ETV Bharat / state

8 ଦିନର ଶିଶୁକନ୍ୟାକୁ ଦାନ କଲା ମା’, ଥାନାରେ ମାମଲା - khordha

ଅର୍ଥ ଅଭାବରୁ ଛାତିରେ ପଥର ରଖି ନିଜର 8 ଦିନର ଶିଶୁକୁ ପର ହାତକୁ ଟେକିଦେଲା ମା’ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ମାଳିସାହି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

mother donate her child
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jan 23, 2020, 10:40 PM IST

ଖୋର୍ଦ୍ଧା: ଦାରିଦ୍ର୍ୟତା ଆଗରେ ହାର ମାନିଲା ମା'ର ମମତା । ଅର୍ଥ ଅଭାବ ଯୋଗୁଁ ଛାତିକୁ ପଥର କରି ନିଜର 8 ଦିନର ଶିଶୁକୁ ପର ହାତକୁ ଟେକିଦେଲା ମା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ମାଳିସାହି ଗ୍ରାମରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ମୁତାବକ, ମାଳିସାହିର ସନ୍ତୋଷ ବିଶ୍ବାଳଙ୍କ ସ୍ତ୍ରୀ ବନିତା ବିଶ୍ବାଳ ନିଜର ଚତୁର୍ଥ କନ୍ୟା ସନ୍ତାନକୁ ଜନ୍ମର 8 ଦିନ ପରେ ଦାନ କରିଦେଇଛନ୍ତି । ପୂର୍ବରୁ ତିନୋଟି ଝିଅ ଥିବାବେଳେ ସେମାନଙ୍କୁ ଦିନକୁ ଦିଓଳି ଖାଇବାକୁ ଦେବା ସମ୍ଭବପର ହେଉନଥିଲା । ତେଣୁ ନିଜର ଚତୁର୍ଥ କନ୍ୟାକୁ ସେ ଭରଣପୋଷଣ କରିପାରିବେ କି ନାହିଁ ତାହା ଭାବି ଏଭଳି କରିଥିବା ଜଣା ପଡିଛି ।

ସେପଟେ ଘଟଣା ଏବେ ଥାନାରେ ପହଞ୍ଚିଛି । ପାଳିତ ମା ଗୀତାଞ୍ଜଳି ଷଡଙ୍ଗୀ ପାଳିତ ଶିଶୁକନ୍ୟା ସହିତ ବୋଲଗଡ ଥାନାରେ ପହଞ୍ଚି ତଦନ୍ତର ସାମ୍ନା କରିଛନ୍ତି । ସେପଟେ ମହିଳା ଜଣକ ସ୍ବଇଚ୍ଛାରେ ଶିଶୁକନ୍ୟାକୁ ଗୀତାଞ୍ଜଳୀଙ୍କୁ ଦାନ କରିଥିବା କହିଛନ୍ତି । ଅପରପକ୍ଷରେ ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇ ଖୋର୍ଦ୍ଧା ଶିଶୁ ସୁରକ୍ଷା ସଦସ୍ୟ ତଦନ୍ତ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୋଷିପାରିବେନି ବୋଲି ୮ଦିନର ଶିଶୁକୁ ଦାନ କରିଦେଲା ମା

Body:ଖୋର୍ଦ୍ଧା : ଦାରିଦ୍ର ଆଗରେ ହାର ମାନିଲା ମମତା ।ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ମାଳିସାହି ଗ୍ରାମରେ ।ମାଳିସାହିର ସନ୍ତୋଷ ବିଶ୍ୱାଳଙ୍କ ସ୍ତ୍ରୀ ବନିତା ବିଶ୍ୱାଳ ନିଜର ଚତୁର୍ଥ କନ୍ୟା ସନ୍ତାନକୁ ଜନ୍ମର ଆଠଦିନ ପରେ ଅନ୍ୟ ହାତକୁ ଟେକି ଦେଇଛନ୍ତି ।ପୂର୍ବରୁ ତିନୋଟି ଝିଅ ଥିବା ବେଳେ ସେମାନଙ୍କୁ ସବୁଦିନ ଦୁଇମୁଠା ଖାଇବାକୁ ଦେବା ସମ୍ଭବ ହେଉନଥିବା ବେଳେ ନବଜାତ ଶିଶୁ କନ୍ୟାକୁବଞ୍ଚିାଇ ପାରିବନାହିଁ ଭାବି ଏପରି କରିଥିବା ଜଣାପଡ଼ିଛି ।ସେହିପରି ଶିଶୁଟି ମରିବା ଅପେକ୍ଷା ସେ ଅନ୍ୟ ହାତରେ ଟେକି ଦେଇଥିବା କହିଛନ୍ତି ନିଜ ଜନ୍ମ କଲା ମା ।ସେପଟେ ପାଳିତ ମା ଗୀତାଞ୍ଜଳି ଷଢଙ୍ଗୀ ପାଳିତ ଶିଶୁ କନ୍ୟା ସହିତ ବୋଲଗଡ ଥାନାରେ ପହଞ୍ଚି ତଦନ୍ତ କୁ ସମ୍ନା କରିଛନ୍ତି । କହିଛନ୍ତି ନିଜ ଈଛାରେ ସେ ଶିଶୁକୁ ଦେଇଥିବା ଜଣାପଡ଼ିଛି । ଘଟଣା ଜଣାପଡିବା ପରେ ଆଜି ଖୋର୍ଦ୍ଧା ଶିଶୁ ସୁରକ୍ଷା ସଦସ୍ୟ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.