ETV Bharat / state

ଵଂଶବାଦ ରାଜନୀତି ଓ ଛାତ୍ର ନିର୍ବାଚନ ବନ୍ଦକୁ ବିରୋଧ, ମୋ ଦଳ ପକ୍ଷରୁ ହାଲ୍ଲାବୋଲ - ଵଂଶବାଦ ରାଜନୀତି ଓ ଛାତ୍ର ନିର୍ବାଚନ ବନ୍ଦକୁ ବିରୋଧ

ମୋ ଦଳ ପକ୍ଷରୁ ରାଜଧାନୀରେ ହାଲ୍ଲାବୋଲ । ଵଂଶବାଦ ରାଜନୀତି ଓ ଛାତ୍ର ନିର୍ବାଚନ ବନ୍ଦକୁ ବିରୋଧ । ଅଧିକ ପଢନ୍ତୁ

mo dal
mo dal
author img

By ETV Bharat Odisha Team

Published : Nov 10, 2023, 1:42 PM IST

Updated : Nov 10, 2023, 2:17 PM IST

mo dal

ଭୁବନେଶ୍ବର: ରାଜଧାନୀରେ ମୋ ଦଳ ପକ୍ଷରୁ ହାଲ୍ଲାବୋଲ । ବଂଶବାଦ ରାଜନୀତିକୁ ବିରୋଧ କରିବା ସହ କଲେଜରେ ଛାତ୍ର ନିର୍ବାଚନକୁ ବନ୍ଦ କରାଯାଉଥିବା ଧାରାକୁ ବନ୍ଦ କରିବାକୁ ହାଲ୍ଲାବୋଲ ସମାବେଶ କରିଛି ମୋ ଦଳ ଯୁବ ଛାତ୍ର ସଂଗଠନ । ଏନେ ଯୁବ ନେତୃତ୍ୱ ବିକାଶ ସମାବେଶ ବା ହାଲାବୋଲ ସମାବେଶ ଲୋୟର ପିଏମଜି ଠାରେ ଅନୁଷ୍ଠିତ ହୋଇଯାଇଛି । ବଂଶବାଦ ରାଜନୀତିକୁ ବିରୋଧ କରି କିଭଳି ଯୁବ ଛାତ୍ରଙ୍କ ସହଭାଗିତା ରାଜନୀତିରେ ବଢିବ ଏହି ଦାବିକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ଯାଇ ମୋ ଦଳ ପକ୍ଷରୁ ଏହି ସମାବେଶ ହୋଇଛି ।

ମୋ ଦଳ ଯୁବ ସଂଗଠନ ସଦସ୍ୟ, ଅଭିଯୋଗ କରିଛନ୍ତି, "ଦେଶରେ ଯେତେ ବି ପରିବର୍ତ୍ତନ ହୋଇଛି, ସେଥିରେ ଯୁବଛାତ୍ର ଆଗଧାଡ଼ିରେ ଛିଡ଼ାହୋଇ ନେତୃତ୍ୱ ନେଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ଯୁବ ଛାତ୍ରମାନଙ୍କର ବଳିଦାନ ସ୍ଵର୍ଣ୍ଣାଭ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । ସେହି ଐତିହାସିକ ଯୁବଛାତ୍ରମାନଙ୍କ ଦାୟାଦ ହିସାବରେ ଆମ କାମ ଆମକୁ ଆଗେଇ ନେବାକୁ ପଡ଼ିବ । ହେଲେ ଆଜି ଆମ ଦେଶ ଓ ରାଜ୍ୟର ଯୁବ ଛାତ୍ର ମାନଙ୍କର ସବୁଠୁ ବଡ଼ ସଙ୍କଟ ହେଉଛି ସେମାନଙ୍କ ପାଇଁ ନା ଅଛି ଉଚିତ୍ ଶିକ୍ଷା ନା କର୍ମସଂସ୍ଥାନର କୌଣସି ସୁବ୍ୟବସ୍ଥା । ଦେଶର କୋଟି କୋଟି ବେକାର ଯୁବକ ଅସହାୟ ବେକାର ହୋଇ ରାଜରାସ୍ତାରେ ଘୁରି ବୁଲୁଛନ୍ତି । ସରକାରଙ୍କ ୨ ଟଙ୍କିଆ ଚାଉଳ ଖାଇ ବେରୋଜର ହୋଇ ବୁଲୁଛନ୍ତି । ତେଣୁ ଆମକୁ ଚାଉଳ ନୁହଁ ଚାକିରି ଦରକାର ବୋଲି ଛାତ୍ର ସଂଗଠନ କହିଛି । ଏଥିସହ ଏକ ରୋଜଗାରକ୍ଷମ ଯୁବ ଓଡ଼ିଶା ଗଠନ ପାଇଁ ଏହି ଲଢ଼େଇ ବୋଲି କହିଛି ସଂଗଠନ ।"

ଏହା ମଧ୍ୟ ପଢନ୍ତୁ-ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି; ୯ରେ ହାଲ୍ଲାବୋଲ ସମାବେଶ କରିବ ମୋ ଦଳ ଯୁବଛାତ୍ର ସଂଗଠନ

ନିଶା ସେବନ ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ମଦ, ଗଞ୍ଜେଇ, ଡ୍ରଗ୍ସ ଖାଇ ଯୁବ ସମାଜର ଅବସ୍ଥା ବେହାଲ । ମଦ ମାଂସ ନିଶାରେ ବେସାହାରା ହୋଇ ରାଜରାସ୍ତାରେ ଘୁରି ବୁଲୁଛନ୍ତି ଯୁବକ । ଏସବୁ ଯୁବକମାନେ ଏବେ ବିଜୁ ଯୁବ ବାହିନୀ ନାମରେ ପରିଚିତ । ଚାକିରି ବଦଳରେ ଖଣ୍ଡେ ଖଣ୍ଡେ ଧଳା ଗଞ୍ଜି ୫ ବର୍ଷରେ ପାଇ ଛାତି ଫୁଲେଇ ବୁଲୁଛନ୍ତି । ଏହି ବିଶାଳ ବେକାର ଯୁବବାହିନୀ ଆମ ରାଜନୈତିକ ଦଳର ଅସ୍ଥାୟୀ ସେନା । କିନ୍ତୁ ଏମାନେ ଜୀବନରେ କିଛି ହୋଇପାରିବେ ନାହିଁ, ସେଥିପାଇଁ ପରିବାରବାଦର ଷଡ଼ଯନ୍ତ୍ର ବ୍ୟବସ୍ଥିତ ଭାବେ କରିଦିଆଯାଇଛି ।

ମୋ ଦଳ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବାପା ରାଜନେତା ମାନେ ତାର ଦାୟାଦ ବି ରାଜନେତା ହେବେ । ଯେଉଁ ବିଜେଡ଼ି ଜନତା ଦଳ ନାମରେ କଂଗ୍ରେସ ପରିବାରବାଦକୁ ବିରୋଧ କରୁଥିଲା ଆଜି ସେହି ପରିବାରବାଦ ଓଡ଼ିଶା ରାଜନୀତିରେ ରହିଛି । ବିଷ୍ଣୁ ଦାସ, ବିଷ୍ଣୁ ସେଠୀ, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ, ନବ ଦାସ ସମସ୍ତଙ୍କ ପୁଅଝିଅ ବିଧାନସଭାରେ ଆସନ ମଣ୍ଡନ କରିଛନ୍ତି । କିନ୍ତୁ ରାଜରାସ୍ତାଠୁ କଲେଜ କ୍ୟାମ୍ପସ ଯାଏଁ ଯେଉଁମାନେ ସାଧାରଣ ଲୋକଙ୍କ ପାଇଁ ଛାତ୍ରଙ୍କ ପାଇଁ ଲଢେଇ କରିବେ, ସେମାନଙ୍କର କ୍ଷମତାକୁ ଯିବାର ରାସ୍ତା ପୁରା ବନ୍ଦ । ଏମାନେ ଜୀବନରେ କେବେବି ବିଧାନସଭା, ଲୋକସଭା ମାଡ଼ି ପାରିବେ ନାହିଁ । କାରଣ ବାବୁରାଜ ଓ ବଂଶବାଦ ଯୁବ ଛାତ୍ରମାନଙ୍କର ରାଜନୀତିରେ ନେତା ହେବାର ସୁନେଲି ସ୍ୱପ୍ନକୁ ମାଟିରେ ମିଶାଇ ଦେଇଛି । ସଚିବାଳୟରୁ ଚାକିରି ସରୁ ସରୁ ବିଧାନସଭା ମୋହ ବାବୁମାନଙ୍କୁ ପାଗଳ କରୁଛି । ଏଣୁ ବିରାଟ ଷଡ଼ଯନ୍ତ୍ର କରାଯାଇ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଯାଇଥିବା ମୋ ଦଳ ଅଭିଯୋଗ କରିଛି ।

ଏମାନେ ଜାଣିଛନ୍ତି କ୍ୟାମ୍ପସ୍‌ରୁ ନୂଆ ଲଢ଼ୁଆ ନେତୃତ୍ବ ବାହାରିଲେ ଏମାନେ କେତେବେଳେ ରାଜପଥ ରାଜନୀତିକୁ ନିୟନ୍ତ୍ରଣ କରିଦେବେ । ତେଣୁ ଛାତ୍ର ରାଜନୀତିକୁ ବନ୍ଦ କରି ଦିଆଯାଇଛି । କେବଳ ବଂଶବାଦ ରାଜନୀତି ନୁହେଁ ବରଂ ଭୋଟ ଦେଉଥିବା ପ୍ରତି ଭୋଟର ଜଣେ ଜଣେ ରାଜନେତା ହୋଇପାରିବେ ବୋଲି କହିଛି ସଂଗଠନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.