ETV Bharat / state

୨୫ ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ୧.୦ - ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ

‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ - ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି । ରାଜ୍ୟର ୧୧୫ ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଅଧିକ ପଢନ୍ତୁ

୨୫ ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ୧.୦

author img

By ETV Bharat Odisha Team

Published : Oct 10, 2023, 8:05 PM IST

୨୫ ପୌରସଂସ୍ଥାରେ କାର୍ଯ୍ୟକାରୀ ହେବ ମୁକ୍ତା ସଫ୍ଟ ୧.୦

ଭୁବନେଶ୍ବର: ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ଵାରା ସଂଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ - ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି । ରାଜ୍ୟର ୧୧୫ ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ଯୋଜନାର ସଠିକ ରୂପାୟନ ପାଇଁ ତଥା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସଠିକ ସମୟରେ ତାଙ୍କ ପ୍ରାପ୍ୟ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୱେବ ଆଧାରିତ ଆପ ‘ମୁକ୍ତା ସଫ୍ଟ' ପ୍ରବର୍ତ୍ତନ କରିଛନ୍ତି ।

ଏହାବି ପଢନ୍ତୁ- MUKTA Scheme: ତୃତୀୟ ପର୍ଯ୍ୟାୟରେ ଆଉ ୨୨୫ କୋଟି ମଞ୍ଜୁର

ଏହି ୱେବ ଆଧାରିତ ଆପର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ପାଇଲଟ ପରୀକ୍ଷଣ ଢେଙ୍କାନାଳ ଓ ଜଟଣୀ ପୌରପାଳିକାରେ କରାଯାଇଛି । ପାଇଲଟ ପରୀକ୍ଷଣର ସଫଳତା ଭିତ୍ତିରେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ଯାହା ମଧ୍ୟରେ ୫ ଟି ମହାନଗର ନିଗମ, ୧୪ ଟି ପ୍ରମୁଖ ପୌରପାଳିକା ଓ ୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ । ‘ମୁକ୍ତା ସଫ୍ଟ ୧.୦’ର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରୀୟ ମୁକ୍ତା ପି.ଏମ.ୟୁ ତଥା ରାଜ୍ୟବ୍ୟାପୀ ୨୫ଟି ପୌରସଂସ୍ଥାର ମାଷ୍ଟର ଟ୍ରେନର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ‘ମୁକ୍ତା ସଫ୍ଟ ୧.୦’ର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀମାନଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର ଟ୍ରେନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ ଏହି ମାଷ୍ଟର ଟ୍ରେନର ମାନଙ୍କୁ ଅଭିଭାଷଣ ପ୍ରଦାନ କରିଛନ୍ତି । ଏଭଳି ପ୍ରମୁଖ ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ମତାମତ ଭିତ୍ତିରେ କାର୍ଯ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି ବୋଲି ସେ କହିଛନ୍ତି । ସହରାଞ୍ଚଳ ଗରିବ ଶ୍ରମିକମାନଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି ୱେବ୍‌ ଆଧାରିତ ଆପ୍‌ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ଏହି ମାଷ୍ଟର ଟ୍ରେନର୍‌ମାନଙ୍କୁ ପ୍ରମୁଖ ସମ୍ବଳ ବ୍ୟକ୍ତି ହିସାବରେ ଚୟନ କରାଯାଇଥିବାରୁ ‘ମୁକ୍ତା ସଫ୍ଟ ୧.୦’ ର ସଫଳ ରୂପାୟନ ଦିଗରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମାଥିଭାଥାନନ ମତପ୍ରକାଶ କରିଛନ୍ତି ।

ଏହାବି ପଢନ୍ତୁ- ମୁକ୍ତା ଯୋଜନାରେ ୪୨୩.୮୭ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୨୫ଟି ପୌର ସଂସ୍ଥାର ୩୦୦ ସମ୍ବଳ ବ୍ୟକ୍ତିଙ୍କୁ ପାଞ୍ଚଟି ବ୍ୟାଚ୍‌ରେ ପ୍ରଶିକ୍ଷଣ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି । ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରେନର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସ୍ତରରେ ୨୫ଟି ପୌର ସଂସ୍ଥାର କର୍ମଚାରୀମାନଙ୍କୁ ଏହି ମାଷ୍ଟର ଟ୍ରେନରମାନେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.