ଭୁବନେଶ୍ବର: ଆଗକୁ ଆସୁଛି ଗଣେଶ ପୂଜା । ଏହା ସହିତ ଖୁଦୁରୁକୁଣୀ ପୂଜା । ହେଲେ ପୂଜା ପାଇଁ ପୂଜାରୀ ଅପେକ୍ଷାରେ ରହିବେନି ଉପବାସ । କି ହୋମଯଜ୍ଞ ପୂଜା ପାଇଁ ପୂଜକ ମିଳିବାରେ ହେବନି ସମସ୍ୟା । କାରଣ ଏଥର ଅନଲାଇନରେ ବୁକ କଲେ ଘରେ ପହଞ୍ଚିଯିବେ ଭାଇନା । 100 ଜଣ ପୂଜାରୀଙ୍କୁ ନେଇ ଅନଲାଇନ ସେବା ଆରମ୍ଭ ହୋଇଛି । ଖାରବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିରରେ ୧୦୦ରୁ ଊର୍ଦ୍ଧ୍ବ ପୂଜାରୀଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ ହୋଇଛି ବୋଲି କହିଛନ୍ତି ସଭାପତି ରୁଦ୍ର ସାମନ୍ତରାୟ ।
ପୂଜା ପାଇଁ ପୂଜାରୀଙ୍କୁ ଡାକିବାକୁ MoPujari.Com ରେ ମିଳିବ ସୁବିଧା । ଯେଉଁଠି ଥାନ୍ତୁ ଯେଉଁଠି ରୁହନ୍ତୁ ଯେଉଁ ପୂଜା ପାଇଁ ଗୋଟିଏ କ୍ଲିକରେ ଘରେ ପହଞ୍ଚି ପୂଜା କରିଦେଇ ଆସିବେ ପୂଜାରୀ । କାରଣ ଆରମ୍ଭ ହୋଇ ଅନଲାଇନ ମୋ ପୂଜାରୀ ଡଟ୍ କମ । ଏନେଇ ଖାରବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିରରେ ୧୦୦ରୁ ଊର୍ଦ୍ଧ୍ବ ପୂଜାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଏହି ଅନଲାଇନ ସେବା । ଏଥିପାଇଁ ଜୟ ଓଡ଼ିଶା ପକ୍ଷରୁ ଏଭଳି ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ରୁଦ୍ର ସାମନ୍ତରାୟ ।
ଏହା ବି ପଢନ୍ତୁ- କାଶୀ ବିଶ୍ବନାଥରେ ହେବ ଅନଲାଇନ ରୁଦ୍ରାଭିଷେକ, ସିଏମ କଲେ ଶୁଭାରମ୍ଭ
ମୋ ପୂଜାରୀରେ ପଞ୍ଜିକୃତ ସମସ୍ତ ପୂଜକଙ୍କୁ ତୁଳସୀ ଗଛ ପ୍ରଦାନ କରି ଏହି ସେବାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଉଦଘାଟନୀ ଯଜ୍ଞ ସହ ଏହି ଓ୍ବେବସାଇଟ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଲଞ୍ଚ କରାଯାଇଛି । ତେବେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ସମୟରେ ଲୋକେ ଘରେ ବିଭିନ୍ନ ପ୍ରକାର ପୂଜା କରିଥାନ୍ତି । ଏପରିକି ପର୍ବପର୍ବାଣୀ ସମୟରେ ଅଥବା ସଂକ୍ରାନ୍ତି ଓ ଏକାଦଶୀରେ ମଧ୍ୟ ପୂଜା ହୋମ ଓ ଯଜ୍ଞ କରାଯାଇଥାଏ । ଏହାକୁ ଛାଡି ଜନ୍ମଦିନ, ବାହାଘର, ବ୍ରତଘର, ଏକୋଇଶିଆ ଭଳି ପାଲା ମଧ୍ୟ କରିଥାଆନ୍ତି । ଏଥିପାଇଁ ପୂଜାରୀ ଖୋଜିବା ଓ ପୂଜା କରିବା ଏକ ଟେନ୍ସନ୍ ଭଳି ସ୍ଥିତି ହୋଇଥାଏ ।
ଯେଉଁ କିଛି ଭାଇନାଙ୍କର ଯୋଗାଯୋଗ ଥାଏ ସେମାନଙ୍କ ପୂଜାର୍ଚ୍ଚନା ସମୟରେ ଫୋନ୍ ଉଠାଇବା ସମ୍ଭବପର ହୋଇନଥାଏ । ଫଳରେ ପୂଜା କରିବାକୁ ଏକ ପ୍ରକାର ଚାହୁଁଥିବା ଲୋକଟି ଭକ୍ତି ବଦଳରେ ବିରକ୍ତି ହୋଇଯାଏ । ତେଣୁ ସେସବୁର ସମାଧାନ କରିବାକୁ ଏଭଳି ଏକ ପରିକଳ୍ପନା କରି ମୋ ପୂଜାରି ଡ଼ଟ୍ କମ ଉଦଘାଟିତ ହୋଇଛି । ଯେଉଁଥିରେ ୪୦୦ରୁ ଊର୍ଦ୍ଧ୍ବ ଆକ୍ଟିଭ ପୂଜାରୀଙ୍କର ଯୋଗାଯୋଗ ଓ ସୋସିଆଲ ମିଡିଆ କଣ୍ଟାକ୍ଟ ରହିଛି । କେହି ବି କେଉଁଠି ବି ଥାଉ ଖାଲି ଅନଲାଇନରେ ବୁକ୍ କଲେ ଘରେ ପହଞ୍ଚିଯିବେ ଭାଇନା ।
ତେବେ ଏପରି ପରିକଳ୍ପନା ଦ୍ବାରା ଜଣେ ପୂଜକଟିଏ ସ୍ଵାଭିମାନର ସହ ଏକ ରୋଜଗାର ବାଟ ପାଇବ ଏଥିସହ ତାକୁ ବେରୋଜଗାର କି କାମ ଖୋଜିବାକୁ ପଡ଼ିବ ନାହିଁ । ଓ୍ବେବ୍ସାଇଟରୁ ପୂଜାରୀଙ୍କ ନୋଟିଫିକେସନ ମିଳିଲେ ବାସ ଘରେ ପହଞ୍ଚି ଆପଣଙ୍କର ଭକ୍ତି ଭାବନାରେ ପୂଜାର ମାହୋଲ ଆହୁରି ଦ୍ଵିଗୁଣିତ ହେବ । ତେବେ ଏନେଇ ଜୟ ଓଡ଼ିଶାର ସଭାପତି କହିଛନ୍ତି, "ପୂଜାରୀଙ୍କ ରୋଜଗାର ସହ ସାଧାରଣ ଲୋକଙ୍କ ସମସ୍ୟା ଦିଗରେ ଏହା ଏକ ପଦକ୍ଷେପ । ଯେଉଁ ପୂଜାରୀମାନେ ନିଜକୁ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି ୯୮୫୩୨୨୦୦୨୩ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଫଳରେ ଆଗକୁ ପାର୍ବଣ ସମେତ ପୂଜାର ମାହୋଲ ବେଶ ଭଲ ରୋଜଗାର ପାଇଁ ଏହା ଏକ ବିକଳ୍ପ ସାଜିବ।"
ଇଟିଭି ଭାରତ, ଭୁବନେଶ୍ବର