ETV Bharat / state

କାଲିଠୁ ନିଖୋଜ ଥିଲେ ନାବାଳକ, ଆଜି କୂଅରୁ ମିଳିଲା ମୃତଦେହ

author img

By

Published : Jan 22, 2023, 2:16 PM IST

ଖୋର୍ଦ୍ଧା ଥାନା ଅନ୍ତର୍ଗତ ପୁବୁସାହି ଓଳସିଂ ଗ୍ରାମରେ ଅଭାବନୀୟ ଘଟଣା । କୂଅରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

minor boy dead body found from well in khordha

ଖୋର୍ଦ୍ଧା: କୂଅରୁ ଉଦ୍ଧାର ହେଲା ନିଖୋଜ ନାବାଳକଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଥାନା ଅନ୍ତର୍ଗତ ପୁବୁସାହି ଓଳସିଂ ଗ୍ରାମରେ । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ମହେଶ୍ବର ବେହେରାଙ୍କ ୧୦ବର୍ଷର ପୁଅ ଦିବ୍ୟଜ୍ୟୋତି ବେହେରା । ଗତକାଲି ସନ୍ଧ୍ୟାରେ ସେ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଜି ତାଙ୍କର ମୃତଦେହ କୂଅରୁ ଉଦ୍ଧାର କରାଯାଇଛି । ତେବେ କୂଅରେ ପଡି ନାବାଳକଙ୍କ ମୃତ୍ୟୁ ହୋଇଛି, ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଶନିବାର) ନାବାଳକ ଜଣଙ୍କ ସନ୍ଧ୍ୟା ସମୟରେ ଟିଉସନରୁ ଫେରିବା ପରେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ । କିନ୍ତୁ ଗୋଟିଏ ଦିନ ପରେ ଆଜି(ରବିବାର) ସକାଳୁ କୂଅରେ ପୁଅର ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ମୃତ ଅବସ୍ଥାରେ ଦିବ୍ୟଜ୍ୟୋତିକୁ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଟିମ ଅନୁସନ୍ଧାନି କୁକୁର ସହାୟତାରେ ଖୋଳତାଡ଼ ଚଳାଇଛି । କୁକୁର ଗାଁ ଚାରିପଟେ ପଡ଼ିଆରେ ସନ୍ଧାନ ଚଳାଇଛି । ମୃତ ନାବାଳକର ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି ।

ତେବେ ନାବାଳକ ଜଣଙ୍କ ଟିଉସନରୁ ଫେରି ସାଇକେଲ ଚଳାଉଥିବା ବେଳେ ଘର ପାଖରେ ଥିବା କୂଅରେ ଖସି ପଡିଥିବା ପରିବାର ଲୋକେ କହୁଛନ୍ତି । ତେବେ କେଉଁ କାରଣ ଯୋଗୁଁ ନାବାଳକର ମୃତ୍ୟୁ ହୋଇଛି ସେନେଇ ସୂଚାନ ହସ୍ତଗତ ହୋଇନାହିଁ । ପୋଷ୍ଟ ମର୍ଟମ ରିପୋର୍ଟ ପରେ କାରଣ ସ୍ପଷ୍ଟ ହେବ ।

ଗତକାଲି କେନ୍ଦ୍ରାପଡାର ରାଜନଗର ଥାନା ଜୟଗୁରୁ ଆଶ୍ରମ ନିକଟ ବାଇପାସ ରାସ୍ତା ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରି ଲକ୍ଷ୍ମଣଙ୍କ ପରିବାରକୁ ସୂଚନା ଦେଇଥିଲେ । ତେବେ ଯୁବକଙ୍କ ମୃତଦେହ ଗୋଟିଏ ପଟେ ମିଳିଥିବାବେଳେ ୩୦ଫୁଟରୁ ଉର୍ଦ୍ଧ୍ବ ଦୂରତା ତଥା କେନାଲ ସେପଟେ ତାଙ୍କ ବାଇକ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ପଠଛରେ ରହସ୍ୟ କଣ ରହିଛି ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.