ETV Bharat / state

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଦାଦା ଗିରଫ

ଆଦର୍ଶ ଥାନାରେ ରବିବାର ଦିନ ଜଣେ ନାବାଳିକାକୁ ପଡୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ । ପୋଲିସ ସମ୍ପୃକ୍ତ ଦାଦାଙ୍କୁ ଓରଫ ସୂର୍ଯ୍ୟକାନ୍ତକୁ ଗିରଫ କରିଛି ।

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଦାଦା ଗିରଫ
ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଦାଦା ଗିରଫ
author img

By

Published : Jul 20, 2020, 12:54 PM IST

ଖୋର୍ଦ୍ଧା: ଆଦର୍ଶ ଥାନାରେ ରବିବାର ଦିନ ଜଣେ ନାବାଳିକାକୁ ପଡୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ସମ୍ପୃକ୍ତ ଦାଦାଙ୍କୁ ଓରଫ ସୂର୍ଯ୍ୟକାନ୍ତକୁ ଗିରଫ କରିଛି । ଗତ ରବିବାର ମଧ୍ୟାହ୍ନରେ କୁମାରବସ୍ତ ଗ୍ରାମର ଜଣେ ନାବାଳିକା ତାଙ୍କ ସମ୍ପର୍କୀୟ ଦାଦା ସୂର୍ଯ୍ୟକାନ୍ତଙ୍କ ଘରକୁ ଟିଭି ଦେଖିବାକୁ ଯାଇ ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ:ନାବାଳିକା ଝିଆରୀକୁ ସମ୍ପର୍କୀୟ ଦାଦାର ଦୁଷ୍କର୍ମ !

ସୂଚନାଅନୁଯାୟୀ, ଆଦର୍ଶ ଥାନା ଅନ୍ତର୍ଗତ କୁମାରବସ୍ତ ଗାଁର ଜଣେ ନାବାଳିକା ତାଙ୍କ ସମ୍ପର୍କୀୟ ଦାଦାଙ୍କ ଘରକୁ ମଧ୍ୟାହ୍ନରେ ଟିଭି ଦେଖିବାକୁ ଯାଇଥଲେ । ଏହି ସମୟରେ ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ସମ୍ପର୍କୀୟ ଦାଦା ଜଣକ ନାବାଳିକାକୁ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ ।

ଏହି ସମୟରେ ପରିବାର ଲୋକେ ଏହା ଦେଖି ତୁରନ୍ତ ନାବାଳିକାକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ପରେ ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.