ETV Bharat / state

Morning classes In Odisha: ଅପ୍ରେଲ ୧୧ରୁ ସକାଳୁଆ ସ୍କୁଲ

author img

By

Published : Apr 2, 2023, 8:10 AM IST

ଅପ୍ରେଲ ୧୧ ତାରିଖରୁ ସକାଳୁଆ ସ୍କୁଲ । ସକାଳ ୭ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ହେବ ପାଠପଢା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବ ସକାଳୁଆ କ୍ଲାସ । ଅଧିକ ପଢନ୍ତୁ

Morning classes in Odisha
Morning classes in Odisha

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ରୁ ହେବ ସକାଳୁଆ ସ୍କୁଲ । ସକାଳ ୭ଟାରୁ ୧୧ଟା 30 ଯାଏଁ ସ୍କୁଲରେ ଚାଲିବ ପାଠପଢ଼ା । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ । ତେବେ ଏପ୍ରିଲ ୩ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ ୩ ତାରିଖରୁ ଆରମ୍ଭ ହେବ । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲରେ ପିଲାମାନଙ୍କ ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ସମସ୍ତ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ।

ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟମାନଙ୍କରେ ସ୍ୱଚ୍ଛ ପାନୀୟ ଜଳ, ଓଆରଏସ ପାଣି ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ଯୋଗେଇ ଦେବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ମାନେ ଯତ୍ନବାନ ହେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଆସନ୍ତା 3 ତାରିଖରୁ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ମଧ୍ୟ ଆରମ୍ଭ ହେବ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 3ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ । ସେଗୁଡିକ ହେଲା କ୍ୟାପିଟାଲ ହାଇସ୍କୁଲ, ୟୁନିଟ 1 ସରକାରୀ ବିଦ୍ୟାଳୟ, ଏବଂ ବିଜେବି ହାଇସ୍କୁଲରେ କରାଯିବ ମାଟ୍ରିକ ମୂଲ୍ୟାୟନ । 3 ତାରିଖ ଠାରୁ ଯେଉଁଠାରେ ମୂଲ୍ୟାଙ୍କନ କରାଯାଉଛି ସେଠାରେ ପିଲାଙ୍କ ପାଠପଢା ଦୃଷ୍ଟିରୁ ପିଲାଙ୍କର ସକାଳୁଆ ସ୍କୁଲ କରାଯାଉଛି । ଯାହା 9ଟା 30 ସୁଦ୍ଧା ସ୍କୁଲ ଛୁଟି ହେବ । 10ଟା ସମୟରୁ ମାଟ୍ରିକ ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆସନ୍ତା ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ । ଉଭୟ ଅନଲାଇନ ଓ ଅଫଲାଇନରେ ମୂଲ୍ୟାଙ୍କନ କରାଯିବ । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୩ରେ ଶେଷ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତାଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୪ ତାରିଖ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୫ ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ ଟି ଜୋନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ। ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ । ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.