ETV Bharat / state

ଫୋକସରେ ଗୁଣାତ୍ମକ ଶିକ୍ଷା, ପାଠ ପଢାଇବା ପାଇଁ ୩୦୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

author img

By

Published : Jun 27, 2023, 4:12 PM IST

ଥିଙ୍କ ଜୋନ ସହ 'ମୋ କଲେଜ'ର ବୁଝାମଣା ପତ୍ର ଆଜି ସ୍ବାକ୍ଷରିତ । ଏହି ଫେଲୋସିପ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୩୦୦୦ ହଜାର ଛାତ୍ରଛାତ୍ରୀଙ୍କୁ ନିଆଯାଇ ଦିଆଯିବ ପ୍ରଶିକ୍ଷଣ । ଅଧିକ ପଢନ୍ତୁ

Mo college signs MoU with Think Zone
Mo college signs MoU with Think Zone

ଭୁବନେଶ୍ବର: 'ଥିଙ୍କ ଜୋନ୍‌' ସହ 'ମୋ କଲେଜ'ର ବୁଝାମଣା ପତ୍ର ଆଜି ସ୍ବାକ୍ଷର ହୋଇଛି । ୩୦୦୦ ଯୁବକ ଯୁବତୀଙ୍କୁ ଶିକ୍ଷା ଉପରେ ମିଳିବ ପ୍ରଶିକ୍ଷଣ । ୨ ବର୍ଷ ଯାଏଁ ମାଗଣାରେ ପ୍ରଶିକ୍ଷଣ ସହ ବୃତ୍ତି ମିଳିବ। ଅନଲାଇନ ଓ ଅଫଲାଇନରେ ନେବେ ପ୍ରଶିକ୍ଷଣ । ପ୍ରଶିକ୍ଷିତ ହେଲା ପରେ ୧୫ ହଜାର ପିଲାଙ୍କୁ ଶିକ୍ଷିତ କରାଇବେ। ଏହି ଅବସରରେ ଆଜି ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏବଂ ଥିଙ୍କ୍ ଜୋନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନାୟକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏମଓୟୁ ସ୍ବାକ୍ଷର କରିଛନ୍ତି ।

ଏହି ଫେଲୋସିପ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୩୦୦୦ ହଜାର ଛାତ୍ରଛାତ୍ରୀଙ୍କୁ ନିଆଯିବ । ଛାତ୍ରଛାତ୍ରୀଙ୍କ ବୟସ ୧୮ରୁ ୨୬ ବର୍ଷ ହୋଇଥିବ । ପାଠ ପଢୁଥିବା କିମ୍ବା ସ୍ନାତକ ଓ ସ୍ନାତକୋତ୍ତର ସାରିଥିବା ଛାତ୍ରଛାତ୍ରୀ ଏହି ଫେଲୋସିପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳ, ବିଶେଷ ସୁବିଧା ନଥିବା ସହରାଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀ ଆଗାମୀ ୨ବର୍ଷ ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ଥିବା ପିଲାଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ଦେଇପାରିବେ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ । ଏହି ୩୦୦୦ ହଜାର ପିଲାମାନେ ପ୍ରଶିକ୍ଷଣ ନେବା ପରେ ନିଜ ଅଞ୍ଚଳରେ ଥିବା ପାଖାପାଖି ୧୫ ହଜାର କୁନି ପିଲାଙ୍କ ଭାଷା ଓ ଗଣିତ ପାଠର ମୂଳଦୁଆକୁ ବୃଦ୍ଧି କରିପାରିବେ।

ଏହା ବି ପଢନ୍ତୁ- ଓଜେଏସଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ; ନିରପେକ୍ଷତା ଓ ସାଧୁତାର ସହ କାର୍ଯ୍ୟ କର

କାର୍ଯ୍ୟକ୍ରମରେ ଯୋଗାଯୋଗ, ଡିଜିଟାଲ ଦକ୍ଷତା ସହ ସୋସିଆଲ ମିଡିଆର ବ୍ୟବହାର, ଆର୍ଥିକ ସ୍ବାକ୍ଷରତା, ଅଣୁ ଉଦ୍ୟୋଗ, ଶ୍ରେଣୀଗୃହ ପରିଚାଳନା, ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ, ଇଂରାଜୀ ଓ ଗଣିତ ପାଠ ଶିଖାଇବା, ନେତୃତ୍ବ ନେବା, ଖେଳକୁଦ ମାଧ୍ୟମରେ କୁନି ପିଲାଙ୍କୁ ଶିକ୍ଷାଦେବାର ବିଭିନ୍ନ କୌଶଳ ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେଜରେ ଏହି କାର୍ଯ୍ୟକ୍ରମ ହେବ।

ଛାତ୍ରଛାତ୍ରୀଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପ୍ରଶିକ୍ଷଣ ମିଳିବ। ସମୁଦାୟ ୧୨୦ ଘଣ୍ଟା ସେମାନେ ଏହି ପ୍ରଶିକ୍ଷଣରେ ବିତାଇବେ। ପ୍ରଶିକ୍ଷଣ ମାଗଣାରେ ନେବା ସହ ଏକ ସାର୍ଟିଫିକେଟ୍ ମଧ୍ୟ ଦିଆଯିବ। ଏପରିକି ପିଲାଙ୍କୁ ପଢ଼ାଇବା ସମୟରେ ଯୁବକ ଯୁବତୀଙ୍କୁ ଆର୍ଥିକ ଖର୍ଚ୍ଚ ମିଳିବ। ଏହି ଏମ୍‍ଓୟୁ ସମ୍ପର୍କରେ ‘ମୋ କଲେଜ’ ଅଧ୍ୟକ୍ଷ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ସବୁଠୁ ଅଧିକ ରହିଛି । ଛାତ୍ରଛାତ୍ରୀମାନେ ଏକ୍ଷେତ୍ରରେ ଅଧିକରୁ ଅଧିକ ଦକ୍ଷ ହେବା ଦରକାର । ଏହି ଏମ୍‍ଓୟୁ ଦ୍ୱାରା ବୈଷୟିକ ଶିକ୍ଷାରେ ପିଲାମାନଙ୍କ ଜ୍ଞାନ ବଢ଼ିବ । ଆଗକୁ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏହି ପ୍ରଶିକ୍ଷଣ ବହୁତ ସହଯୋଗ କରିବ ।

ଏସମ୍ପର୍କରେ ଥିଙ୍କ ଜୋନର ପ୍ରତିଷ୍ଠାତା କହିଛନ୍ତି, "ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବ। ଏହି ଏମଓୟୁ ସ୍ବାକ୍ଷରିତ ହୋଇ ସରକାରଙ୍କ ଅନୁମୋଦନ ପାଇଁ ଯାଇଛି । ସରକାର ଏହାକୁ ଅନୁମୋଦନ କରିବା ପରେ ଏମଓୟୁ କାର୍ଯ୍ୟକାରୀ ହେବ ।" ସୂଚନା ଥାଉ କି ବର୍ତ୍ତମାନ ସୁଦ୍ଧା ଥିଙ୍କ ଜୋନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପ୍ରାୟ ୬୦୦୦ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷିତ କରିସାରିଛି । ଏମାନଙ୍କ ମଧ୍ୟରୁ ୪୨୧୪ ଛାତ୍ରଛାତ୍ରୀ ଫେଲୋସିପକୁ ପୂରଣ କରି ବର୍ଷେ ହେବ ପିଲାଙ୍କୁ ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ଏହାର କାର୍ଯ୍ୟକ୍ରମ ଭଦ୍ରକ, କଟକ, ଯାଜୁପର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଚାଲୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.