ETV Bharat / state

୧୦୬ଟି ସ୍କୁଲକୁ ଜମି ପଟ୍ଟା ଦେଲା ବିଏମସି - ସ୍କୁଲକୁ ଦିଆଗଲା ଜମି ପଟ୍ଟା

106 Schools Got Land Deed: ଭୁବନେଶ୍ବର ମହାନଗର ନିଗମ ଅଧିନରେ ଥିବା ୧୦୬ ଟି ସ୍କୁଲକୁ ଜମିପଟ୍ଟା ବଣ୍ଟନ କରାଯାଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ଏହି ଜମିପଟ୍ଟା ବଣ୍ଟନ କରାଯାଇଛି । ଅଧିକ ପଢ଼ନ୍ତୁ

୧୦୬ଟି ସ୍କୁଲକୁ ଦିଆଗଲା ଜମିପଟ୍ଟା
୧୦୬ଟି ସ୍କୁଲକୁ ଦିଆଗଲା ଜମିପଟ୍ଟା
author img

By ETV Bharat Odisha Team

Published : Jan 2, 2024, 6:44 PM IST

୧୦୬ଟି ସ୍କୁଲକୁ ଦିଆଗଲା ଜମିପଟ୍ଟା

ଭୁବନେଶ୍ବର: 106 ସ୍କୁଲକୁ ମିଳିଲା ନିଜସ୍ବ ଜମିପଟ୍ଟା । ଭୁବନେଶ୍ବର ମହାନଗର ନିଗମ ଅଧିନରେ ଥିବା ୧୦୬ ସ୍କୁଲକୁ ଜମିପଟା ବଣ୍ଟନ କରାଯାଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ଏହି ଜମିପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଦୁଇ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ପଟ୍ଟା ବଣ୍ଟନ କରିଛନ୍ତି ।

ଦୀର୍ଘ ଦିନ ହେବ ସ୍କୁଲଗୁଡିକର ପଟ୍ଟା ନଥିବାରୁ ବିଭିନ୍ନ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେଉଥିଲା ଏହି ସମସ୍ତ ସ୍କୁଲ । ନିଜସ୍ୱ ପଟ୍ଟା ମିଳିବା ପରେ ସ୍କୁଲ ଗୁଡ଼ିକରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସଠିକ ଭାବେ ହୋଇପାରିବ । ଏନେଇ ଆଜି ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀର ୧୦୬ ଟି ସ୍କୁଲକୁ ପଟ୍ଟା ମିଳିଛି । ଏହାସହ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୮୮ ଟି ସ୍କୁଲକୁ ପଟ୍ଟା ପ୍ରଦାନ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଏପଟେ ଜଣେ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସ୍କୁଲରେ ନିଜସ୍ଵ ପଟ୍ଟା ନଥିବା ବେଳେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଖେଳ ପଡିଆ ହେଉ ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉ ସବୁଥିରେ ଅନେକ ସମୟରେ ଅସୁବିଧା ଦେଖାଯାଇଥାଏ । ବର୍ତ୍ତମାନ ପଟ୍ଟା ମିଳିବା ପରେ ଯେଉଁ ଅସୁବିଧା ହେଉଥିଲା ତାହା ସୁବିଧାରେ ପରିଣତ ହେବ ବୋଲି କହିଛନ୍ତି ଶିକ୍ଷୟତ୍ରୀ । ଏପଟେ ଖୋର୍ଦ୍ଧା ଜିଲ୍ଲାର କପିଲାପ୍ରସାଦ ସ୍କୁଲକୁ ୬୭ ବର୍ଷ ହେଲାଣି । ଆଜି ପର୍ଯ୍ୟନ୍ତ ମଧ୍ୟ ଏହାର ପଟ୍ଟା ମିଳିନଥିଲେ । ଆଜି ପଟ୍ଟା ପାଇବା ପରେ ଖୁସି ହୋଇଛନ୍ତି ଶିକ୍ଷୟିତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ.....ETV Bhart Impact: ଖବର ବାଜିଲା ପ୍ରଶାସନ ଚେଇଁଲା, ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ମିଳିଲା ପ୍ରତିଶ୍ରୁତି

ବିଧାୟକ ଅନନ୍ତ ଜେନା କହିଛନ୍ତି, " ଅନେକ ସରକାର ଆସିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ସ୍ବରୂପ ସ୍କୁଲକୁ ଜମିପଟ୍ଟା ପ୍ରଦାନ କରିବା ସହ ସ୍କୁଲଗୁଡ଼ିକୁ ନିଜସ୍ବ ସ୍ବତନ୍ତ୍ରତା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ, ଏପରି ରାଜ୍ୟରେ ଏଭଳି ଅନେକ ସ୍କୁଲ ରହିଛି ଯେଉଁଠାରେ ଆଜି ମଧ୍ୟ ଜମିପଟ୍ଟା ନାହିଁ । ବିନା ପଟ୍ଟାରେ ବର୍ଷ ବର୍ଷ ଧରି ସ୍କୁଲ ଚାଲି ଆସୁଛି । ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଦୀର୍ଘ ବର୍ଷ ପରେ ସ୍କୁଲକୁ ନିଜସ୍ଵ ପଟ୍ଟା ପ୍ରଦାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.