ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ବର୍ଷା, ବିଜେପି ନେତାଙ୍କ ଆକ୍ଷେପ ବେଳେ ଆପଣ ଚୁପ ଥିଲେ କାହିଁକି ? - ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟକୁ ନେଇ ଜବାବ ଦେଲେ ବିଧାୟିକା ବର୍ଷା ସିଂ ବରିହା । ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଲେ ପଦ୍ମପୁର ବିଧାୟିକା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 1, 2023, 9:04 AM IST

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ଆରମ୍ଭ ହୋଇଛି ଟ୍ବିଟର ଓ୍ବାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟକୁ ନେଇ କଡା ଜବାବ ଦେଲେ ବିଜେଡି ବିଧାୟିକା ବର୍ଷା ସିଂ ବରିହା । ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି ପଦ୍ମପୁର ବିଧାୟିକା ।

କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ବର୍ଷା କହିଛନ୍ତି ଯେ,''ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ । ଜଣେ ମହିଳା ବୋଲି ଅପମାନିତ କରୁଥିଲେ । ଆପଣ ସେତେବେଳେ ଚୁପ ରହିଥିଲେ । ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ । ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ । ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ । ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି । ବୋଧହୁଏ ଅରାଜକତା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କ’ଣ ତାହା ଆପଣ ଜାଣି ନାହାନ୍ତି । ତାହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଆଇନଶୃଙ୍ଖଳା ସ୍ଥିତି କ’ଣ ତାହା ଦେଖନ୍ତୁ । ଏହା କହିବା ସହ ବର୍ଷା ତାଙ୍କ ଟୁଇଟରେ ଅରାଜକତାର କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି ।''

ବର୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି ମଧ୍ୟ କହିଛନ୍ତି ଯେ, ''ପ୍ରଥମେ ଆପଣମାନେ ମୋ ଭଳି ଓଡ଼ିଶାର ମହିଳାମାନଙ୍କୁ ଅପମାନିତ କଲେ । ଆଉ ଏବେ ତୁଚ୍ଛା ମିଛ ପ୍ରଚାର କରି ଓଡ଼ିଶାବାସୀଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଆପଣଙ୍କୁ ଲଜ୍ଜା ଲାଗିବା ଦରକାର । ସ୍ବାଭିମାନୀ ଏବଂ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କ ବିରୋଧରେ ଆପଣଙ୍କର ଏଭଳି ଟିପ୍ପଣିକୁ କେବେ ହେଲେ ବରଦାସ୍ତ କରିବେ ନାହିଁ । ''

ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଥିଲେ ଯେ,'' ଓଡ଼ିଶାରେ ଅପରାଧିକ ପ୍ରବଣତା ବଢିଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସତ ଶୁଣିବାକୁ ସାହସ ନାହିଁ । ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ଠାରୁ ନାବାଳକ ସମର୍ଥଙ୍କ ହତ୍ୟା ହେଉଥିବା ବେଳେ ଏନେଇ ପ୍ରଶ୍ନ ପଚାରିଲେ ଓଡ଼ିଶାକୁ ଅପମାନ କରିବା କଥା କୁହାଯାଉଛି । ଦୀର୍ଘ ୨୩ ବର୍ଷର ଶାସନରେ ଶାସକ ଦଳର ଅଧିକରୁ ଅଧିକ ନେତାମାନେ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି ।

ସିସୋର ଚିଟଫଣ୍ଡରେ ଅଭିଯୁକ୍ତ ଉତ୍ତରପ୍ରଦେଶ ସହ ତୁଳନା କରିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବସ୍ଥା କଣ ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି । ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି ଏବଂ ଏହାକୁ ଆମେ ଜାରି ରଖିବୁ । '' ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ଟ୍ବିଟ ପରେ ବର୍ଷା ସିଂ ବରିହା ଏହାର କଡା ଉତ୍ତର ରଖିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.