫ କରିଛି STF।

ଏହା ମଧ୍ୟ ପଢନ୍ତୁ... OTP Sharing Scam: ସଫ୍ଟୱେର କମ୍ପାନୀ କର୍ମଚାରୀ ଗିରଫ

OTP ସେୟାରିଂ ସ୍କାମ୍‌ ତଥ୍ୟ ଲିକ୍‌ ଘଟଣାର ଖୋଳତାଡ଼ ଜୋରଦାର ଚାଲିଥିବାବେଳେ ଅଭିଯୁକ୍ତର ପାକିସ୍ତାନ ଆର୍ମୀର ଟପ୍ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ସହ କିପରି ସମ୍ପର୍କ ଥିଲା ସେନେଇ ପୋଲିସ ଖୋଳତାଡ କରୁଛି । ଏହାସହ ଆତଙ୍କବାଦ ଲିଙ୍କ୍‌ରେ କାହାକୁ କେତେ ପରିମାଣ ଟଙ୍କା ଦିଆଯାଇଛି ତାହା ମଧ୍ୟ ତର୍ଜମା ଚାଲିଛି । ତେବେ ହମିଦ କେମିତି ପାକିସ୍ତାନ ISI ନେଟୱର୍କର ଅପରେଟ୍‌ କରୁଥିଲା ସେନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି ।

NIA ଏସ୍‌ପିଙ୍କ ଟିମ୍‌ ମଧ୍ୟ ଭୁବନେଶ୍ୱରରେ ଆସି ତଦନ୍ତରେ ସହଯୋଗ କରିବେ ବୋଲି ଜଣାପଡିଛି । ତେବେ ଦ୍ବିତୀୟ ଦିନରେ ଅଭିଜିତର ଜେରା ପହଞ୍ଚିଥିବାବେଳେ ସତ ଉଗାଳିବା ପାଇଁ ଲାଗି ପଡିଛନ୍ତି ATS, STFର ମିଳିତ ଟିମ୍‌ । ତେବେ OTP ସେୟାରିଂ ସ୍କାମ୍‌ ତଥ୍ୟ ଲିକ୍ ଘଟଣାରେ କିଭଳି ଅଧିକରୁ ଅଧିକ ତଥ୍ୟ ମିଳିବ ସେଥିପାଇଁ ଉଭୟ ଟିମ୍‌ର ପ୍ରୟାସ ରହିଛି । ସେପଟେ NIA ଏସ୍‌ପିଙ୍କ ଟିମ୍‌ ମଧ୍ୟ ଏଥିରେ ସହଯୋଗ କରିବ ବୋଲି କହିଛନ୍ତି STF SP କିଶୋର ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.