ETV Bharat / state

ହେଲିକପ୍ଟର ଗସ୍ତରେ ୫୦୦ କୋଟି ନୁହେଁ ୫୦ କୋଟି ଖର୍ଚ୍ଚ ହୋଇଛି: ଟୁକୁନି ସାହୁ

author img

By ETV Bharat Odisha Team

Published : Sep 3, 2023, 4:22 PM IST

ଥମିବାର ନାଁ ନେଉନି ୫T ସଚିବଙ୍କ ଜିଲ୍ଲା ଗସ୍ତ ବିବାଦ । ବିରୋଧୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ଟୁକୁନି ସାହୁ । ଟ୍ବିଟ କରି ବିଭ୍ରାନ୍ତିକର ତଥ୍ୟ ନେଇ ଲୋକଙ୍କୁ ଭ୍ରମିତ କରିବା ଠିକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ଅଧିକ ପଡ଼ନ୍ତୁ

5t secretary helicopter visit issue
୫T ସଚିବଙ୍କ ଜିଲ୍ଲା ଗସ୍ତ ବିବାଦ

ଭୁବନେଶ୍ବର: ବିରୋଧୀଙ୍କ ଅଭିଯୋଗର ବିରୋଧୀଙ୍କୁ କଡା ଜବାବ ଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୫T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ହେଲିକପ୍ଟର ଖର୍ଚ୍ଚ ବାବଦକୁ ବିରୋଧୀ ପ୍ରଶ୍ନ କରିଥିବା ବେଳେ ଟ୍ବିଟ କରି ମନ୍ତ୍ରୀ ନିଜର କ୍ଷୋଭ ଝାଡ଼ିଛନ୍ତି । ବିଭ୍ରାନ୍ତିକର ତଥ୍ୟ ନେଇ ଲୋକଙ୍କୁ ଭ୍ରମିତ କରିବା ଠିକ ନୁହେଁ ବୋଲି କହି ମନ୍ତ୍ରୀ ଟୁକୁନି ସାହୁ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

  • କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ…

    — Tukuni Sahu (@TukuniSahu) September 3, 2023 " class="align-text-top noRightClick twitterSection" data=" ">

ମନ୍ତ୍ରୀ ଟୁକୁନି ସାହୁ ନିଜ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି, "କୁଚକ୍ରି ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି । ତାଙ୍କୁ ଲଜ୍ଜ୍ୟା ଲାଗୁନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖରେ ପହଞ୍ଚୁଛି, ତାକୁ ବିରୋଧୀ ଦେଖି ପାରୁନାହାଁନ୍ତି । ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି । କିଏ କହୁଛି ହେଲିକପ୍ଟର ଗସ୍ତ ପାଇଁ ୩୦୦ କୋଟି ଖର୍ଚ୍ଚ ହେଉଛି ଆଉ କିଏ କହୁଛି ୫୦୦ କୋଟି । ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟର ଗସ୍ତ ବାବଦକୁ ଖର୍ଚ୍ଚ ହୋଇଛି ୫୦ କୋଟି । ଅର୍ଥାତ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି । ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି । ସେତେବେଳ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡ଼ିଯିବ ଓ ମୁଖା ଖୋଲିଯିବ । ନିଜର ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ସେମାନଙ୍କୁ ଲଜ୍ଜା ଲାଗିବା ଦରକାର । ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ।

ଏହା ମଧ୍ୟ ପଢ଼ନ୍ତୁ: ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି

୫T ସଚିବ ଯେଉଁଭଳି ବିଭିନ୍ନ ଜିଲ୍ଲା ଗସ୍ତ କରି ଜନ ଅଭିଯୋଗ ଶୁଣାଣି କରୁଛନ୍ତି, ତାକୁ ନେଇ ଅଭିଯୋଗ ଆଣିଥିଲେ ବିରୋଧୀ । ବିରୋଧୀଙ୍କ ଅଭିଯୋଗ ସଚିବ ହେଲିକପ୍ଟରରେ ବୁଲି ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ କରି ଜିଲ୍ଲା ବୁଲି ଲୋକଙ୍କ ଅଭିଯୋଗ ଶୁଣିବା କଣ ଆବଶ୍ୟକ ଯେତେବେଳେ ଜିଲ୍ଲାରେ ଜିଲ୍ଲାପାଳମାନେ ପ୍ରତି ମାସରେ ଜନ ଅଭିଯୋଗ ଶୁଣାଣି କରିଛନ୍ତି । ଜିଲ୍ଲାପାଳଙ୍କୁ ସରକାର ଦାୟିତ୍ବ ଦେଇଛନ୍ତି । ହେଲେ ୫T ସଚିବ ଜଣେ ଅଧିକାରୀ ହୋଇ ଏଭଳି କେମିତି ଆଇନ ଉଲ୍ଲଂଘନ କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଥିଲା । ଏପରିକି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ ଆଲେଖ୍ୟରେ ୫T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.