ETV Bharat / state

ପୂଜା ପୁର୍ବରୁ ଅଥୟ କଲେଣି କ୍ରିମିନାଲ, ମାତିଲେଣି ନିଶାଦିଆ ଓ ଲରି ଗ୍ୟାଙ୍ଗ୍ - ଭୁବନେଶ୍ବରରେ ମାତିଲେଣି ଲରି ଗ୍ୟାଙ୍ଗ୍

ଆସୁଛି ପାର୍ବଣ ଋତୁ । ରାଜଧାନୀରେ ମାତିଲେଣି ନିଶାଦିଆ ଓ ଲରି ଗ୍ୟାଙ୍ଗ୍ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 10, 2023, 8:35 PM IST

Updated : Sep 10, 2023, 8:59 PM IST

ପୂଜା ପୁର୍ବରୁ ଅଥୟ କଲେଣି କ୍ରିମିନାଲ, ମାତିଲେଣି ନିଶାଦିଆ ଓ ଲରି ଗ୍ୟାଙ୍ଗ୍

ଭୁବନେଶ୍ବର: ଆଗକୁ ଆସୁଛି ପୂଜା । ଏବେଠୁ ମାତିଲେ ଲୁଟେରା । ସବୁବର୍ଷ ପରି ସକ୍ରିୟ ହେଲେଣି ପେଶାଦାର କ୍ରିମିନାଲ । ସାମ୍ନାକୁ ଆସିଲାଣି ଲୋକଙ୍କ ଅତିଷ୍ଠ ହେବାର ଘଟଣା । ରାଜଧାନୀ ଭୁବନେଶ୍ବର ଷ୍ଟେସନରୁ ଜଣେ ଯାତ୍ରୀଙ୍କୁ ନେଇ ନିଶା ଦେଇ ଲୁଟ ଓ ଏକ ହାଇଓ୍ବା ଡ୍ରାଇଭରକୁ ସଙ୍ଘବଦ୍ଧ ଆକ୍ରମଣ କରି ଟଙ୍କା ଲୁଟିନେଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଦୁଇଟି କେସ ପରେ ଏବେ ସହରର ସୁରକ୍ଷା ଓ ପୂଜା ପ୍ରସ୍ତୁତି ନେଇ ବଢିଲାଣି ଚିନ୍ତା ।

ସୂଚନା ମୁତାବକ ଭୁବନେଶ୍ବର ଏୟାରପୋର୍ଟ ଥାନା ମଧୁସୂଦନ ପାର୍କ ନିକଟରେ ଜଣେ ଇଞ୍ଜିନିୟରଙ୍କ ଅଚେତ ଅବସ୍ଥାରେ ମିଳିବା ପରେ ଏବେ ନିଶାଦିଆ ଲୁଟେରାଙ୍କ ପ୍ରାଦୁର୍ଭାବ ନେଇ ଚିନ୍ତା ବଢିଛି । ଲୁଟ୍ ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବାଙ୍କି ବୈଦେଶ୍ବରର ରବି ନାରାୟଣ ମହାପାତ୍ର । ଯିଏକି ଆଜି ଭୋର ୪ଟା ସମୟରେ ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଅସି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଥିଲେ । ପରେ ସେ ଏକ ଅଟୋରେ କଳିଙ୍ଗବିହାର ସ୍ଥିତ ଘରକୁ ଯିବାକୁ ବାହରିଯିବା ବେଳେ ତାଙ୍କ ସହ ଏମିତି କିଛି ଘଟିଥିଲା ।

ଏହା ବି ପଢନ୍ତୁ- ଆଗକୁ ପାର୍ବଣ, ରାଜଧାନୀରେ ଏବେଠୁ ମାତିଲେଣି ଲୁଟେରା; ଟାର୍ଗେଟରେ ଗହଣା ଦୋକାନ

ସେ ଅଚେତ ଅବସ୍ଥାରେ ମଧୁସୂଦନ ପାର୍କ ପାଖ ପେଟ୍ରୋଲପମ୍ପ କଡ଼ରେ ମିଳିଥିଲେ । ତେବେ ତାଙ୍କ ସହ ଥିବା ଟ୍ରଲି ବ୍ୟାଗ୍ ସମେତ ୧୭ ହଜାର ଟଙ୍କା, ସୁନା ଚେନ, ମୁଦି ସମେତ ମୋବାଇଲ ଚୋରି ହୋଇଯାଇଥିଲା । ସେ ଅଚେତ ଅବସ୍ଥାରେ‌ ମିଳିବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ ନିଶାଦିଆ ଲୁଟେରାଙ୍କର ଶିକାର ହୋଇଥିବା ପୋଲିସ ସନ୍ଦେହ କରୁଛି । ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି ଲୁଟ୍ ଶିକାର ହୋଇଥିବା ରବି ନାରାୟଣ ପାତ୍ରଙ୍କ ପରିବାର ଲୋକେ।

ସେହିପରି ଚନ୍ଦକା ଥାନା ଅଞ୍ଚଳରୁ ଆଉ ଜଣେ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଜଣେ ହାଇଓ୍ବା ଡ୍ରାଇଭର ହୋଇଥିବା ବେଳେ ଖୋର୍ଦ୍ଧାରୁ ପଟିଆ ବଜୁରି ବୋଝେଇ ଗାଡି ଆଣି ଆସୁଥିବା ବେଳେ ନିଛାଟିଆ ରାସ୍ତାର‌ ସୁଯୋଗ ନେଇ ତାଙ୍କଠୁ ଲୁଟପାଟ କରିଥିଲେ କିଛି ଦୁର୍ବୃତ୍ତ । ଏହାପରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ତାଙ୍କ ଘର ଯାଜପୁର‌ ଅଞ୍ଚଳର ହୋଇଥିବା ବେଳେ ଏଠାରେ ଗାଡି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେ ବଜୁରି ବୋଝେଇ ଟ୍ରକ ନେଇ ପଟିଆ ଆସିବା ବେଳେ ବାଟରେ ଛତାବର ନିକଟରେ କିଛି ଦୁର୍ବୃତ୍ତ ହଠାତ୍ ବାଇକ ଯୋଗେ ଆସି ଗାଡ଼ିର ଆଗରେ ଗାଡି ଲଗାଇଥିଲେ ।

ଏହା ବି ପଢନ୍ତୁ- ଖୁଲମଖୁଲା ଚାଲିଛି ଦାଦାବଟି, ପାର୍ବଣ ପାଇଁ ପୋଲିସର କଣ ଷ୍ଟ୍ରାଟେଜି ?

ପରେ ସେମାନେ ଗାଡିରୁ ଭିଡିଆଣି ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ୧୦ହଜାର ଟଙ୍କା ଲୁଟି ନେଇଥିଲେ । ଏହାପରେ ସେ ରାସ୍ତାରେ ବେହୋସ ହୋଇ ଆହତ ଅବସ୍ଥାରେ ଛଟପଟ ହେବା ବେଳେ କିଛି ଲୋକ ଓ ପୋଲିସ ସହାୟତାରେ ଉଦ୍ଧାର‌ ହୋଇ ମେଡିକାଲକୁ ଆସିଥିଲେ । ତାଙ୍କୁ କିଛି ବ୍ୟକ୍ତି ଲୁଟପାଟ କରିଥିବା ସେ ଅଭିଯୋଗ କରିଥିଲେ । ପରେ ପୋଲିସ ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି । ନିଶାଦିଆ ଓ ଲରି ଓ ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌ ଆସିବା ପରେ ଏବେ ଆଉ କେଉଁ ଗ୍ୟାଙ୍ଗ ପୂଜା ପୁର୍ବରୁ ସକ୍ରିୟ ହେଲେଣି ସେ ନେଇ ଚିନ୍ତାରେ ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2023, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.