ETV Bharat / state

ମୋ କଲେଜ ଓ SSU ମଧ୍ୟରେ ଚୁକ୍ତିପତ୍ର, ପିଲାଙ୍କୁ ଆତ୍ମନିର୍ଭରଶୀଳ କରାଇବ ‘ଉଦ୍ୟୋଗୀ ସେଲ’

author img

By ETV Bharat Odisha Team

Published : Nov 9, 2023, 3:13 PM IST

ମୋ କଲେଜ ଅଧିନରେ ରହିଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ‘ଉଦ୍ୟୋଗୀ ସେଲ’ ଗଢାହେବ । ଆତ୍ମନିଯୁକ୍ତି ସୃଷ୍ଟି ତଥା କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍‍ ନେଇ ବିଦ୍ୟାର୍ଥୀଙ୍କୁ ତାଲିମ୍‍ ଯୋଗାଇବ।

mo college and ssu sign MOU
mo college and ssu sign MOU

ଭୁବନେଶ୍ବର: ପାଠପଢା ସମୟରୁ କୁଶଳୀ ହେବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏଥିପାଇଁ ମୋ କଲେଜ ଓ ଏସ.ଏସ.ୟୁ. ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନର ଯୁବକଯୁବତୀଙ୍କୁ ଅଧିକ କୁଶଳୀ ଗଢିବା ତଥା ଆତ୍ମନିଯୁକ୍ତି ତାଲିମ୍‍ ଯୋଗାଇବା ନିମନ୍ତେ ଏହି ବୁଝାମଣା ହୋଇଛି । ଏସ.ଏସ.ୟୁ.ର ଆଜୀବନ ସଭାପତି ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ ଏବଂ ଏସ.ଏସ.ୟୁର ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣି ଉପସ୍ଥିତ ରହି ଏହି ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି ।

‘ମୋ କଲେଜ’ ଅଧିନରେ ରହିଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ‘ଉଦ୍ୟୋଗୀ ସେଲ (ଇ-ସେଲ)’ ଗଢାହେବ । ଏହି ସେଲ ଆତ୍ମ ନିଯୁକ୍ତି ସୃଷ୍ଟି ତଥା କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍‍ ନେଇ ବିଦ୍ୟାର୍ଥୀଙ୍କୁ ତାଲିମ୍‍ ଯୋଗାଇବ। ଏନେଇ ପ୍ରଥମେ କେତେଜଣ ବିଦ୍ୟାର୍ଥୀ ଓ ଷ୍ଟାଫ୍‍ ସଂଯୋଜକ/ ସଂଯୋଜିକାଙ୍କୁ ଚୟନ କରାଯିବ। ପରେ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ତାଲିମ୍‍ (ଟ୍ରେନିଂ ଅଫ ଟ୍ରେନର୍ସ) ଯୋଗାଇ ଦିଆଯିବ । ଏହି ସେଲ୍‍ର ତାଲିମପ୍ରାପ୍ତ କର୍ମକର୍ତ୍ତାମାନେ ନିୟମିତ ବ୍ୟବଧାନରେ ଆତ୍ମନିଯୁକ୍ତି ସମ୍ପର୍କିତ କାର୍ଯ୍ୟକ୍ରମ, କର୍ମଶାଳା ଓ ଆଲୋଚନାଚକ୍ର ଆଦି ଆୟୋଜନ କରିବେ ।

ଏହା ମଧ୍ୟ ପଢନ୍ତୁ: ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ସେଲ

କ୍ରମଶଃ ଏହି କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାକୁ ବ୍ୟାପିବ ଏବଂ ଏହା ରାଜ୍ୟର ଉଚ୍ଚ ଶିକ୍ଷା ଓ ‘ଷ୍ଟାର୍ଟ-ଅପ୍‍’ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ । ଏହି ଅବସରରେ ‘ମୋ କଲେଜ’ ଅଧ୍ୟକ୍ଷ ଦାସନାୟକ କହିଛନ୍ତି, ଏହି ବୁଝାମଣା ଜରିଆରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ‘ଉଦ୍ୟୋଗୀ ସେଲ’ ଗଢା ହେବ । ସମ୍ପୃକ୍ତ ସେଲ ନୂଆ ଉଦ୍ୟୋଗୀ ସୃଷ୍ଟି ନେଇ ତତ୍ତ୍ବାବଧାନ ଯୋଗାଇବ । ବିଶେଷ କରି ସେଲର କର୍ମକର୍ତ୍ତାମାନେ କୃଷି ଓ କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍‍ ଉପରେ ଅଧିକ ଗୁରୁତ୍ବ ଦେବେ । ଅନୁରୂପ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଭିତ୍ତିଭୂମି ମଜବୁତ ହେବ। ଫଳରେ ଅଧିକରୁ ଅଧିକ ଆଗ୍ରହୀ ବିଦ୍ୟାର୍ଥୀ ଆତ୍ମନିଯୁକ୍ତି ଜ୍ଞାନକୌଶଳ ଆହରଣ କରିପାରିବେ ।

ସେହିପରି ‘ଏସ.ଏସ.ୟୁ’ର ସଭାପତି ପ୍ରଫେସର କୁଲକର୍ଣ୍ଣି କହିଛନ୍ତି ଯେ, ବୁଝାମଣାକୁ ସଫଳ କରିବା ନିମନ୍ତେ ଉଭୟ ଅନୁଷ୍ଠାନର ପାରସ୍ପରିକ ସହଯୋଗ ରହିବ । ଯାହା ଆତ୍ମନିଯୁକ୍ତି ଓ ‘ଷ୍ଟାର୍ଟ-ଅପ୍‍ ଓଡ଼ିଶା’କ୍ଷେତ୍ରରେ ନୂଆ ଦିଶା ପାଇବେ । ଦିନକୁ ଦିନ ରାଜ୍ୟରେ ବେକାରୀ ସମସ୍ୟା ବଢି ବଢି ଚାଲିଛି । ‘ଉଦ୍ୟୋଗୀ ସେଲ’ ପିଲାଙ୍କୁ ଚାକିରି ପାଇବାରେ ନୂଆ ରାହା ଦେଖାଇବ ବୋଲି ସମସ୍ତଙ୍କ ଆଶା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.