ETV Bharat / state

ଡିଜି ଜଗନ୍ନାଥଙ୍କୁ ଡାକନ୍ତୁ ସେ ତାଙ୍କୁ ଜଣାଇଦେବେ: ସୌମ୍ୟରଞ୍ଜନ ପଟ୍ଟନାୟକ

author img

By

Published : Feb 4, 2023, 12:13 PM IST

ଡିଜିଙ୍କ ଜଗନ୍ନାଥ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କହିଲେ ଡିଜି ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ ସେ ତାଙ୍କୁ ଜଣାଇଦେବେ । ଅଧିକ ପଢନ୍ତୁ

ଡିଜିଙ୍କ ଜଗନ୍ନାଥ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ବିଧାୟକ ସୌମ୍ୟରଞ୍ଜନ

କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପାଖାପାଖି ସପ୍ତାହେ ହୋଇଥିବା ବେଳେ ଏ ଯାଏଁ ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିପାରିନି । କ୍ରାଇମବ୍ରାଞ୍ଚ ଚାରିଆଡେ ଖୋଳତାଡ କରିବା ସହ ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଏହାରି ଭିତରେ ଡିଜି ସୁନୀଲ ବଂଶଲ ପ୍ରଥମ ଥର ଏହି ମାମଲାରେ ମୁହଁ ଖୋଲି ଜଗନ୍ନାଥଙ୍କୁ ଛାଡିଦେଲେ ଏହି ହତ୍ୟା କାହିଁକି ଘଟିଲା ଆଉ କେହି ଜାଣିପାରିବେନି ବୋଲି କହିଛନ୍ତି । ଡିଜିଙ୍କ ଏହି ବୟାନ ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ବିଧାୟକ ସୌମ୍ୟରଞ୍ଜନ କହିଛନ୍ତି, ''ଯଦି ନବ ଦାସଙ୍କ ମୃତ୍ୟୁ କଥା ଜଗନ୍ନାଥ ଜାଣନ୍ତି ତେବେ ପୋଲିସ ଡିଜି ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ ସେ ତାଙ୍କୁ ଜଣାଇଦେବେ । ଜଗନ୍ନାଥ ତାଙ୍କୁ ସ୍ବପ୍ନରେ କିମ୍ବା ଅନ୍ୟ କେଉଁ ଜରିଆରେ କହିଦେଲେ ସେ ଏହି ତମାମ ଘଟଣାର ସତ୍ୟାସତ ସମସ୍ତଙ୍କୁ କହିଦେବେ ।'' ଆହୁରିମଧ୍ୟ ବିଧାୟକ ନବ ଦାସଙ୍କ ମୃତ୍ୟୁରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ ଏଥିପାଇଁ ମ୍ରିୟମାଣ ଥିବା ପ୍ରକାଶ କରି କହିଛନ୍ତି ଯେ, ମୋର ମଧ୍ୟ ପିଏସଓ ଅଛି । ସେ ବି ଗୋପାଳ ଦାସ ଭଳି ହୋଇଯିବନି ବୋଲି ମୋର ମନକୁ ପ୍ରଶ୍ନ ଆସୁଛି । ପୋଲିସ ଓ କ୍ରାଇମବ୍ରାଞ୍ଚ ଉପରେ ଭରସା ଅଛି । ଖୁବଶୀଘ୍ର ଏହି ଘଟଣାର ନିଷ୍କର୍ସ ସାମ୍ନାକୁ ଆସିବ ।

ଏହାସହିତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର PSO ଫେରାଇବା ଘଟଣାକୁ ନିନ୍ଦନୀୟ ଓ ଭୁଲ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସେହିପରି ପାଇଖାନା ଟାଙ୍କିରୁ ମିଳିଥିବା ହାତ ଲେଖା ଚିଠିର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି ।

ପ୍ରକାଶଥାଉ କି, ଗତ ରବିବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । କାହିଁକି ଗୋପାଳ ଏହି ହତ୍ୟାକାଣ୍ଡ ଭିଆଇଲେ ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର ତଦନ୍ତ କରୁଛି । ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି । ଗୋପାଳଙ୍କୁ ମାନସିକ ରୋଗରେ ଚିକିତ୍ସା କରୁଥିବା ଡାକ୍ତର, ସ୍କୁଲ ଓ କଲେଜରେ ପଢୁଥିବା ସାଙ୍ଗସାଥୀ, ମାସିକ ଔଷଧ ନେଇ ଯାଉଥିବା ସରକାରୀ ବସ୍ କର୍ମଚାରୀଙ୍କୁ ଡାକି ଜେରା କରିଛି କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.