ETV Bharat / state

'ମୋ ଦଳ ସାଙ୍ଗଠନିକ ବୈଠକ; ଭିକ ନୁହେଁ ହକ ଚାହୁଁ' - ବୋଲଗଡ଼ରେ ମୋ ଦଳର ସାଙ୍ଗଠନିକ ବୈଠକ

Mo Dal Organizational Meeting: 'ମୋ ଦଳ'ର ସାଙ୍ଗଠନିକ ବୈଠକ । ମଣ୍ଡିରେ ଚାଷୀଙ୍କ ଧାନରୁ ହଡପ କରାଯାଉଥିବା ୭/୮ କିଲୋ ଧାନ କଟନୀ ଛଟନୀକୁ କଡା ସମାଲୋଚନା କଲା ଦଳ । ଅଧିକ ପଢ଼ନ୍ତୁ

ମୋ ଦଳ ସାଙ୍ଗଠନିକ ବୈଠକ
ମୋ ଦଳ ସାଙ୍ଗଠନିକ ବୈଠକ
author img

By ETV Bharat Odisha Team

Published : Dec 24, 2023, 10:25 PM IST

ମୋ ଦଳ ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା: 'ମୋ ଦଳ'ର ସାଙ୍ଗଠନିକ ବୈଠକ । ବୌଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋ ଦଳର କର୍ମକର୍ତ୍ତା । ବିଜେଡି ସରକାରର 24 ବର୍ଷ ଶାସନ ଉପରେ ଉଠାଇଲେ ପ୍ରଶ୍ନବାଚୀ । ନିର୍ବାଚନ ଆସିଲେ ଶାସକ ଦଳ ଲୋକମାନଙ୍କୁ ପ୍ରଲୋଭିତ କରି ଭୋଟ ହାତଉଥିବା ଅଭିଯୋଗ କଲା ମୋ ଦଳ ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପିଚୁକୁଳି କଲ୍ଯାଣ ମଣ୍ଡପ ପରିସରରେ 'ମୋ ଦଳ'ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମାନସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ଯ ଅତିଥି ରୂପେ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ଯ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ଜନସାଧାରଣ ଭିକ ନୁହେଁ ହକ ଚାହାନ୍ତି ବୋଲି ପ୍ରକାଶ କରିଥିଲେ । ଦଳର ରାଜ୍ୟ ଯୁବ ସଭାପତି ମହମ୍ମଦ ମନୱର ଅଲ୍ଲୀ ମଣ୍ଡିରେ ଚାଷୀଙ୍କ ଧାନରୁ ହଡ଼ପ କରାଯାଉଥିବା ୭/୮ କିଲୋ ଧାନ କଟନୀ ଛଟନୀକୁ କଡ଼ା ସମାଲୋଚନା କରିଥିଲେ । ଏଭଳି ଚାଷୀମାରଣ ନୀତିକୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ ।

ଏହାସହ ନବ ନିର୍ମାଣ କୃଷକ ସଙ୍ଗଠନ ଗତ ୧୨ ବର୍ଷ ଧରି ଚାଷୀଙ୍କୁ କ୍ୱିଣ୍ଟାଲ ପ୍ରତି ୫ ହଜାର ଟଙ୍କା ମୂଲ୍ୟ ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ପ୍ରଦାନ କରିବାକୁ ଲଗାତର ଭାବେ ଦାବି କରିଆସୁଛି । ସରକାର ଚାଷୀଙ୍କ କଣ୍ଠରୋଧ କରିଛନ୍ତି । ଦାବି ହାସଲ କରିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଆସିବାକୁ ଦିଆଯାଉନି । ଓଡିଶାର ପ୍ରାକୃତିକ ସମ୍ପଦରୁ ଚାଷୀଙ୍କୁ ଭାଗ ମିଳୁନାହିଁ । ଭୋଟ ଆସିଲେ, ଜୋତା, ଛତା, ଚାଉଳ, ମମତା ଆଦି ଭିକ ଦିଆଯାଇ ପ୍ରଲୋଭିତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅଗାମୀ ୨୦୨୪ ମସିହାରେ ‘ଚାଷୀ ସରକାର’ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ କହିଛନ୍ତି ଶେଷଦେବ ନନ୍ଦ ।

ଏହା ମଧ୍ୟ ପଢ଼ନ୍ତୁ.....ଵଂଶବାଦ ରାଜନୀତି ଓ ଛାତ୍ର ନିର୍ବାଚନ ବନ୍ଦକୁ ବିରୋଧ, ମୋ ଦଳ ପକ୍ଷରୁ ହାଲ୍ଲାବୋଲ

ସେପଟେ ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ଓଡ଼ିଶାବାସୀ କଦଳୀ, ମାଛ, ଅଣ୍ଡା, ଆଳୁ, ପିଆଜ, ଅଦା,ଛୁଞ୍ଚି, ସୂତା, ସାଇକେଲ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ମମତା, ମାଧବୀଲତା ଭଳି ଅନେକ ମହିଳା ନିର୍ଯ୍ୟାତିତା ଓ ଶୋଷଣର ଶିକାର ହୋଇ ପ୍ରାଣ ଦେଇଛନ୍ତି । ଏଭଳି ସ୍ଥିତିରେ ନୀବନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ହାସ୍ୟାସ୍ପଦ ବୋଲି ଶେଷଦେବ ନନ୍ଦ ମତବ୍ୟକ୍ତ କରିଛନ୍ତି । ତେବେ ଆଜିର ଏହି ସାଂଗଠନିକ ବୈଠକରେ ବ୍ଲକ ସଭାପତି କାହ୍ନୁଚରଣ ବେହେରା, ଶ୍ରମିକ ସଂଘର ସଭାପତି ଅକ୍ଷୟ ରାଉତରାୟ, ସୁଶାନ୍ତ ବେହେରା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.