ETV Bharat / state

ନନ୍ଦନ ବିହାରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

author img

By

Published : Aug 15, 2023, 10:36 AM IST

ରାଜଧାନୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। ଅଧିକ ପଢନ୍ତୁ

Minor girl dead body recovered
Minor girl dead body recovered

ଭୁବନେଶ୍ବର: ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକଟ କଲା ଚାଇଲ୍ଡ ଲାଇନ । ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ଚାଇଲ୍ଡ ଲାଇନ । ମୃତ ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଛି ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଚାଞ୍ଚଲ୍ୟ, ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର

ଗତ ଶୁକ୍ରବାର ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀର ଏକ ଘର ପଛ ପାଖ ଗଳିରୁ ନାବାଳିକାଙ୍କ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଅବମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ନାବାଳିକାର ପରିଚୟ ମିଳିପାରିନଥିବା ବେଳେ ଆବଶ୍ୟକ ପଡ଼ିଲେ ପୋଲିସ ପୋଷ୍ଟରର ସହାୟତା ଲୋଡ଼ିବ ପୋଲିସ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଏହାକୁ ନେଇ ଘଟଣାସ୍ଥଳ ପରିଦର୍ଶନ କରି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି ଯେ, ନାମାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଯିଏ ବି ହତ୍ୟାକାଣ୍ଡ ଘଟାଇଛି ସେ ଏହି ସ୍ଥାନକୁ ପ୍ରଥମେ ଅନୁଧ୍ୟାନ କରିଛି । ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରିଏଭଳି ଅଣଆଢୁଆଳ ସ୍ଥାନରେ ଆଣି ଫିଙ୍ଗିଦେଇଛି । ମୃତଶରୀରକୁ ଆମେ ଯେତେବେଳେ ଦେଖିଥିଲୁ ସେତେବେଳେ ନାବାଳିକା ଶରୀରରେ କେବଳ ଡ୍ରେସ ଥିଲା । ତେଣୁ ଚାଇଲ୍ଡ ଲାଇନ ପକ୍ଷରୁ ଆମେ ଥାନାକୁ ଯିବୁ। ଏହି ଘଟଣାରେ ମାମଲା ରୁଜୁ କରିବା ସହ ପୁଙ୍ଖନୁଫୁଙ୍କ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ ବୋଲି କହିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ।

ଏହା ମଧ୍ୟ ପଢନ୍ତୁ-ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ପରିବାର ଆଣିଲା ହତ୍ୟା ଅଭିଯୋଗ

ତେବେ ନାବାଳିକାଙ୍କୁନ ହତ୍ୟା କରାଯାଇଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟହେବ । ତେବେ ନାବାଳିକା ଜଣଙ୍କ କିଏ ନନ୍ଦନ ବିହାରକୁ କେମିତି ଆସିଲେ ତା କେହି ତାଙ୍କୁ ଏଠାରେ ଫୋପାଡି ଦେଇ ଚାଲିଯାଇଛି ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.