ETV Bharat / state

ଓଡିଆରେ ଇଞ୍ଜିନିୟରିଂ ପାଇଁ ବଢୁଛି ଆଗ୍ରହ, ଓଡିଆ ଭାଷାର ସର୍ବାଧିକ ଇଞ୍ଜିନିୟରିଂ ପୁସ୍ତକ ଡାଉନଲୋଡ

author img

By

Published : Feb 9, 2023, 1:15 PM IST

ମାତୃଭାଷାରେ ଇଞ୍ଜିନିୟରିଂ ପଢିବାକୁ ଆଗ୍ରହୀ ହେଉଛନ୍ତି ଛାତ୍ରଛାତ୍ରୀ । ଇ-କୁମ୍ଭ ପୋର୍ଟାଲରୁ ସର୍ବାଧିକ ଓଡିଆ ଭାଷାର ଇଂଜିନିୟରିଂ ପୁସ୍ତକ ଡାଉନଲୋଡ ହୋଇଥିବା ସୂଚନା । ଅଧିକ ପଢନ୍ତୁ

e kumbha portal
e kumbha portal

ଭୁବନେଶ୍ବର: ଓଡ଼ିଆ ଭାଷାରେ ଯୋଡି ହୋଇଛି ନୂଆ ଫର୍ଦ୍ଦ । ଭାରତୀୟ ଭାଷାରେ ବୈଷୟିକ ଶିକ୍ଷା ପ୍ରଚଳନପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ କରାଯାଇଛି । ବିଶେଷକରି ଓଡିଶାରେ ଏହାର ସଫଳତା ହାର ସର୍ବାଧିକ ବୋଲି ଜଣାପଡିଛି।

ଭାରତୀୟ ଭାଷାରେ ବୈଷୟିକ ଶିକ୍ଷା ପ୍ରଚଳନପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଯେଉଁ ଉଦ୍ୟମ ଆରମ୍ଭ କରିଛି । ବିଶେଷକରି ଓଡିଶାରେ ଏହାର ସଫଳତା ହାର ସର୍ବାଧିକ ବୋଲି ଜଣାପଡିଛି । ବିଭିନ୍ନ ଭାରତୀୟ ଭାଷାରେ ଇଂଜିନିୟରିଙ୍ଗ ଡିଗ୍ରୀ ଓ ଡିପ୍ଲୋମା ବିଦ୍ୟାର୍ଥୀମାନଙ୍କପାଇଁ ଭାରତ ସରକାରଙ୍କ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ପ୍ରସ୍ତୁତ କରିଥିବା ପୁସ୍ତକର ସହଜ ଇପଲବ୍ଧ ନିମନ୍ତେ ଗତ ନଭେମ୍ବର ମାସ ୧୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇ-କୁମ୍ଭ ପୋର୍ଟାଲ ଉନ୍ମୋଚିତ ହୋଇଥିଲା ।

ଏଥିରେ ସମସ୍ତ ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ପୁସ୍ତକ ପିଡିଏଫ ଭାବରେ ସଂଯୁକ୍ତ କରାଯାଇଥିଲା । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ଅନୁବାଦ ହୋଇଥିବା ଡିଗ୍ରୀ ଓ ଡିପ୍ଲୋମା ଶ୍ରେଣୀପାଇଁ ଉଦ୍ଦିଷ୍ଟ ଓଡିଆ ବହି ଅନ୍ୟ ଭାରତୀୟ ଭାଷାର ବହି ତୁଳନାରେ ସର୍ବାଧିକ ପରିମାଣରେ ଡାଓନଲୋଡ ହୋଇଛି ବୋଲି AICTE ସୂତ୍ରରୁ ଜଣାପଡିଛି ।

ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ଓଡିଶାରେ ଆରମ୍ଭ ହୋଇନଥିଲେ ମଧ୍ୟ ମାତ୍ର ୩ ମାସ ଭିତରେ ୭୦୬୨ ବହି ଡାଉନଲୋଡ ହୋଇ ସାରିଥିବା ବେଳେ ହିନ୍ଦୀ ଭାଷାର ବହି ୪୧୫୫, ମରାଠୀ ଭାଷାର ୨୨୩୯ ତଥା ତାମିଲ ଭାଷାର ୧୯୪୦ଖଣ୍ଡ ବହି ଡାଉନଲୋଡ ହୋଇଥିବା ଜଣାପଡିଛି ।

ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାପାଇଁ ବହି ପ୍ରସ୍ତୁତ ହୋଇ ନ ଥିବାରୁ ଗତ ୨୦୨୨-୨୩ ଶିକ୍ଷାବର୍ଷରେ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ଓଡିଆ ମାଧ୍ୟମରେ ଶିକ୍ଷାପ୍ରଦାନର ଅନୁମତିପାଇଁ AICTEକୁ ଆବେଦନ କରି ନଥିଲେ । କିନ୍ତୁ ସର୍ବାଧିକ ପରିମାଣର ଇ-ପୁସ୍ତକ ସଂଗ୍ରହ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଓଡିଆରେ ଇଞ୍ଜିନିୟରିଂ ପାଠ ପଢିବା ନେଇ ଯଥେଷ୍ଟ ପରିମାଣରେ ଆଗ୍ରହ ଥିବାର ପରିଲକ୍ଷିତ ହେଉଛି ।

ଏହାକୁ ଦୃଷ୍ଟିରେ ରଖି ଓଡିଶାର ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ଓଡିଆ ମାଧ୍ୟମର ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଚିନ୍ତା କରୁଛନ୍ତି । ଏହି ଶିକ୍ଷା ବ୍ୟବସ୍ଥା ଅନୁସାରେ ପାଠକୁ ସହଜରେ ବୁଝିବାପାଇଁ ମାତୃଭାଷାକୁ ମାଧ୍ୟମ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ବଜାରର ଆବଶ୍ୟକତା ଦୃଷ୍ଟିରୁ ଦେଶ ବିଦେଶରେ ନିଯୁକ୍ତିପାଇଁ ଯୋଗାଯୋଗ-ଇଂରାଜୀ ଭାଷା ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି । ତେଣୁ ଓଡିଆରେ ପଢିଲେ ମଧ୍ୟ ନିଯୁକ୍ତି ପାଇଁ ଏହା ବାଧକ ହେବାର ସମ୍ଭାବନା ନଥିବାରୁ ପିଲାମାନେ ମାତୃଭାଷାରେ ଇଞ୍ଜିନିୟରିଂ ପଢିବାକୁ ଅଧିକ ଆଗ୍ରହୀ ହେଉଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.