ETV Bharat / state

ଡିଜିଟାଲି ଦକ୍ଷ ହେବେ ଛାତ୍ରଛାତ୍ରୀ, ଟିସିଆଇଟି ସହ ଏମଓୟୁ ସ୍ୱାକ୍ଷର କଲା ‘ମୋ କଲେଜ’

author img

By

Published : Apr 24, 2023, 6:08 PM IST

Updated : Apr 24, 2023, 6:47 PM IST

ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲି ଶିକ୍ଷା । ଟାଟା କମ୍ୟୁନିଟି ଇନିସିଏଟିଭ ଟ୍ରଷ୍ଟ ସହ ‘ମୋ କଲେଜ’ର ଏମଓୟୁ ପତ୍ର ସ୍ୱାକ୍ଷର ହୋଇଛି। ଅଧିକ ପଢ଼ନ୍ତୁ

ଟିସିଆଇଟି ସହ ଏମଓୟୁ ସ୍ୱାକ୍ଷରିତ କଲା ‘ମୋ କଲେଜ’

ଭୁବନେଶ୍ବର: ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କ ଦିଆଯିବ ଡିଜିଟାଲି ଶିକ୍ଷା । ଏନେଇ ଟାଟା କମ୍ୟୁନିଟି ଇନିସିଏଟିଭ ଟ୍ରଷ୍ଟ ସହ ‘ମୋ କଲେଜ’ର ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ଏମଓୟୁ ଅନୁସାରେ କଲେଜ ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷାକୁ ସୁଦୃଢ଼ କରାଯିବ । ଡିଜିଟାଲି ଦକ୍ଷ ହେବେ ଛାତ୍ରଛାତ୍ରୀ । ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ପିଲାଙ୍କୁ ଡିଜିଟାଲି ଦକ୍ଷ କରିବା ଲକ୍ଷ୍ୟ ନେଇଛି ‘ମୋ କଲେଜ’ । ଏନେଇ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ(ଟିସିଆଇଟି)ର ସିଇଓ ଅନିତା ରାଜନ ପ୍ରମୁଖ ଉପସ୍ଥିତରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।

ରାଜ୍ୟର ସମସ୍ତ ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଡିଜିଟାଲ ପାଠ୍ୟକ୍ରମ ଦିଆଯିବାର ବ୍ୟବସ୍ଥା କରାଯିବ। ଟିସିଆଇଟିର ଟାଟା ଷ୍ଟ୍ରାଇଭ ଡିଜିଟାଲ ସ୍କିଲ୍‌ ଟ୍ରେନିଂ ପ୍ରୋଗ୍ରାମରେ ବିଭିନ୍ନ କଲେଜ ପାଇଁ ଭିନ୍ନଭିନ୍ନ ଡିଜିଟାଲ କୋର୍ସ କରାଯାଇଛି । ବିଶେଷ ଭାବରେ ଇଞ୍ଜିନିୟରିଂ ଓ ପ୍ରଫେସନାଲ ପାଠ୍ୟକ୍ରମ ପଢ଼ାଯାଉଥିବା କଲେଜରେ ପିଲାମାନଙ୍କୁ ଡିଜିଟାଲ ଓ ଆଇଟି କ୍ଷେତ୍ରରେ ସୁଦୃଢ଼ କରିବାକୁ ପାଠ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ: OSSC ପ୍ରଶ୍ନପତ୍ରରେ କଦର୍ଥ ଓଡିଆ, ସରକାରଙ୍କୁ ଘେରିଲେ ବିରୋଧୀ

ଏନେଇ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି, "ବର୍ତ୍ତମାନ ହେଉଛି ଡିଜିଟାଲର ଯୁଗ । ଏହି ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ବୈଷୟିକ କ୍ଷେତ୍ରରେ ନିଜର ଜ୍ଞାନ ବୃଦ୍ଧି କରିବା ସହ ଡିଜିଟାଲି ଭାବରେ ଦକ୍ଷ ହେବା ନିତାନ୍ତ ଆବଶ୍ୟକ । ଏହି ଏମ୍‌ଓୟୁ ମାଧ୍ୟମରେ କଲେଜ ପଢୁଥିବା ଛାତ୍ରଛାତ୍ରୀ ବିନା ମୂଲ୍ୟରେ ଡିଜିଟାଲ ବିଷୟରେ ଅଧିକ ଜାଣିପାରିବେ । ଏହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ପାଇଁ ନିଯୁକ୍ତିର ମାର୍ଗ ପ୍ରଶସ୍ତ ହୋଇପାରିବ । ଟିସିଆଇଟିର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ।"

ଅଧିକ ପଢ଼ନ୍ତୁ: Paper Leak case: SIT ଅଫିସ ଘେରାଉ ବେଳେ ମୁଁହାମୁଁହି, ପୋଲିସକୁ ଚାପୁଡା ମାରିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଅନ୍ୟପକ୍ଷରେ ବିଜ୍ଞାନ ଓ ଗଣିତରେ ସ୍ନାତକ ପାଠ୍ୟକ୍ରମ ଦିଆଯାଉଥିବା କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସଚେତନତାମୂଳକ ପାଠ୍ୟକ୍ରମ ଦିଆଯିବ । ବିଶେଷ କରି ଯୁକ୍ତତିନି ଦ୍ୱିତୀୟ ଓ ତୃତୀୟ ବର୍ଷର ପିଲାଙ୍କ ପାଇଁ ଏହି ପାଠ୍ୟକ୍ରମ ରହିଛି । ଏହାଦ୍ୱାରା ରାଜ୍ୟର ବିଭିନ୍ନ କଲେଜରେ ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଅନ୍ୟପକ୍ଷରେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପାଠ୍ୟକ୍ରମକୁ ଛାତ୍ରଛାତ୍ରୀ ସାରିବା ଦ୍ବାରା ଟାଟା ଷ୍ଟ୍ରାଇଭ ପକ୍ଷରୁ ମିଳିବ ନିଯୁକ୍ତି ଓ ପ୍ରଶିକ୍ଷଣ କରିବାର ସୁଯୋଗ।

Last Updated : Apr 24, 2023, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.