ETV Bharat / state

Modi-Naveen Relations: 2024 ନିର୍ବାଚନ ପୂର୍ବରୁ ଆକଳନ କରିଦେଲେ କି ନବୀନ ?

author img

By

Published : May 18, 2023, 10:31 PM IST

ଏକଦା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ସମାଲୋଚନା କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଖୋଲା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ନେତୃ୍ତ୍ବକୁ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି । ମନଖୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପୁରୀ ବିମାନ ବନ୍ଦର ଉଦଘାଟନ କରିବାକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
ନିର୍ବାଚନ ପୂର୍ବରୁ ଆକଳନ କରିଦେଲେ କି ନବୀନ

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନକୁ ନେଇ ନବୀନ କଲେ କି ଆଗୁଆ ଆକଳନ? କେନ୍ଦ୍ରରେ ବିଜେପି ରାଜ୍ୟରେ ବିଜେଡି ସରକାର ନେଇ ନବୀନ ଆଶ୍ବସ୍ତ କି? ସାମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟର ଭବିଷ୍ୟତ ନେଇ ନବୀନ ପାଇଛନ୍ତି କି ସଙ୍କେତ ? ଯାହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ? ଚତୁର ନବୀନଙ୍କ ଏହି ଚାଲାକି ରାଜନୀତିକୁ ନେଇ ଏବେ ଚର୍ଚ୍ଚା ।

ଆଜି ପୁରୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବସଞ୍ଚାର ସଂଯୋଗ ଯୋଗେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଉଦବୋଧନ ନେଇ ଓଡିଶାର ଏକାଧିକ ଦାବି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ରଖଥିଲେ । ନବୀନ କହିଥିଲେ, ‘‘ପୁରୀରୁ ରାଉରକେଲା ଓ ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉ ।" ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଦାବି ମଧ୍ୟ ଦୋହରାଇଛନ୍ତି । ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ ଶେଷ ହେଉ ବୋଲି କହିଥିଲେ ନବୀନ । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ନିଜେ ଶ୍ରୀକ୍ଷେତ୍ର ପୁରୀ ଆସି ବିମାନ ବନ୍ଦରର ଲୋକାର୍ପଣ କରନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି । ଏତତ ବ୍ୟତୀତ ଅନୁଗୋଳ-ସୁକିନ୍ଦା ଓ ପାରାଦ୍ବୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ଦାବି ମଧ୍ୟ କରିଛନ୍ତି । ଏହା ସହିତ ଅନୁଗୋଳ-ସୁକିନ୍ଦା ଓ ପାରଦ୍ବୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ଏବଂ ପୁରୀ-କୋଣାର୍କ ନୂଆ ରେଳ ଲାଇନ ପାଇଁ ମଧ୍ୟ ଦାବି କରିଛନ୍ତି । ଏହି ରେଳ ଲାଇନ ରାଜ୍ୟର ଦୁଇ ଐତିହ୍ୟ ସ୍ଥଳୀକୁ ଯୋଡିବ । ଏହାସହିହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଶୀଘ୍ର ବୁଲେଟ ଟ୍ରେନ ସ୍ବପ୍ନ ସାକାର ହେବା ନେଇ ନବୀନ ଆଶା କରିଛନ୍ତି ।

ଏହାବି ପଢନ୍ତୁ- IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

ଏକଦା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ସମାଲୋଚନା କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଖୋଲା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ନେତୃ୍ତ୍ବକୁ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି । ମନ ଖୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପୁରୀ ବିମାନ ବନ୍ଦର ଉଦଘାଟନ କରିବାକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ବର୍ତ୍ତମାନର ସ୍ଥିତିରେ ନବୀନଙ୍କ ଏହି ଆଭିମୁଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ ଭବିଷ୍ୟତ ରାଜନୀତିର ସମୀକରଣକୁ ନେଇ ମଧ୍ୟ ହିସାବ କିତାବ ଆରମ୍ଭ ହୋଇଛି ।

ସୁଧିରବ କି ସମ୍ପର୍କ:- ଏକଦା 2009 ସାଧାରଣ ନିର୍ବାଚନର ଠିକ ପୂର୍ବରୁ ନବୀନ ପଟ୍ଟନାୟକ ମେଣ୍ଟ ଭାଙ୍ଗି ବିଜେପିକୁ ଖାଲି ଝଟକା ଦେଇନଥିଲେ, ଓଡିଶା ବିଜେପିର ଅସ୍ତିତ୍ବକୁ ଦୋହଲାଇ ଦେଇଥିଲେ। 2009 ରେ ବିଜେପି ଏକାକୀ ନିର୍ବାଚନ ଲଢି ମାତ୍ର 6 ଟି ଆସନ ବଞ୍ଚାଇବାକୁ ସକ୍ଷମ ହୋଇଥିଲା । 2014 ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭ୍ୟୁଦୟ ସହ ପ୍ରଚଣ୍ଡ ମୋଦି ଲୋହରରେ ସାରା ଦେଶରେ ଗୈରିକ ବାନା ଉଡିଥିଲା । କିନ୍ତୁ ଓଡିଶାରେ ବ୍ରାଣ୍ଡ ନବୀନ ସବୁ ଲହରକୁ ପ୍ରତିହତ କରି ଆହୁରି ଶକ୍ତିଶାଳୀ ହୋଇଥିଲା । 2014 ପରଠାରୁ ରାଜ୍ୟରେ ବିଜେଡି ବିଜେପି ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣରେ ମାତିଛନ୍ତି । ପ୍ରତି ପ୍ରସଙ୍ଗରେ ଉଭୟ ଦଳର ନେତା ମାନେ ରାଜନୈତିକ ସମାଲୋଚନାକୁ ଅତିକ୍ରମଣ କରି ବ୍ୟକ୍ତିଗତ ସ୍ତରରେ ଆକ୍ଷେପ ପ୍ରତିଆକ୍ଷେପ କରିବାକୁ ପଛାଉ ନାହାଁନ୍ତି । 2014 ପରଠାରୁ ରାଜ୍ୟରେ ହୋଇଥିବା ସମସ୍ତ ନିର୍ବାଚନକୁ ଉଭୟ ଦଳ ପରସ୍ପର ଭିତରେ ଲଢେଇ କରୁଛନ୍ତି । 2017 ପଞ୍ଚାୟତ ନିର୍ବାଚନ ଓ 2019 ସାଧାରଣ ନିର୍ବାଚନରେ ଉଭୟ ଦଳର ସମ୍ପର୍କ ଆହୁରି ସଂଗୀନ ହୋଇପଡିଥିଲା । ରାଜ୍ୟରୁ ବିଜେଡିକୁ ହଟାଇବା ପାଇଁ ବାରମ୍ବାର ରଣହୁଙ୍କାର ଦେଇ ବିଜେପି ଫେଲ୍ ମାରିଛି । ବିଜେଡି ଏହାକୁ ନେଇ କଟାକ୍ଷ କରିଆସୁଛି । ଦଳୀୟ ନେତାଙ୍କ ଏହି ସ୍ଥିତିର ପ୍ରଭାବ କିନ୍ତୁ ମୋଦି ନବୀନଙ୍କ ସମ୍ପର୍କକୁ ମଳିନ କରିପାରିନଥିଲା । ଉଭୟ ନେତା ଉଭୟଙ୍କ ଆବଶ୍ୟକତା ବେଳେ ଏକାଠି ହୋଇ ମନଖୋଲା ଆଲୋଚନା କରୁଥିଲେ । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତି ସେତେ କଠୋର ହୋଇନାହାଁନ୍ତି କେବେ । ନବୀନ ପଟ୍ଟନାୟକଙ୍କ ବିରୋଧରେ ମୋଦି କେବେ ଶକ୍ତ ହୋଇନାହାଁନ୍ତି। ଯାହା ଆଜିର କାର୍ଯ୍ୟକ୍ରମରେ ନବୀନଙ୍କ ଆନୁଗତ୍ୟ ପରେ ଆହୁରି ସ୍ପଷ୍ଟ ହୋଇଛି । ଏଣୁ ରାଜ୍ୟରେ ବିଜେପି ବିଜେଡି ସମ୍ପର୍କ ସ୍ବାଭାବିକ ହେବ କି ବୋଲି ପ୍ରଶ୍ନ ଉଠିଛି ।

ଏହାବି ପଢନ୍ତୁ- New Parliament Building: 28ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନବୀନଙ୍କ ରଣନୀତି ନା ପରିସ୍ଥିତି: - ଆଜି ପୁରୀ -ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ କାର୍ଯ୍ୟକ୍ରମରେ ନବୀନ କାହିଁକି ଏଭଳି କହିଲେ? କଣ ଆବଶ୍ୟକତା ପଡିଲା ଖୋଲା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିବା? 2024 ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ ସମୟ ରହିଛି । ପୁରୀ ବିମାନ ବନ୍ଦର ନିର୍ମାଣର ଶିଳାନ୍ୟାସ ହୋଇନାହିଁ । ଯେତେ ଦ୍ରୁତଗତିରେ କାର୍ଯ୍ୟ ହେଲେ ମଧ୍ୟ ଏହା ସରିବା ପାଇଁ ଅତିକମରେ 3 ବର୍ଷ ସମୟ ଲାଗିବ । ଏହା ଜାଣି ସୁଦ୍ଧା ନବୀନ କେମିତି ପ୍ରଧାନମନ୍ତ୍ରୀ ମୋଦି ହିଁ ଏହା ଉଦଘାଟନ କରିବାକୁ ପୁରୀ ଆସିବେ ବୋଲି ନିମନ୍ତ୍ରଣ ଦେଲେ । କଣ ନବୀନ ଜାଣିପାରିଛନ୍ତି କି ଆଗାମୀ ନିର୍ବାଚନ ସ୍ଥିତି? 2024 ରେ ପୁଣି ଥରେ ଏନଡିଏ କେନ୍ଦ୍ରରେ କ୍ଷମତା ବଜାୟ ରଖିବ କି? ସାମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଏକ ବିଫଳ ପ୍ରୟାସ କି? ନବୀନ ଏନଡିଏ ସହ ରହିବେ କି? ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ବ ନେବେ କି? ଦେଶର ଭବିଷ୍ୟତ ରାଜନୀତି କଣ ହେବ ଏହା ଜାଣିପାରିଛନ୍ତି କି ପ୍ରବୀଣ ରାଜନେତା ନବୀନ ପଟ୍ଟନାୟକ? ଯାହାକୁ ନେଇ ଆଗୁଆ ନିମନ୍ତ୍ରଣ ଦେଇ ନିଜ ସଙ୍କେତ ସ୍ପଷ୍ଟ କରିଦେଇଛନ୍ତି । ପ୍ରଶ୍ନ ଉଠୁଛି ନବୀନ ଜାଣିଛନ୍ତି କି ବିଜେପି କେନ୍ଦ୍ରରେ, ବିଜେଡି ରାଜ୍ୟରେ 2024ରେ ସରକାର କରିବେ । ଯାହା ଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ହିଁ ପୁରୀ ବିମାନ ବନ୍ଦର ଉଦଘାଟନ କରିବେ। ଅର୍ଥାତ ପରିସ୍ଥିତି ଆସିବା ପୂର୍ବରୁ ନିଜ ସ୍ଥିତି ସ୍ପଷ୍ଟ କରିଦେଲେ କି? ନା ନବୀନଙ୍କ ଏହି ଆଗୁଆ ନିମନ୍ତ୍ରଣ ପଛରେ ରହିଛି ରଣନୀତି? ବିଜେପିର ମୁକାବିଲା ପାଇଁ ବିଜେଡି କରୁନାହିଁ ତ ବଡ ଯୋଜନା? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏବେ ରାଜ୍ୟବାସୀ ।

ବିଜେଡିର ଅକୁଣ୍ଠ ସମର୍ଥନ:- ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଏନଡିଏ ମେଣ୍ଟ ସହ ନାହିଁ ସତ । କିନ୍ତୁ ସମଦୂରତ୍ବ ପ୍ରସଙ୍ଗ କହି କହି ସବୁବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସିଛି । ଯାହାକୁ ନେଇ ଉଭୟ ଦଳ ଭିନ୍ନ ପ୍ରସଙ୍ଗରେ ସଫେଇ ଦିଅନ୍ତି କିନ୍ତୁ ଯେ ଉଭୟ ଦଳ ପରସ୍ପର ପ୍ରତି ଆବଶ୍ୟକତା ଅନୁଭବ କରିନ୍ତି ତାହା ପ୍ରମାଣିତ ହୋଇଛି ।

ନବୀନଙ୍କ ପ୍ରଥମ ସମର୍ଥନ:- ଏନଡିଏ ସରକାର ଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ଆଣିଲେ । ମହାନଦୀ ପ୍ରସଙ୍ଗରେ ବ୍ୟାକଫୁଟରେ ଥିବା ବିଜେଡି କିନ୍ତୁ ସଂସଦରେ ଏହି ପ୍ରସ୍ତାବକୁ ସମର୍ଥନ କଲା । ବିଲ ସପକ୍ଷରେ ଭୋଟ ଦେଲେ ଦଳୀୟ ସାଂସଦ ।

ନବୀନଙ୍କ ଦ୍ବିତୀୟ ସମର୍ଥନ: - ବର୍ଷ 2016 ରେ କେନ୍ଦ୍ର ସରକାର ତତ୍କାଳୀନ ଅର୍ଥମନ୍ତ୍ରୀ ଦିବଂଗତ ଅରୁଣ ଜେଟଲୀଙ୍କ ନେତୃତ୍ବରେ ଜିଏସଟି ଆଣିଲେ । ସେତେବେଳେ ସବୁ ବିରୋଧୀ ଦଳ ଏହାକୁ ବିରୋଧ କଲେ । କିନ୍ତୁ ବିଜେଡି ସମର୍ଥନ ଘୋଷଣା କଲା ।

ନବୀନଙ୍କ ତୃତୀୟ ସମର୍ଥନ:- ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ନବୀନ ଏନଡିଏ ପ୍ରାର୍ଥୀଙ୍କ ପ୍ରତି ନିସର୍ତ୍ତ ସମର୍ଥନ ଯୋଗାଇ ଦେଲେ । ଏନଡିଏ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଜେଡିୟୁ ସାଂସଦ ହରିବଂଶ ନାରାୟଣଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡିର ସମର୍ଥନ ପରେ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ନବୀନଙ୍କ ଚତୁର୍ଥ ସମର୍ଥନ: - ସଂସଦ ଅଧିବେଶନ ବେଳେ କେନ୍ଦ୍ର ସରକାର ଆଣିଥିବା ବିଭିନ୍ନ ମନ୍ତ୍ରଣାଳୟର ସଂଶୋଧନ ବିଲକୁ ବିଜେଡି ଆଲୋଚନା କରି ସମର୍ଥନ ଦେଇ ଆସିଛି ।

ନବୀନଙ୍କ ପଞ୍ଚମ ସମର୍ଥନ: - ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ (ସିଏଏ) ଆଣିଥିଲେ । ଏହି ବିଲକୁ ମଧ୍ୟ ବିବାଦୀୟ ଓ ବିଶେଷ ଧର୍ମାବଲମ୍ବୀଙ୍କ ପାଇଁ ସୁବିଧା ନଥିବା କହି ବିରୋଧୀ ବିରୋଧ କରିଥିଲେ । ଲୋକସଭାରେ ସଂଖ୍ୟା ଥିବା କାରଣକୁ କେନ୍ଦ୍ର ସରକାରଙ୍କୁ କୌଣସି ଅସୁବିଧା ହୋଇନଥିଲା । କିନ୍ତୁ ରାଜ୍ୟସଭାରେ ବିଜେପିକୁ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଆବଶ୍ୟକତା ପଡିଲା । ତୁରନ୍ତ ବିଜେଡି ସିଏଏକୁ ସମର୍ଥନ କରିଥିଲା । ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ଉଭୟ ଦଳର ସମ୍ପର୍କକୁ ନେଇ ।

ନବୀନଙ୍କ ଷଷ୍ଠ ସମର୍ଥନ:- କେନ୍ଦ୍ର ସରକାର 2020 ରେ ସଂସଦରେ 3 ଟି କୃଷି ବିଲ ଆଣିଥିଲେ । ଏହି ବିଲ ଆରମ୍ଭରୁ ହିଁ ବିବାଦରେ ଥିଲା । ବିଲକୁ ନେଇ ବିରୋଧରୀ ତୁମ୍ବିତୋଫାନ କରିଥିଲେ । ତର୍କ ବିତର୍କ ଭିତରେ ବିଜେଡି ଓ ଅନ୍ୟ ଆଞ୍ଚଳିକ ଦଳର ସମର୍ଥନରେ ଏହି ବିଲକୁ ସଂସଦର ଉଭୟ ସଦନରେ ସରକାର ପାରିତ କରାଇନେଇଥିଲେ । ଯଦିଓ ପରେ ଏହି ବିବାଦୀୟ ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଥିଲେ ।

ନବୀନଙ୍କ ସପ୍ତମ ସମର୍ଥନ:- ଦଳୀୟ ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଓଡିଶାରେ ବିଜେପିର ଆବଶ୍ୟକ ସଂଖ୍ୟା ନଥିଲା । ତଥାପି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ 2019 ଜୁନରେ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନରେ ବିଜେପି ରାଜ୍ୟସଭା ପଠାଇଲା । ଯାହାକୁ ନେଇ ସେତେବେଳେ ବହୁ ଚର୍ଚ୍ଚା ଆଲୋଚନା ହେଲା ।

ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ରାଜ୍ୟ: - କେନ୍ଦ୍ର ରାଜ୍ୟର ଏହି ଖଟ୍ଟା ମିଠା ସମ୍ପର୍କ ମଧ୍ୟରେ ମଧ୍ୟ ରାଜ୍ୟ ସରକାରଙ୍କ ବହୁ ଦାବିକୁ ମଧ୍ୟ ଏଯାଏଁ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବା ଓଡିଶା ଏଥିପାଇଁ ସ୍ବତନ୍ତ୍ର ଫୋକସ ଷ୍ଟେଟର ମାନ୍ୟତା ଦାବି କରିଆସୁଛି । କିନ୍ତୁ ଏହାକୁ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର । ରାଜ୍ୟର 169 ଟି ଆଦିବାସୀବର୍ଗଙ୍କୁ କେନ୍ଦ୍ର ସରକାର ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ଦାବି କରିଆସୁଛନ୍ତି । ଏହା ମଧ୍ୟ ଗ୍ରହଣ ହୋଇନାହିଁ । ମହିଳାଙ୍କ ସମ୍ମାନ ସୁରକ୍ଷା ଓ ରାଜନୈତିକ ଅଧିକାର ପାଇଁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ବିଜେଡି ଦାବି କରିଆସୁଛି । କିନ୍ତୁ କେନ୍ଦ୍ର ସରକାର ଚୁପ । ଏତତ ବ୍ୟତୀତ ରାଜ୍ୟ ସରକାର ବିଧାନସଭା ଗଠନ ପାଇଁ ଦାବି କରୁଛନ୍ତି । ଏଥିପାଇଁ ବାରମ୍ବାର ଦାବି ସହ ବିଧାନସଭାର ସଂକଳ୍ପ ପାରିତ କରିଛନ୍ତି । ଏହାବି ଆସ୍ପଷ୍ଟ । ଏମିତି ବହୁ ଦାବି ଓଡିଶାର ରହିଛି ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନାହାଁନ୍ତି କିମ୍ବା ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି ।

ଏବେ ଦେଖିବାର କଥା ଆଜି ମୁଖ୍ୟମନ୍ତ୍ରୀ ନେଇଥିବା ଏହି ନୂଆ ଭୂମିକା ଆଗକୁ କେନ୍ଦ୍ର ରାଜ୍ୟ ସରକାର ଓ ବିଜେଡି ବିଜେପି ଉପରେ କଣ ପ୍ରଭାବ ପକାଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.