ETV Bharat / state

Mission 2024: ଆଜି ଗୌହାଟୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

author img

By

Published : Jul 6, 2023, 12:35 PM IST

ମିଶନ 2024 ପାଇଁ ଆଜି ଗୌହାଟୀରେ ବିଜେପିର ବଡ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

bjp crucial meeting in guwahati
bjp crucial meeting in guwahati

ଭୁବନେଶ୍ବର: ବିଜେପିର ମିଶନ 2024 । ଆଜି ଗୌହାଟୀରେ ପ୍ରସ୍ତୁତ ହେବ ବ୍ଲୁଟ ପ୍ରିଣ୍ଟ । କ୍ଷମତା ହାସଲ କରିବାକୁ ନେତାଙ୍କୁ ଦିଆଯିବ ଗୁରୁମନ୍ତ୍ର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ତିନି ଦିନ ଧରି ବିଜେପିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଫୋକସରେ ରହିଛି ଓଡିଶା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ବୈଠକରେ ଯୋଗ ଦେବେ । ରାଜ୍ୟ ସଂଗଠନ ସଂପାଦକ ମାନସ କୁମାର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସହ-ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ମଧ୍ୟ ବୈଠକରେ ସାମିଲ ହେବେ ।

ତିନୋଟି ଜୋନ୍‌ରେ ବୈଠକ ହେଉଛି । ସାଙ୍ଗଠନିକ ସ୍ତରରେ ବୈଠକ ସହ 2024 ନିର୍ବାଚନ ଲାଗି ପ୍ରସ୍ତୁତ ହେବ ରଣନୀତି । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପାର୍ଟିର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ । ଏଥିସହ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି, ଶାସକ ବିଜୁ ଜନତା ଦଳ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯିବାର ପ୍ରଚେଷ୍ଟା, ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରାଯାଇ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ରୁପାନ୍ତରିତ କରିବାର ହୀନ ପ୍ରୟାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ହଡପ୍ କରିବା ଆଦି ପ୍ରସଙ୍ଗକୁ ମଧ୍ୟ ବିସ୍ତୃତ ଭାବେ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରାଯିବ।

ଏହା ମଧ୍ୟ ପଢନ୍ତୁ-2024 Fight: ବିଜେପି ୮୦, କଂଗ୍ରେସ ୯୯; ବିଜେଡି ଦାବି କଲା ୧୨୦ ସିଟ୍

ରାଜ୍ୟ ବିଜେପି ସଭାପତି ବୈଠକରେ ଯୋଗ ଦେବା ପୂର୍ବରୁ ଦୁଇ ଦିନ ତଳେ କହିଥିଲେ , କେନ୍ଦ୍ରରେ ତୃତୀୟ ଥର ଭାରତୀୟ ଜନତା ପାର୍ଟିର ସରକାର ଆସୁଛି । ଓଡିଶାରେ କେମିତି ବିଜେପି ସରକାର ଗଠନ କରିବ, ତାହା ଆମର ମୂଳ ଲକ୍ଷ୍ୟ । ଡବଲ ଇଂଜିନ ସରକାର ହେଲେ ହିଁ ଓଡିଶାର ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ । ପ୍ରାକୃତିକ ସଂପଦ ଏବଂ ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡିଶା । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ଆସୁଛି । ରାଜ୍ୟ ସରକାର ମାଗିବା ପୁର୍ବରୁ ମୋଦି ସରକାର ଟଙ୍କା ଦେଉଛନ୍ତି କିନ୍ତୁ ବିଜେଡି ସରକାରର ଅପାରଗତା କାରଣରୁ କେନ୍ଦ୍ରରୁ ଆସୁଥିବା ଟଙ୍କା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ କି ବିକାଶ କାର୍ଯ୍ୟ ମଧ୍ୟ ସଠିକ ଭାବେ ହୋଇପାରୁନାହିଁ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ବ୍ୟାପକ ଦୁର୍ନୀତି ଓ ଘୋଟାଲା ବିକାଶର ବାଧକ ସାଜିଛି । ସାଢେ ଚାରିକୋଟି ଓଡିଆ ଲୋକଙ୍କ ବିଶ୍ୱାସ ସହ ଖେଳିବାର କାହାର ଅଧିକାର ନାହିଁ । ରାଜ୍ୟରେ ଜାରୀ ରହିଥିବା ସାଂପ୍ରତିକ ରାଜନୈତିକ ପରିସ୍ଥତିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଶାସନ ବ୍ୟବସ୍ଥା ଠିକ ଚାଲିନାହିଁ । ସରକାର ଏଠି କିଏ ଚଳାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ଏଠି ଏକ କାମଚଳା ସରକାର ଚାଲିଛି ଯାହା ଚାଲିବା ଉଚିତ୍ ନୁହେଁ । ସାଢେ ଚାରି କୋଟି ଓଡିଶାବାସୀଙ୍କ ଭାଗ୍ୟ ସହ ଖେଳିବାର ଅଧିକାର କାହାର ନାହିଁ । ବିଜୁ ଜନତା ଦଳର ୨୫ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର କୈାଣସି ପରିବର୍ତ୍ତନ ହୋଇନାହିଁ । ଗତ ୨୫ ବର୍ଷରେ ବିଜେଡି ଯାହା କରିନାହିଁ, ୫ ବର୍ଷ ବିଜେପି ସରକାରରେ ତାହାଠାରୁ ଅଧିକ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ । ତେବେ ଗୌହାଟୀରେ ବୈଠକ ପରେ ଓଡ଼ିଶାରେ ଏହାର କେତେ ପ୍ରଭାବ ପଡ଼ିବ ଏବେ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.