ଖୋର୍ଦ୍ଧ: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ବୋହୂ । ଏଫ୍ଏଲସି ଦ୍ବାରା ଆୟୋଜିତ mr.miss and mrs.plus size india ର ବିଜେତା ହୋଇଛନ୍ତି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀହରି ବିହାରର ପ୍ରିୟଦର୍ଶିନୀ ନାୟକ ପାତ୍ର । ଦିଲ୍ଲୀର ଲିଲାଆମ୍ବିଏନ୍ସ କନଭେନସନ୍ ହୋଟେଲରେ ଏହା ଆୟୋଜିତ ହୋଇଥିଲା । ୫ ଅକ୍ଟୋବର ୨୦୨୧ରୁ ୮ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଟି ଚାଲିଥିଲା ।
ମୋଟ ୩ ଟି ଭାଗରେ ହୋଇଥିବା ଏହି ସୋର ପ୍ରଥମ ଭାଗ ଅନଲାଇନ ମାଧ୍ୟମରେ ହୋଇଥିଲା । ଯେଉଁଥରେ ଭାରତର ବିଭିନ୍ନ ରାଜ୍ୟରୁ ୫୦ ଜଣ ଚୟନ ହୋଇଥିଲେ, ସେଥିରେ ଓଡ଼ିଶାରୁ ପ୍ରିୟଦର୍ଶିନୀ ନାୟକ ପାତ୍ର ମଧ୍ୟ ଥିଲେ । ୫ ଅକ୍ଟୋବରରୁ ୬ ଅକ୍ଟୋବର ମଧ୍ୟରେ ଅବଶିଷ୍ଟ ୨ ଟି ରାଉଣ୍ଡ ହୋଇଥିଲା । ସେଥିରେ ଚୟନ ହୋଇଥିଲେ ୨୫ ଜଣ। ତେବେ ଫାଇନାଲ ରାଉଣ୍ଡରେ ୨୫ ଜଣଙ୍କ ମଧ୍ୟରୁ ୫ ଜଣ ଚୟନ ହୋଇଥିବା ବେଳେ, ପ୍ରିୟାଦର୍ଶିନୀ ଓଡ଼ିଶାର ସଂସ୍କୃତିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରି ୨୦/୨୦ ରଖି ପ୍ରଥମ ସ୍ଥାନ ପାଇଥିଲେ ଏବଂ ପରିଶେଷରେ ବିଜେତା ମଧ୍ୟ ହୋଇଥିଲେ ।
ପ୍ରିୟଦର୍ଶିନୀ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧ୍ୟ । ନର୍ଥ ଇଷ୍ଟରୁ ତାପଶି ସିନା ଫାଷ୍ଟ ରନର୍ସ ଅପ ଏବଂ ଓଡିଶାରୁ ଅତଶି ମିଶ୍ର ସେକେଣ୍ଡ ରନର୍ସ ଅପ୍ ହୋଇଥିଲେ । ତାପଶି ଜଣେ ସମାଜ ସେବୀ । FLC ର ଆୟୋଜକ ତସଭିନ୍ଦର ଏବଂ ନିର୍ଦ୍ଦେଶକ ରାଜୀବ ଭରଦ୍ବାଜ ସପୋଟିଂ ପାଟନର୍ କାଜଲ ବାନାର୍ଜୀ, ତେଜବୀର୍ ସିଂ ଏବଂ ଅନେକ ସାମାଜିକ ସଂସ୍ଥା ମଧ୍ୟ ଏହି ଇଭେଣ୍ଟରେ ଯୋଡ଼ି ହୋଇଥଲା I ପ୍ରିୟଦର୍ଶିନୀଙ୍କ କହିବା ଅନୁଯାୟୀ, ଏଫ୍ଏଲସି ଏକ ବଡ଼ ପ୍ଲାଟଫର୍ମର ସୁଯୋଗ ଦେଇଛି । ଯେଉଁଥିରେ ପ୍ଲସ ସାଇଜ ମହିଳାମାନେ ନିଜର ବୁଦ୍ଧି, ଜ୍ଞାନ, ଏବଂ ଦକ୍ଷତା ଦେଖାଇପାରିବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ