ETV Bharat / state

‘SHG ମହିଳାମାନେ ରାଜନୀତି କରିପାରିବେ’

author img

By

Published : Mar 6, 2023, 10:34 PM IST

ଆର୍ଥିକ ବର୍ଷ 2023-24 ରେ ମିଶନ ଶକ୍ତି ବିଭାଗକୁ ମିଳିଥିବା ଅନୁଦାନ ଓ ବିଭାଗର ଲକ୍ଷ୍ୟ ନେଇ ଆୟୋଜିତ ଏକ ପ୍ରେସମିଟରେ ସଚିବ କହିଛନ୍ତି, ‘‘ଏସଏଚଜି ମହିଳା ମାନେ ରାଜନୀତି କରି ପାରିବେ ତାଙ୍କୁ ସମାଲୋଚନା କରାନଯାଉ ଏହା ତାଙ୍କର ପସନ୍ଦ ।’’ ଅଧିକ ପଢନ୍ତୁ

Empowerment is holistic: ‘SHG ମହିଳା ମାନେ ରାଜନୀତି କରିପାରିବେ’

ଭୁବନେଶ୍ବର: ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ରାଜନୀତି କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ । ଏମପାୱରମେଣ୍ଟ ହୋଲିଷ୍ଟିକ, ଏହାକୁ ବିଭକ୍ତ କରିପାରିବେନି । ଏମିତି କୁହାଯାଇପାରିବନାହିଁ। ଏସଏଚଜି ମହିଳା ମାନେ ରାଜନୀତି କରି ପାରିବେ ତାଙ୍କୁ ସମାଲୋଚନା କରାନଯାଉ । ଏହା ତାଙ୍କର ପସନ୍ଦ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ଆର୍ଥିକ ବର୍ଷ 2023-24 ରେ ମିଶନ ଶକ୍ତି ବିଭାଗକୁ ମିଳିଥିବା ଅନୁଦାନ ଓ ବିଭାଗର ଲକ୍ଷ୍ୟ ନେଇ ଆୟୋଜିତ ଏକ ପ୍ରେସମିଟରେ ସଚିବ କହିଛନ୍ତି, ‘‘ଏସଏଚଜି ମହିଳା ମାନେ ରାଜନୀତି କରି ପାରିବେ ତାଙ୍କୁ ସମାଲୋଚନା କରାନଯାଉ । ଏହା ତାଙ୍କର ପସନ୍ଦ ।’’ ଗତ ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କ ପାଇଁ 50% ସଂରକ୍ଷଣ ରହିଥିବା ବେଳେ 60 ରୁ 70% ମହିଳା ନିଜସ୍ଵ ବଳରେ ବିଜୟୀ ହୋଇକି ଆସିଛନ୍ତି । ଆମର ଜିଲ୍ଲା ପରିଷଦ ନିର୍ବାଚନରେ 21 ମହିଳା ଅଧ୍ୟକ୍ଷା ରହିଛନ୍ତି । ମହିଳାମାନଙ୍କୁ ନେତୃତ୍ବ ରୋଲ ପ୍ଲେ କରିବାକୁ ମିଶନ ଶକ୍ତି ପ୍ଲାଟଫର୍ମ ଦେଇଥାଏ । ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି, ତାଙ୍କୁ ସମାଲୋଚନା କରା ନଯାଉ । ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ ।

ସେହିପରି ସଚିବ କହିଛନ୍ତି ଏସଏଚଜିଙ୍କୁ ଦିଆଯାଉଥିବା ଋଣ 2ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି । ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ, 60ରୁ 70% ସୁଧ ଦେଉଥିଲେ । ଏବେ SHG ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି । ଏହା ସେମାନଙ୍କ ର ସଶକ୍ତିକରଣ । କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ ଏସଏଚଜି ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ । ସେହିଭଳି ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି ସହ ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ 5T ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ରକ୍ଷାଣା ବେକ୍ଷଣ କରିବେ । ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇ ଦେବେ ରାଜ୍ୟ ସରକାର ।

ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ । ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଦିଆଯିବ ଗୁରୁତ୍ବ । ଏସଏଚଜି ମହିଳାଙ୍କୁ ମିଳିବ ଫେସନ, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ । OUAT ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ SHG ର ୨ ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର । ସ୍କୁଟର ଋଣର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟ ରେ ବଢାଯିବ ପାଣ୍ଠି । ଏହି ପ୍ରେସମିଟରେ ବିଭାଗୀୟ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ଉପସ୍ଥିତ ରହି ଏସଏଚଜି ମହିଳା ମାନଙ୍କୁ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନା ସମ୍ପର୍କରେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.