ETV Bharat / state

ରାଜ୍ୟ ପାଇଥିବା ୯ଲକ୍ଷ ୫୯ହଜାର ଘର ଉପରେ ରହିଛି ବିଜେପିର ନଜର: ସାଂସଦ ଅପରାଜିତା

author img

By

Published : Jan 24, 2023, 9:40 PM IST

ଅପରାଜିତା ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଦେବାରେ ରାଜ୍ୟ ସରକାର ଦୁର୍ନୀତିମୁକ୍ତ ହୋଇ ପଦକ୍ଷେପ ନିଅନ୍ତୁ । ପ୍ରଧାନମନ୍ତ୍ରୀ ଓଡିଶାକୁ ଏଥିପାଇଁ ୯ ଲକ୍ଷ ୫୯ ହଜାର ଘର ପାଇଁ ମଞ୍ଜୁରୀ ଦେଇଛନ୍ତି । ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ଥିଲା । ରାଜ୍ୟ ସରକାର ଅବଜେକସନ କଲେ ଆମେ ଅନ୍ତିମ ଶୁଣାଣି କରିବୁ । ଅଧିକ ପଢନ୍ତୁ

ରାଜ୍ୟକୁ ପାଇଥିବା  ୯ ଲକ୍ଷ ୫୯ ହଜାର ଘର ଉପରେ ରହିଛି ବିଜେପିର ନଜର: ସାଂସଦ ଅପରାଜିତା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଓଡିଶା ବିଜେପି । କୌଣସି ସ୍ଥିତିରେ ମଧ୍ୟ ଆବାସ ଯୋଜନରାରେ ଯେମିତ ଦୁର୍ନୀତି ନହୁଏ ତାହାକୁ ଜଗିଛି ରାଜ୍ୟ ବିଜେପି । ଏନେଇ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ପୁଣି ଥରେ ଘେରିଛନ୍ତି ।

ସାଂସଦ ଅପରାଜିତା କହିଛନ୍ତି, ‘‘ସବୁ ରାଜ୍ୟରେ ୱାର୍କ ଅର୍ଡର ଦିଆ ସରିଲାଣି । କିନ୍ତୁ ଓଡିଶାରେ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଫେବୃଆରୀ ମାସ ସୁଦ୍ଧା ଓଡ଼ିଶାରେ ୱାର୍କ ଅର୍ଡର ଦେବା କଥା । ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ । ଯୋଗ୍ୟ ଲୋକଙ୍କୁ ଆବାସ ପ୍ରଦାନ କରାଯାଉ । ଏହାକୁ ନିଶ୍ଚିତ କରିବା ପାଇଁ ଗାଁ ଗାଁ ରେ ନଜର ରଖିଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦି ବହୁତ ଭଲ ଉଦ୍ଦେଶ୍ୟ ନେଇ ଆବାସ ପ୍ରଦାନ କରିଛନ୍ତି । ଗରିବ, ଶୋଷିତ, ପୀଡିତ ଏବଂ ବାସହୀନଙ୍କ ପାଇଁ ଏ ଯୋଜନା ଉଦ୍ଦିଷ୍ଟ । କୌଣସି ଥିଲା ବାଲାଙ୍କୁ ଯେଭଳି ମିଳିବ ନାହିଁ ତାହା ନିଶ୍ଚିତ କରିବା ଦାୟିତ୍ବ ରାଜ୍ୟ ସରକାରଙ୍କ ।’’

ଅପରାଜିତା ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଦେବାରେ ରାଜ୍ୟ ସରକାର ଦୁର୍ନୀତିମୁକ୍ତ ହୋଇ ପଦକ୍ଷେପ ନିଅନ୍ତୁ । ପ୍ରଧାନମନ୍ତ୍ରୀ ଓଡିଶାକୁ ଏଥିପାଇଁ ୯ ଲକ୍ଷ ୫୯ ହଜାର ଘର ପାଇଁ ମଞ୍ଜୁରୀ ଦେଇଛନ୍ତି । ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ଥିଲା । ରାଜ୍ୟ ସରକାର ଅବଜେକସନ କଲେ ଆମେ ଅନ୍ତିମ ଶୁଣାଣି କରିବୁ । ପଞ୍ଚାୟତରେ ଲଟକା ଜାରି କରାଗଲା । ଲୋକଙ୍କର ମଧ୍ୟ ଏହାକୁ ନେଇ ଯେଉଁ ଆପତ୍ତି ଥିଲା, ତାକୁ ନେଇ କମ୍ପ୍ଲେନ ବକ୍ସରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସବୁ ରାଜ୍ୟରେ ୱାର୍କ ଅର୍ଡର ଦିଆ ସାରିଲାଣି କିନ୍ତୁ ଓଡ଼ିଶାରେ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ଫେବୃଆରୀ ମାସ ସୁଦ୍ଧା ଓଡ଼ିଶାରେ ୱାର୍କ ଅର୍ଡର ଦେବା କଥା । ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନିଅନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ବୋଲି ଦାବି କରିଛନ୍ତି ଅପରାଜିତା ।

ଅପରାଜିତା କହିଛନ୍ତି ଆବାସ ଯୋଜନା ପ୍ରସଙ୍ଗରେ ବିଜେପି ଗାଁ ଗାଁ ରେ ନଜର ରଖିଛି। ଖୋର୍ଦ୍ଧା ଜିଲ୍ଲା ତଥା ମୋ ସଂସଦୀୟ କ୍ଷେତ୍ରକୁ ୧୦ ହଜାର ୧୪୭ ଘର ଆବଣ୍ଟିତ ହୋଇଛି । ସାଂସଦ ଭାବରେ ଗୋଟିଏ ଗୋଟିଏ ଘର ଉପରେ ନଜର ରଖିଛି ମୁଁ । କୌଣସି ପରିସ୍ଥିତିରେ ଆଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବା ଉଚିତ ନୁହେଁ । ରାଜ୍ୟ ସରକାର ଯେଉଁ ଅଭିଯୋଗ ପାଇଛନ୍ତି, ତା ଉପରେ ଆଉଥରେ ତର୍ଜମା କରନ୍ତୁ । ତାପରେ ଯାଇ ଫାଇନାଲ ତାଲିକା ପ୍ରକାଶ କରନ୍ତୁ । ଏଇ ତାଲିକା ଅଣ୍ଡର ଟେବୁଲ ନ ହେଉ । ରାଜ୍ୟ ସରକାରଙ୍କୁ ଆମେ କହି ରଖୁଛୁ ଯେ, ଆମର ନଜର ୯ ଲକ୍ଷ ୫୯ ହଜାର ଘର ଉପରେ ରହିଛି। କୌଣସି ଦୁର୍ନୀତିକୁ ବିଜେପି ବରଦାସ୍ତ କରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.