ETV Bharat / state

ବହୁଭାଷୀ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ବହୁଭାଷୀ ଶିକ୍ଷକମାନନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ଆଗରୁ ମାସିକ ପାରିଶ୍ରମିକ ବାବଦରେ ମାତ୍ର 3200 ଟଙ୍କା ମିଳୁଥିଲା । ଏବେ ସେମାନେ ମାସିକ 5379 ଟଙ୍କା ପାଇବେ । ଅଧିକ ପଢନ୍ତୁ

author img

By

Published : Nov 5, 2022, 9:18 AM IST

ବହୁଭାଷୀ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି
ବହୁଭାଷୀ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ବର: ବହୁଭାଷୀ ଶିକ୍ଷକମାନନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଆସିଛନ୍ତି । ତେବେ ଏନେଇ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଉ ଗୋଟେ ପାଦ ଆଗକୁ ବଢାଇଛନ୍ତି । ଏବେ ସେମାନେ ମାସିକ 5379 ଟଙ୍କା ପାଇବେ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସେମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି ।

ବହୁଭାଷୀ ଶିକ୍ଷକମାନେ ଆଗରୁ ଯେତେ ଦରମା ପାଉଥିଲେ । ଏବେ ତାଠୁ ଅଧିକ ଦରମା ପାଇବେ । ଆଗରୁ ବହୁଭାଷୀ ଭାଷା ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ବାବଦରେ ମାତ୍ର 3200 ଟଙ୍କା ମିଳୁଥିଲା । ଏବେ ସେମାନେ ମାସିକ 5379 ଟଙ୍କା ପାଇବେ । ସୂଚନା ଅନୁଯାୟୀ, 2007-08 ମସିହାରେ ରାଜ୍ୟ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ 221 ଜଣ ବହୁଭାଷୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ । ଯାହା ଦ୍ଵାରା ଅନୁସୂଚିତଅଞ୍ଚଳର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାମାନଙ୍କୁ ନିଜ ମାତୃ ଭାଷାରେ ଶିକ୍ଷା ଦାନ ଗ୍ରହଣ କରିବାର ସୁଯୋଗ ପାଇଁ ଶିକ୍ଷକ ନିଯୁକ୍ତି କରାଯାଇଥିଲା ।

ଏହି ଶିକ୍ଷକମାନେ ସୁନ୍ଦରଗଡ଼, କନ୍ଧମାଳ, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ ସମ୍ବଲପୁର ଆଦି ଜିଲ୍ଲାରେ କାମ କରୁଛନ୍ତି । ସେମାନଙ୍କୁ 2020 ମସିହାରୁ ମାସିକ ପାରିଶ୍ରମିକ ବାବଦରେ 3200 ଟଙ୍କା ପ୍ରଦାନ କରାଯାଉଥିଲା । ଏବେ ସେମାନଙ୍କୁ ମାସିକ 5379 ଟଙ୍କା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.