ETV Bharat / state

ଶୃଙ୍ଖଳା କମିଟିକୁ ଉତ୍ତର ଦେବି: ସୁର ରାଉତରାୟ - show cause notice

ପିସିସି ଶୃଙ୍ଖଳା କମିଟିକୁ ଉତ୍ତର ପଠାଇବି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

ଶୃଙ୍ଖଳା କମିଟିକୁ  ଆଜି ଉତ୍ତର ଦେବି: ସୁର ରାଉତରାୟ

author img

By

Published : Dec 22, 2022, 10:28 PM IST

ଶୃଙ୍ଖଳା କମିଟିକୁ ଆଜି ଉତ୍ତର ଦେବି: ସୁର ରାଉତରାୟ

ଭୁବନେଶ୍ବର: ପିସିସି ଶୃଙ୍ଖଳା କମିଟିକୁ ଆଜି ଉତ୍ତର ପଠାଇବି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ଦଳର ଭୋଟବ୍ୟାଙ୍କ ଓ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିବା ବିଧାୟକ ସୁର ରାଉତରାୟଙ୍କୁ ଗତକାଲି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା କମିଟି ।

ଏହାକୁ ନେଇ ଆଜି ବିଧାୟକ ସୁର କହିଛନ୍ତି, ‘‘ଚିଠିରେ କଣ ଅଛି ପଢିନାହିଁ । ଆଜି ମୁଁ ମୋର ଉତ୍ତର ଦେବି । ଏଆଇସିସି ଯାହା ନିଷ୍ପତ୍ତି ନେବ ମୁଁ ଖୁସିରେ ଗ୍ରହଣ କରିବି । ମୁଁ କଂଗ୍ରେସର ମୁଁ ଜଣେ ସଚ୍ଚା କର୍ମୀ । କଂଗ୍ରେସରୁ ରାଜନୀତି ଜୀବନ ଆରମ୍ଭ କଂଗ୍ରେସରେ ଶେଷ କରିବି । ମୁଁ ଦଳର ପରାଜୟ, କଂଗ୍ରେସର ଭୋଟ ଗଲା କୁଆଡେ ବୋଲି ପ୍ରଶ୍ନ କରିଥିଲି, ତାର ସମୀକ୍ଷା କରି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ମୁଁ କହିଥିଲି ।’’

ଗତକାଲି କଂଗ୍ରେସ ଭବନରେ ବସିଥିଲା ଶୃଙ୍ଖଳା କମିଟି ବୈଠକ । ଖୁବଶୀଘ୍ର ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଥିଲେ । ପରେ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ନୋଟିସ ଜାରି ହୋଇଥିଲା । ଉଭୟଙ୍କୁ 7 ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛି କମିଟି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.