ETV Bharat / state

Mission Shakti Department Review: ଗତ ୮ବର୍ଷରେ ମହିଳାଙ୍କୁ ସର୍ବାଧିକ ସହାୟତା ରାଶି ମିଳିଛି କହିଲେ ମନ୍ତ୍ରୀ

author img

By

Published : May 27, 2023, 10:26 PM IST

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗର ସଫଳତା ବଖାଣିଲେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଓ ସଚିବ । ମିଶନ ଶକ୍ତି ଓ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଗତ ୮ ବର୍ଷରେ ସର୍ବାଧିକ ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ସଚିବ ସୁଜାତା କାର୍ତ୍ତିକେୟନ । ଅଧିକ ପଢ଼ନ୍ତୁ

Mission Shakti Department Review
Mission Shakti Department Review
Mission Shakti Department Review

ଭୁବନେଶ୍ବର: ମିଶନ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଫଳତା ବଖାଣିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ମହିଳାମାନେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି । ମିଶନ ଶକ୍ତି ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୧ ହଜାର କୋଟିରୁ ଅଧିକା ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ମନ୍ତ୍ରୀ କହିଛନ୍ତି, "ମାଆ ମାନଙ୍କୁ ଗତ ୮ ବର୍ଷରେ ସର୍ବାଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ବର୍ତ୍ତମାନ ସରକାରଙ୍କ ବ୍ୟବସାୟରେ ୨୦ଟି ବିଭାଗ ସହିତ ଜଡ଼ିତ ଅଛନ୍ତି । ମାଆ ମାନେ ଧାନ କିଣୁଛନ୍ତି, ମାଛ ଚାଷ କରୁଛନ୍ତି, ମିଶନ ଶକ୍ତି କାଫେ ପରିଚାଳନା କରୁଛନ୍ତି, କୃଷି ଉତ୍ପାଦକ କ୍ଲଷ୍ଟରରେ କାର୍ଯ୍ୟ କରୁଛନ୍ତି, ମିଲେଟ ମିଶନ କାଫେ କ୍ଷେତ୍ରରେ ମଧ୍ୟ କାମ କରୁଛନ୍ତି । ଏହି ଏସ୍‌ଏଚ୍‌ଜି ଗ୍ରୁପ ଗୁଡ଼ିକୁ ଦୃଢ଼ୀକରଣ ମଧ୍ୟ କରାଯାଉଛି । ଭିତ୍ତିଭୂମିର ବିକାଶ କରାଯାଉଛି । ନିର୍ବାଚନ ଇସ୍ତାହାରକୁ ପୂରଣ କରାଯାଉଛି । ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯଥା କୋଭିଡ ମ୍ୟାନେଜମେଣ୍ଟ, ଦକ୍ଷତା ବିକାଶ କ୍ଷେତ୍ରରେ କାମ କରାଯାଉଛି । ମିଶନ ଶକ୍ତି ମାଆ ମାନଙ୍କ ପାଇଁ ସ୍କୁଟର ବ୍ୟବସ୍ଥା କରାଯାଇଛି । ସେମାନେ ଆଗକୁ ବଢୁଛନ୍ତି । ମାଆ ମାନେ ଉଦ୍ୟୋଗୀ ହେବାକୁ ଯାଉଛନ୍ତି । ସେମାନେ ଓଡ଼ିଶା ସମେତ ଦେଶ-ବିଦେଶରେ କିଭଳି ବ୍ୟବସାୟ କରିବେ ସେନେଇ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି । କିଛିଦିନ ତଳେ ୧୦ ଜଣ ମାଆ ଦୁବାଇ ଯାତ୍ରା କରି ଖୁସି ପ୍ରକାଶ କରିଥିଲେ ।"

ସେହିଭଳି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, "ମିଶନ ଶକ୍ତି ମହିଳାମାନଙ୍କୁ ଆମେ ଗତ ୮ ବର୍ଷ ମଧ୍ୟରେ ଋଣ ସହାୟତା ୧୯ ଗୁଣ ବୃଦ୍ଧି କରିଛୁ । ଏସ୍‌ଏଚ୍‌ଜି ମହିଳାଙ୍କ କ୍ଷେତ୍ରରେ ଅନାଦେୟ ଋଣ ବା NPA ମାତ୍ର ୧.୯୯% । ଏଥିପାଇଁ ଭାରତ ସରକାର ଆମକୁ ପ୍ରଶଂସା କରିଛନ୍ତି । ନିର୍ବାଚନ ଇସ୍ତାହାରରେ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରାଯାଉଛି । ମହିଳା ମାନଙ୍କ ପାଇଁ ରାଜ୍ୟସ୍ତରରେ ଏକ ଫେଡେରେସନ ଗଠନ ହେବ। ପୂର୍ବରୁ ଏହା ଜିଲ୍ଲାସ୍ତରରେ ରହିଛି । ସିଏମ୍‌ଆରଏଫ୍‌ ଭଳି ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି ରହିବ । ଏହି ପାଣ୍ଠି ମଧ୍ୟରେ ମିଶନ ଶକ୍ତି ମହିଳାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ । କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ । ଏଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.