ଖୋର୍ଦ୍ଧା: ହାବେଳି ପଡିଆରେ ଚାଲୁଥିବା ଖୋର୍ଦ୍ଧା ମହୋତ୍ସବରେ ମୌତ କା କୁଆଁ କାର୍ଯ୍ୟକ୍ରମକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଏହି ଖେଳ ଯେଉଁ ଢଙ୍ଗରେ ହେଉଥିଲା ତାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଥିଲା । ଖେଳ ପଦର୍ଶନ ବେଆଇନ ଜାଣିବା ସୁଦ୍ଧା ପ୍ରଶାସନ କିପରି ଅନୁମତି ଦେଇଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଖୋର୍ଦ୍ଧା ଜିଲ୍ଲା ହାବେଳି ପଡ଼ିଆରେ ତିନିଦିନ ଧରି ମହୋତ୍ସବ ଚାଲିଥିବା ବେଳେ ପ୍ରତିଦିନ ନେତାମନ୍ତ୍ରୀ ଆସୁଛନ୍ତି । ଏଥିସହ ସୁରକ୍ଷା ଦୃଷ୍ଟିରୁ ପ୍ଲାଟୁନ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ଏହା ସତ୍ତ୍ବେ ଏଭଳି ଏକ ବେଆଇନ ଖେଳ କିପରି ଆୟୋଜନ କରାଯାଇଥିଲା ସେନେଇ ବଡ଼ ପ୍ରଶ୍ନ ପାଲଟିଥିଲା । ମୌତ କା କୁଆଁ ଖେଳ ପାଇଁ ବିଗତ ଦିନରେ ଜୟପୁରରେ ଅନେକ ଜୀବନ ଚାଲିଯିବା ସହିତ କଟକ ବାଲିଯାତ୍ରାରେ 10ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଥିଲେ । ଏହି ଖେଳକୁ କୌଣସି ସ୍ଥାନରେ ଅନୁମତି ମିଳୁନଥିବା ବେଳେ ଖୋର୍ଦ୍ଧା ମହୋତ୍ସବରେ କିପରି ଅନୁମତି ମିଳିଲା । ଲୋକମାନଙ୍କ ଜୀବନକୁ ନେଇ ଏଭଳି ଖେଳ ଖେଳାଯାଉଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇବା ପରେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛି ପ୍ରଶାସନ ।
ଇଟିଭି ଭାରତ, ଖୋର୍ଦ୍ଧା