ETV Bharat / state

ସ୍ୱାବଲମ୍ବୀ ମହିଳାଙ୍କ ସଫଳ କାହାଣୀ, ମିଶନ ଶକ୍ତି ଜରିଆରେ ରୋଜଗାର କରୁଛନ୍ତି ମହିଳା - ଖୋର୍ଦ୍ଧା ମିଶନ ଶକ୍ତି

ସ୍ୱାବଲମ୍ବୀ ମହିଳାଙ୍କ ସଫଳ କାହାଣୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ଗାଁର ମହିଳାମାନେ ମିଶନ ଶକ୍ତି ଜରିଆରେ ହୋଇଛନ୍ତି ରୋଜଗାରକ୍ଷମ । ଧୂପକାଠି, ଉଜାଲା,ମହମବତୀ, ଫିନାଇଲ, ବ୍ଲିଚିଂ ପାଉଡ଼ର,ପାମ୍ପଡ ନିମାଇଲ, ଅଳତା ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ବଜାରରେ ବିକି ମାସକୁ ରୋଜଗାର କରୁଛନ୍ତି ପ୍ରାୟ ଦେଢ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ସ୍ୱାବଲମ୍ବୀ ମହିଳାଙ୍କ ସଫଳ କାହାଣୀ, ମିଶନ ଶକ୍ତି ଜରିଆରେ ରୋଜଗାର କରୁଛନ୍ତି ମହିଳା

author img

By

Published : Oct 16, 2022, 9:51 PM IST

ଖୋର୍ଦ୍ଧା: ଗାଁ ମହିଳାଙ୍କୁ ଜୀବିକା ମିଶନ ଦେଇଛି ନୂଆ ପରିଚୟ । ଅବସର ସମୟକୁ ଅପଚୟ ନ କରି କିଛି ନୂଆ କରିବାର ଆଶା ଓ ପ୍ରୟାସ ଦେଇଛି ସଫଳତା । ଘରେ ବସି ସମୟକୁ ନଷ୍ଟ ନ କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ଗାଁର ମହିଳାମାନେ ରୋଜଗାର କରିବାକୁ ଲାଗିପଡ଼ିଛନ୍ତି । ବିଭିନ୍ନ ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ୩୨ ଜଣ ମହିଳା । ବେଗୁନିଆ ବ୍ଲକ ବୋତଳମା ଗାଁର ‘ମା ରାମଚଣ୍ଡୀ ଉତ୍ପାଦକ ଗୋଷ୍ଠୀ’ର ମହିଳାମାନଙ୍କ ରୋଜଗାରକ୍ଷମର ମାଧ୍ୟମ ସାଜିଛି ।

ସ୍ୱାବଲମ୍ବୀ ମହିଳାଙ୍କ ସଫଳ କାହାଣୀ, ମିଶନ ଶକ୍ତି ଜରିଆରେ ରୋଜଗାର କରୁଛନ୍ତି ମହିଳା
ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ଫଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ହେବ । ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ଗାଁର ମା ରାମଚଣ୍ଡୀ ଉତ୍ପାଦକ ଗୋଷ୍ଠୀର ସଦସ୍ୟା । ଏହି ଗ୍ରୁପର ୩୨ ଜଣ ମହିଳା ନିଜ ପରିଶ୍ରମ ଫଳରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଧୂପକାଠି ,ଉଜାଲା,ମହମବତୀ, ଫିନାଇଲ, ବ୍ଲିଚିଂ ପାଉଡ଼ର,ପାମ୍ପଡ ନିମାଇଲ, ଅଳତା ଭଳି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ପରେ ଏହାକୁ ବଜାରରେ ବିକି ମାସକୁ ରୋଜଗାର କରୁଛନ୍ତି ପ୍ରାୟ ଦେଢ ଲକ୍ଷ ଟଙ୍କା । ପ୍ରଥମେ ମାସକୁ କିଛି ଟଙ୍କା ସଞ୍ଚୟ କରି ଆରମ୍ଭ କରିଥିବା ଏହି ବ୍ୟବସାୟକୁ ଓଡିଶା ଜୀବିକା ମିଶନ ଆର୍ଥିକ ସହାୟତା ଯୋଗାଇଦେଇଥିଲା । ଆଉ ଏହାକୁ ସଠିକ ଉପଯୋଗ କରି ଆଜି ପ୍ରତ୍ୟେକ ମହିଳା ମାସକୁ ପ୍ରାୟ ୪ ରୁ ୫ ହଜାର ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।ପ୍ରଥମେ ଜୀବିକା ମିଶନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରୁଡ଼ସେଟରେ ମହିଳାମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିର ପ୍ରଶିକ୍ଷଣ ନେଇଥିଲେ । ପରେ ନିଜ ପଞ୍ଚାୟତରେ ଥିବା ମିଶନଶକ୍ତି ଗୃହରେ ଧୂପକାଠି ,ଉଜାଲା,ମହମବତୀ, ଫିନାଇଲ, ପାମ୍ପଡ, ନିମାଇଲ ଆଦି ପ୍ରସ୍ତୁତ କରି ସେଗୁଡିକ ବଜାରରେ ବିକ୍ରି କରିଥିଲେ । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସାମଗ୍ରୀ ବଜାରରେ ବେଶ ଚାହିଦା ରହିଛି । ଏବେ ପ୍ରସ୍ତୁତ ସାମଗ୍ରୀଗୁଡିକ ସବୁ ନୟାଗଡ଼,ଖୋର୍ଦ୍ଧା ଭୁବନେଶ୍ୱର ଏବଂ ବିଭିନ୍ନ ପଲିଶ୍ରୀ ମେଳା ଓ ମହୋତ୍ସବରେ ବିକ୍ରି କରୁଛନ୍ତି ‘ମା ରାମଚଣ୍ଡୀ ଉତ୍ପାଦକ ଗୋଷ୍ଠୀ’ର ସଦସ୍ୟା । ଯାହା ଦ୍ବାରା ବେଶ ପରିଚିତ ସହ ଆତ୍ମନିର୍ଭର ହେଇଛନ୍ତି ମହିଳାମାନେ । ସେହିପରି ମା ରାମଚଣ୍ଡୀ ଉତ୍ପାଦକ ଗୋଷ୍ଠୀକୁ ମିଶନ ଶକ୍ତି ବିଭାଗ ତରଫରୁ ଅନୁଷ୍ଠାନ ପାଣ୍ଠି ଓ ପ୍ରାରମ୍ଭିକ ରାଶି ଯୋଗାଇ ଦିଆଯାଇଥିବା ବେଳେ ସେମାନେ ଆଗକୁ କିପରି ଅଧିକରୁ ଅଧିକ ଉତ୍ପାଦ ବିକ୍ରି କରି ପାରିବେ ସେ ନେଇ ଚେଷ୍ଟା ଜାରି ରହିଥିବା କହିଛନ୍ତି ଜୀବିକା ମିଶନ ବ୍ଲକ ପ୍ରୋଜେକ୍ଟ ଅଧିକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.