ETV Bharat / state

Mother's Day: ମା’... ଯାହାଠୁ ଆରମ୍ଭ ଜୀବନ

ମା' ଶଦ୍ଦରେ ଅଛି ମଧୁରତା ଅମୃତର ସ୍ବାଦ । ଯିଏ ହାତ ଧରି ଚାଲିବା ଶିଖାଏ ଝୁଣ୍ଟି ପଡିଲେ ହାତରେ ତୋଲି ଧରେ ସେ ମା' । ମା' ପାଇଁ ତ ଏ ଗୋଟିଏ ଦିନ କମ । 365 ଦିନ ଯିଏ ପରିବାର କଥା ଭାବେ ଯାବତ୍ୟ ଜଞ୍ଜାଳ ଭିତରେ ତା ପଣତ କାନିରେ ସନ୍ତାନକୁ ଘୋଡାଇ ରଖେ ସେ ହିଁ ମାଆ ।

author img

By

Published : May 14, 2023, 8:52 AM IST

mothers day 2023
mothers day

ଭୁବନେଶ୍ବର: ମମତା ନଈରେ ସେ ସୁନା ବୋଇତ... ଆକାଶରୁ ବଡ ଯାହାର ପଣତ । ବୁକୁରେ ଯାହାର ସ୍ନେହର ଢେଉ ତାହା ପରି ନାହିଁ କେହି ଆଉ । ସେ ହେଉଛି ବୋଉ । ମା' ବୋଉ ଯାହାର ବିକଳ୍ପ ନାହିଁ । ଜୀବନର ଆରମ୍ଭ ତା ପାଖରୁ । ଶ୍ରଦ୍ଧା, ସମ୍ପର୍କ ଆଉ ମଧୁରତା ସବୁ ତା ପାଖରେ । ମା' ଶଦ୍ଦକୁ ବର୍ଣ୍ଣନା କରିବାକୁ ଶଦ୍ଧକୋଷ ନିଅଣ୍ଟ ପଡିଯିବ । ଜୀବନରେ ସବୁବେଳେ ସେ ଦରକାର । ମା' ଶଦ୍ଦରେ ଅଛି ମଧୁରତା ଅମୃତର ସ୍ବାଦ । ମା' ଥିଲେ ବଇରୀ ହାରେ । ଜୀବନର ସାହାଟିଏ ମା' । 365 ଦିନ ଯିଏ ପରିବାର କଥା ଭାବେ । ବିନା ଦରମାରେ ବିନା ବିଶ୍ରାମରେ ଯିଏ ପରିବାର ପାଇଁ ନିଜକୁ ସମର୍ପି ଦିଏ ସେ ମା' । ଯାବତ୍ୟ ଜଞ୍ଜାଳ ଭିତରେ ତା ପଣତ କାନିରେ ସନ୍ତାନକୁ ଘୋଡାଇ ରଖେ ସେ ମା' । ମଣିଷର ସବୁଠୁ ବଡ ଋଣ ହେଉଛି ମା' ଋଣ ଯାହାକୁ ସୁଝିବାକୁ ତାର କ୍ଷମତା ନଥାଏ । ଆଜି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ଦ୍ବିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ । ଜାଣନ୍ତୁ ମାତୃ ଦିବସର କଣ ରହିଛି ବିଶେଷତ୍ବ....

ଶକ୍ତିର ସମଷ୍ଟି ସେ । ତ୍ୟାଗ ଓ ତପସ୍ୟାର ପ୍ରତୀକ । ଜୀବନରେ ଜିତିବା ହାରିବାର ମିଶାଣ ଫେଡାଣ ସେ ମାଆ ପାଇଁ ଗୋଟିଏ ଦିନ କମ୍ । ତା ପାଇଁ ତ ସବୁଦିନ । ହେଲେ ପ୍ରତି ବର୍ଷ ମେ ଦ୍ବିତୀୟ ରବିବାରକୁ ମା' ପାଇଁ ସ୍ବତନ୍ତ୍ର କରିଥାନ୍ତି ସନ୍ତାନ । ମା’ ଋଣ ସୁଝିବାକୁ ସନ୍ତାନର କ୍ଷମତା ନାହିଁ । ଯେତେ ଝଡ ଝଞ୍ଜା ଆସୁ ତାର ପଣତ କାନିରେ ସେ ସନ୍ତାକୁ ଘୋଡାଇ ରଖେ । ବିପଦରେ ଯେଉଁଠି ଇଶ୍ବର ଆସି ପାରିବେନି ସେଠି ମା'ର ସର୍ଜନା କରିଛନ୍ତି । ମା' ତ୍ୟାଗ ଆଗରେ ସନ୍ତାନର ମଣ୍ଡ ସବୁବେଳେ ନଇଁଛି ନଇଁବ ।

ଏହା ବି ପଢନ୍ତୁ....Mother's Day 2023: ବାଲୁକା କଳାରେ ମାତୃ ଦିବସର ଶୁଭେଚ୍ଛା

ଇତିହାସ...

ମାତୃ ଦିବସ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା । ପରେ ଯୁକ୍ତରାଷ୍ଟ୍ରରେ 1908 ମସିହାରେ ଏନ୍ନା ଜାରଭିସଙ୍କ ଦ୍ବାରା ମାତୃ ଦିବସ ପାଳନ କରାଯାଇଥିଲା । ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ପ୍ରଥମେ ମାତୃ ଦିବସ ପାଳନ କରିଥିଲେ । ସେ ନିଜ ମାକୁ ବହୁତ ସମ୍ମାନ ଓ ଭକ୍ତି ଦେଉଥିଲେ । ଯେତେବେଳେ ମାଆଙ୍କର ମୃତ୍ୟୁ ଘଟିଲା ସେ ନିଜ ଜୀବନ ମାଆ ପାଇଁ ଉତ୍ସର୍ଗ କରି ଦେଇଥିଲେ । ୧୯୧୪ ମସିହା ମେ' 8 ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବିଲସନ ମାତୃଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହା ପେରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହୋଇଥିଲା ।

ସେହିଦିନ ଠାରୁ ମାତୃତ୍ବ ଦିବସ ପାଳନ କରାଯାଉଛି । ଏହା ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ବୀକୃତି ମିଳିଲା । ମେ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ । ଆଜିର ଦିନରେ ମା'ର ପ୍ରେମ ବଳିଦାନ ଏବଂ ସମର୍ପଣକୁ ସ୍ବୀକାର କରିବାର ଦିନଟିଏ । ମା'ର ନିସ୍ବାର୍ଥପର ଭଲ ପାଇବାକୁ ମା'କୁ ସମ୍ମାନ ଦେବା ପାଇଁ ଦିନଟିଏ । ମାତୃ ଦିବସ ଅବସରରେ ସଂସାରର ସବୁ ମା'ମାନଙ୍କୁ କୋଟି କୋଟି ପ୍ରଣାମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.