ETV Bharat / state

Monsoon Session: ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

author img

By ETV Bharat Odisha Team

Published : Sep 30, 2023, 1:34 PM IST

Updated : Sep 30, 2023, 2:15 PM IST

ବିଧାନସବାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି । ଅଧିକ ପଢନ୍ତୁ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିଜେପି ବିଧାୟକ ଦଳ । ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏହାକୁ ନେଇ ପରସ୍ପରକୁ ଦୋଷ ଦେଇଛନ୍ତି ଶାସକ ଓ ବିରୋଧୀ ବିଧାୟକ । ସ୍ବାଭାବିକ ଭାବେ ଆଜି ଗୃହ କାର୍ଯ୍ୟ ଚାଲିବ ବୋଲି ଆଶା କରାଯାଉଥିଲା । ଗୃହ କାର୍ଯ୍ୟରେ ସାମିଲ ହେବା ପାଇଁ ବିଧାନସଭା ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରିଲା ନାହିଁ । ବିରୋଧୀ ଦଳର ନେତାଙ୍କ ବିରୋଧରେ ବ୍ୟବହାର ହୋଇଥିବା ଅପଶବ୍ଦ ଅପସାରଣ ଓ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା ।

ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଶାସକ ଦଳକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହକୁ ମୁଲତବୀ କରୁଛନ୍ତି । ମୁଲତବୀ ପୂର୍ବରୁ ସର୍ବଦଳୀୟ ବୈଠକ ଡାକୁ ନାହାଁନ୍ତି । ବିଧାନସଭା କିପରି ନ ଚାଲିବ ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି । ଶାସକ ଦଳ ଅଣସଂସଦୀୟ ଶବ୍ଦ ବ୍ୟବହାର କଲେ ତାକୁ ବାଦ ଦିଆଯାଉନାହିଁ । କିନ୍ତୁ ବିରୋଧୀ ଦଳ କହିଲେ ବାଦ ଦିଆଯାଉଛି । ଶାସକ ଦଳର କଣ୍ଢେଇ ସାଜିଛନ୍ତି ବାଚସ୍ପତି । ଆମକୁ କହିବାକୁ ସୁଯୋଗ ଦିଆଯାଉନାହିଁ ।

ଏହାମଧ୍ୟ ପଢନ୍ତୁ: ବିଧାନସଭାରେ ଭେଦଭାବ କରୁଛନ୍ତି ବାଚସ୍ପତି: ବିଜେପି

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଧାୟକଙ୍କୁ ନିଲମ୍ବନକୁ ବିରୋଧ କରୁଛୁ । କେନ୍ଦ୍ର ବିଜେପି ସରକାର ଯେଭଳି ଭାବେ ସାଂସଦଙ୍କୁ ନିଲମ୍ବନ କଲା, ତାଙ୍କ ଠାରୁ ଶିଖୁଛି ବିଜେଡ଼ି । ଓଡ଼ିଶା ଜନ ସାଧାରଣଙ୍କ ଦୁର୍ଭାଗ୍ୟ । ଆମମାନଙ୍କର ଦୁର୍ଭାଗ୍ୟ । ଯେଉଁ ଆନ୍ଦୋଳନ ଚାଲିଛି, ଗ୍ରାମ ସାଥୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ଯାଏ, ସେମାନଙ୍କ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହୋଇ ନପାରିବା ପାଇଁ ସରକାର ପ୍ରୟାସ କରିଛନ୍ତି । କଂଗ୍ରେସ ମୁଲତବୀ ଦେଇଥିଲା ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ରାଜ୍ୟର ଉନ୍ନତି ବିଜେପି ଚାହୁଁ ନାହିଁ । ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ ସବୁର ଉତ୍ତର ଦେବାକୁ ବିଜେଡି ପ୍ରସ୍ତୁତ ରହିଛି । ସେମାନେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ବିଧି ବ୍ୟବସ୍ଥା ଉପରେ କଟାକ୍ଷ କରୁଛନ୍ତି । ଗୃହକୁ ସେମାନେ ଅଚଳ କରୁଛନ୍ତି । ବିଜେପି ଏବେ ବଡ଼ ବିଚଳିତ ଅଛି । ସେମାନେ ଦଳ ବାହାରେ ଥିବା କିଛି ଜନ ବିରୋଧୀ ଲୋକ, ଯିଏ ଲୋକଙ୍କ ଟଙ୍କା ଖାଇ ଦେଇଛନ୍ତି, କିଏ ଲୋକଙ୍କ ଉପରେ ଗାଡି ଚଢ଼େଇଛି, ସେଭଳି ନେତାଙ୍କ ସାହାରା ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଦଳରେ ନୂଆ ନେତା ସୃଷ୍ଟି କରି ପାରୁନାହିଁ କି ନୂଆ ନେତା ଭରସା କରି ପାରୁନାହାନ୍ତି । ଏଭଳି ପରିସ୍ଥିତି ଦେଇ ବିଜେପି ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.