ETV Bharat / state

ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି: ଅପରାଜିତା

author img

By

Published : Apr 13, 2023, 5:16 PM IST

ମହାନଗର ନିଗମ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ନଡାକିବା ନେଇ କଲେ କଡ଼ା ସମାଲୋଚନା। ଅଧିକ ପଢନ୍ତୁ

mp aparajita sarangi
mp aparajita sarangi
mp aparajita sarangi

ଭୁବନେଶ୍ବର: ୭୫ତମ ପ୍ରତିଷ୍ଠା ଦିବସ ପାଳିଛି ରାଜଧାନୀ ଭୁବନେଶ୍ବର । ଏନେଇ ମହାନଗର ନିଗମ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଯେଉଁଠାରେ ମେୟରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ । ହେଲେ ଏଥିରୁ ବାଦ ପଡ଼ିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ପୂର୍ବବର୍ଷ ପରି ଏବର୍ଷ ବି ସାଂସଦଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ସେଥିପାଇଁ ସାଂସଦ ପୂର୍ବବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହାରି ଭିତରେ ଆଜି ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି, ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି। ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି। ଏହା ସାମ୍ବିଧାନିକ ପଦବୀର ଅପମାନ ହୋଇଛି ରାଜ୍ୟ ସରକାରଙ୍କ ସଂସ୍କାର ଓ ଚରିତ୍ରକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଅହଂକାରର ସ୍ତରକୁ ଦର୍ଶାଉଛି । ମୁଁ ଭୁବନେଶ୍ୱରର ନିର୍ବାଚିତ ସାଂସଦ,କହିବା କଥା ନୁହେଁ କିନ୍ତୁ କହିବାକୁ ପଡୁଛି । ଯେଉଁ ଲୋକମାନେ ମତେ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ରାଜ୍ୟ ସରକାର ସେମାନଙ୍କୁ ଅପମାନିତ କରିଛନ୍ତି ।

ଏହା ରାଜ୍ୟ ସରକାର ବୁଝିବା କଥା । ଏହା ବାରମ୍ବାର ହୋଇଛି, ଗଲା ଥର ମଧ୍ୟ ହୋଇଥିଲା, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି ଯେ ରାଜଧାନୀବାସୀଙ୍କ ସ୍ନେହ ଶ୍ରଦ୍ଧା ମୋ ପାଖରେ ରହିଛି, ଏହା ସମସ୍ତଙ୍କର ଅପମାନ । ଏହା ରାଜ୍ୟ ସରକାରଙ୍କ ସଂସ୍କାର, ସେ ସମୀକ୍ଷା କରନ୍ତୁ । ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି, ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି । ସରକାର ମନେ ରଖନ୍ତୁ, ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି, ସାମ୍ବିଧାନିକ ପଦବୀର ଅପମାନ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି, ମୋର କଣ ଦୋଷ ମୋତେ ପ୍ରତିଷ୍ଠା ଦିବସରେ ନ ଡାକିବା। ସରକାର ଭୁଲି ନ ଯିବା ଦରକାର ଯେ, ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହଁ।

ଏହା ମଧ୍ୟ ପଢନ୍ତୁ-Bhubaneswar Foundation Day: ଏଥର ବି ଯୋଗ ଦେଲେନି ଅପରାଜିତା, ମେୟର କହିଲେ ଆମେ ସମସ୍ତଙ୍କୁ ଡାକିଛୁ

ପ୍ରକାଶଥାଉକି, 1948 ଏପ୍ରିଲ 13 ତାରିଖରେ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା । ଆଜିକୁ ଠିକ 75 ବର୍ଷ ତଳେ ଜନ୍ମ ହୋଇଥିଲା ସ୍ବପ୍ନର ସହର ଭୁବନେଶ୍ବର । ପୁରୁଣା ଭୁବନେଶ୍ବର, କପିଳ ପ୍ରସାଦ, କପିଳେଶ୍ବର ଓ ସାମନ୍ତରାପୁର ଭଳି ଅଳ୍ପ ଅଞ୍ଚଳକୁ ନେଇ ଗଢି ଉଠିଥିଲା ରାଜଧାନୀ ଭୁବନେଶ୍ବର । ପରେ ପରେ ନୂଆ ଅଞ୍ଚଳ ମିଶିବା ସହ ସହର ବଢି ଚାଲିଥିଲା । ଆଜି 75ରେ ପାଦ ଥାପିଛି ଭୁବନେଶ୍ବର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.