ETV Bharat / state

ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ, ବିଧାନସଭା ଘେରିଲା ମୋ ଦଳ - ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ

ରାଜ୍ୟ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିଧାନସଭା ଘେରିଲା ମୋ ଦଳ । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଅଧିକ ପଢନ୍ତୁ

ବିଧାନସଭା ଘେରିଲା ମୋ ଦଳ
ବିଧାନସଭା ଘେରିଲା ମୋ ଦଳ
author img

By ETV Bharat Odisha Team

Published : Sep 22, 2023, 12:58 PM IST

Updated : Sep 22, 2023, 1:14 PM IST

ବିଧାନସଭା ଘେରିଲା ମୋ ଦଳ

ଭୁବନେଶ୍ବର: ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିଧାନସଭା ଆଗରେ ଗର୍ଜିଛି ମୋ ଦଳ । ରାଜ୍ୟର ଶାସନ ବ୍ୟବସ୍ଥା ତଥା 5T ସଚିବଙ୍କୁ ବିରୋଧ କରି ମୋ ଦଳର କର୍ମୀମାନେ ବିଧାନସଭା ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 'ବିଧାୟକ ଘରକୁ ଯାଆନ୍ତୁ, ପାଣ୍ଡିଆନ ବିଧାନସଭା ଚଲାନ୍ତୁ' ନାରା ଦେଇ ବିକ୍ଷୋଭକାରୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବା ବେଳେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ପୋଲିସ ଅନେକ କର୍ମୀଙ୍କୁ ଉଠାଇ ନେଇଛି ।

ମୋ ଦଳ କର୍ମୀମାନେ କହିଛନ୍ତି ଯେ, 5T ଏକ ବିଭାଗ ନୁହେଁ, ତେଣୁ ଭିକେ ପାଣ୍ଡିଆନ 5T ସଚିବ ନୁହନ୍ତି । ତଥାପି ସେ ଅଘୋଷିତ ଭାବେ କାହିଁକି ସର୍ବେସର୍ବା ସାଜୁଛନ୍ତି । ଯଦି ସେ ରାଜ୍ୟ ଚଳେଇବେ ତେବେ ବିଧାନସଭା ଚାଲିବ କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ତେଣୁ ବିଧାୟକ ଘରକୁ ଚାଲିଯାନ୍ତୁ ଆଉ କେବଳ ପାଣ୍ଡିଆନ ବିଧାନସଭା ଚଲାନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଆଜି ମୋ ଦଳ କର୍ମୀ ବିଧାନସଭାକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ରାଜ୍ୟର ଶାସନ ବ୍ୟବସ୍ଥାକୁ ବିରୋଧ କରି ସେମାନେ ମୌସୁମୀ ଅଧିବେଶନକୁ ବନ୍ଦ କରିବା ପାଇଁ ଦାବି କରିଥିଲେ ।

ଏହାମଧ୍ୟ ପଢନ୍ତୁ: Assembly Monsoon Session: ଦିବଙ୍ଗତ ନେତା ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ଗୃହ ମୁଲତବୀ

ମୋ ଦଳର ପ୍ରତିବାଦକୁ ନେଇ କିଛି ସମୟ ପାଇଁ ପୋଲିସ ଓ କର୍ମୀଙ୍କ ଭିତରେ ଧସ୍ତାଧସ୍ତି ଚାଲିଥିଲା । ହୋ ହଲ୍ଲାରେ ଫାଟିଥିଲା ବିଧାନସଭା ସମ୍ମୁଖ । ମୋ ସରକାରଙ୍କୁ ବିରୋଧ କରି ତାତିଥିଲେ କର୍ମୀ । ପରେ ପରିସ୍ଥିତିକୁ ନଜରରେ ରଖି ପୋଲିସ କର୍ମୀଙ୍କୁ ଉଠାଇ ନେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ମୋ ଦଳର କର୍ମୀଙ୍କ ଏଭଳି ଅଚାନକ ବିଧାନସଭା ପ୍ରବେଶକୁ ନେଇ ବିଧାନସଭାର ଶୃଙ୍ଖଳା ଭାଙ୍ଗିଥିଲା । ବିଭିନ୍ନ ଦାବି ସହ ଦଳର ଶହ ଶହ କର୍ମୀ ବିଧାନସଭା ଘେରିବାକୁ ଆସିଥିଲେ ।

କର୍ମୀମାନେ ଅଭିଯୋଗ କି, ଲୋକମାନଙ୍କୁ ମୌଳିକ ସୁବିଧା ମିଳୁନି କିନ୍ତୁ ସରକାର ଚୁପ ବସିଛନ୍ତି । ଫଳରେ ରାଜ୍ୟରେ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏନେଇ ରାଜ୍ୟର ମୁଖିଆଙ୍କୁ ପ୍ରଶ୍ନ କରିବାକୁ ଆସିଛନ୍ତି ବୋଲି ଆନ୍ଦୋଳନରତ କର୍ମୀମାନେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 22, 2023, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.