ETV Bharat / state

ନିଖୋଜ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ମୃତଦେହ ଉଦ୍ଧାର

ନୟାଗଡ ଜିଲ୍ଲା ଚାନ୍ଦପୁର ମଙ୍ଗଳା ସାହିରେ ଏକ ଦେଢ ବର୍ଷର ଶିଶୁ କନ୍ୟା ନିଖୋଜ ଥିବାବେଳେ ସୋମବାର ଶିଶୁଟିର ମୃତଦେହ ଉଦ୍ଧାର ହୋଇଛି ।

deadbody found
ନିଖୋଜ ଶିଶୁ କନ୍ୟାର ମୃତଦେହ ଉଦ୍ଧାର
author img

By

Published : Jul 6, 2020, 1:51 PM IST

ଖୋର୍ଦ୍ଧା: ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର । ନୟାଗଡ ଜିଲ୍ଲା ଚାନ୍ଦପୁର ମଙ୍ଗଳା ସାହିରେ ଏକ ଦେଢ ବର୍ଷର ଶିଶୁ କନ୍ୟା ନିଖୋଜ ଥିବାବେଳେ ସୋମବାର ଶିଶୁଟିର ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ସବୁଦିନ ପରି ରବିବାର ମଧ୍ୟ ଦେଢ ବର୍ଷର ଶିଶୁ କନ୍ୟା ପାୟଲ ନିଜ ଘର ନିକଟରେ ଖେଳୁଥିଲା । ହଠାତ୍ ପରିବାର ଲୋକ ଆସି ଦେଖନ୍ତି ତ ପାୟଲ ଘର ନିକଟରେ ନଥିଲା । ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପାୟଲକୁ ପାଇ ନଥିଲେ ।

ନିଖୋଜ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏନେଇ ଚାନ୍ଦପୁର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ଚାନ୍ଦପୁର ପୋଲିସ ମଙ୍ଗଳା ସାହିରେ ପହଞ୍ଚି ଖୋଜାଖୋଜି କରି ଫେରିଯାଇଥିଲେ । ରବିବାର ରାତି ପ୍ରାୟ ୧୧ ଟା ସମୟରେ ପାୟଲର ଅଜା ରୁଷିଆ ବେହେରା ବାଡି ପଟକୁ ଯାଇଥିବା ବେଳେ ହଠାତ୍ ପାୟଲର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ପାୟଲର ମୃତଦେହକୁ ପରିବାର ଲୋକେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ପରିବାର ଲୋକ ଶିଶୁ କନ୍ୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.